କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଆଜି ପ୍ରଦେଶ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ମୃତ୍ୟୁ ସଂଖ୍ୟା  ଲୁଚାଇବା ପାଇଁ ଓଡ଼ିଶା ସରକାର ଏବେ ଗୁଜୁରାଟ ମଡେଲ ଅନୁସରଣ କରୁଛନ୍ତି ବୋଲି ଅଭିଯୋଗ କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମୃତ୍ୟୁକୁ ନେଇ ଏବେ ଯେଉଁ ସାଙ୍ଘାତିକ ତଥ୍ୟ ଆସୁଛି ତାହା ଓଡ଼ିଶାବାସୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି। ସରକାର ରାଜ୍ୟରେ କରୋନା ମୃତ୍ୟୁକୁ ନେଇ […]

Niranjan Patnaik

Niranjan Patnaik

Ordigital Desk
  • Published: Tuesday, 18 May 2021
  • Updated: 18 May 2021, 08:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ମୃତ୍ୟୁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଆଜି ପ୍ରଦେଶ କଂଗ୍ରେସ ତୀବ୍ର ସମାଲୋଚନା କରିବା ସହ ମୃତ୍ୟୁ ସଂଖ୍ୟା  ଲୁଚାଇବା ପାଇଁ ଓଡ଼ିଶା ସରକାର ଏବେ ଗୁଜୁରାଟ ମଡେଲ ଅନୁସରଣ କରୁଛନ୍ତି ବୋଲି ଅଭିଯୋଗ କରିଛି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ, କରୋନା ମୃତ୍ୟୁକୁ ନେଇ ଏବେ ଯେଉଁ ସାଙ୍ଘାତିକ ତଥ୍ୟ ଆସୁଛି ତାହା ଓଡ଼ିଶାବାସୀଙ୍କୁ ଗଭୀର ଭାବରେ ମର୍ମାହତ କରିଛି।

ସରକାର ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ଯେଉଁ ପରିସଂଖ୍ୟାନ ପ୍ରତିଦିନ ଦେଉଛନ୍ତି ତାହା ଭୁଲ ଏବଂ ବିଭ୍ରାନ୍ତିକର ବୋଲି ରାଜ୍ୟରେ ଥିବା ମଶାଣି ଗୁଡ଼ିକର ହିସାବ ଖାତା ପ୍ରମାଣିତ କରିଛି। ଏକ ଦୈନିକ ଇଂରାଜୀ ଖବରକାଗଜର ପ୍ରଥମ ପୃଷ୍ଠାରେ ଗତକାଲି ଏ ସଂକ୍ରାନ୍ତରେ ଯେଉଁ ତଥ୍ୟ ସବୁ ଏହାକୁ ନେଇ ପ୍ରକାଶ ପାଇଛି ତାହା ଗଭୀର ଉଦ୍‌ବେଗ ଜନକ। ତାହା ଯଦି ସତ୍ୟ ହୋଇଥାଏ ତେବେ ସାଂଘାତିକ। ଏହା ଏକ ଧର୍ତ୍ତବ୍ୟ ଏବଂ ଜଘନ୍ୟ ଅପରାଧ ବୋଲି କହିଲେ ଭୁଲ ହେବ ନାହିଁ। ଚଳିତ ମାସରେ ପ୍ରତିଦିନ ହାରାହାରି ୨୦ଜଣ ଲେଖାଏଁ କୋଭିଡ୍ ସଂକ୍ରମିତ ହୋଇ ପ୍ରାଣ ହରାଉଛନ୍ତି ବୋଲି ସରକାର କହୁଛନ୍ତି। ଗତ ୧୪ ତାରିଖରେ ଏହା ଚଳିତ ମାସରେ ସର୍ବାଧିକ ୨୨ ଜଣ  ଥିଲା।

କିନ୍ତୁ ସତ୍ୟନଗର ମଶାଣିରେ ଏହି ମେ’ ମାସରେ ଦୈନିକ ୪୫ ଶବ ସତ୍କାର ହୋଇଥିବାର ତଥ୍ୟ ସେଠାକାର କର୍ମଚାରୀମାନଙ୍କଠାରୁ ମିଳେ। ଯେଉଁଥିରୁ ୩୦ ଜଣଙ୍କର କୋଭିଡ଼ ନିୟମ ମୁତାବକ ଶବଦାହ ହୋଇଛି। ଏହି ମାସରେ ବର୍ତ୍ତମାନ ସୁଦ୍ଧା ୬୫୦ଜଣଙ୍କ ଶବ ଏଠାରେ ପୋଡ଼ା ହୋଇଛି। କରୋନାର ଦ୍ୱିତୀୟ ଲହର ଆରମ୍ଭ ଠାରୁ ଓଡ଼ିଶାରେ ମୋଟ ୩୯୫ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ବୋଲି ସରକାର କହୁଛନ୍ତି। ଅର୍ଥାତ୍ ଦିନକୁ ହାରାହାରି ୬ ଜଣ କରୋନାରେ ମରିଛନ୍ତି । କିନ୍ତୁ ରାଜ୍ୟର ବିଭିନ୍ନ ମଶାଣି ଗୁଡ଼ିକରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହା ସରକାରୀ ପରିସଂଖ୍ୟାନ ଠାରୁ ବହୁତ ଅଧିକ ବୋଲି ଜଣାପଡ଼ିଛି। ଏହି ତଥ୍ୟ ଅନୁଯାୟୀ ମେ ୧ରୁ ୧୪ ଭିତରେ ରାଜ୍ୟରେ ବିଭିନ୍ନ ସହରର ମଶାଣି ଗୁଡ଼ିକରେ ୨୦୦୦ ଶବ ସତ୍କାର ହୋଇଛି। ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ସତ୍ୟନଗର, ଖାନ ନଗର, ସତୀଚଉରା ଇତ୍ୟାଦି ମଶାଣି ଗୁଡ଼ିକରେ ନିର୍ବାପିତ ହେଉନଥିବା ଜୁଇ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ସେହିପରି ସୂଚନା ଅଧିକାର ଆଇନ ଜରିଆରେ ଯେଉଁ ତଥ୍ୟ ପଦାକୁ ଆସିଛି ତାହା ପଛର ରହସ୍ୟ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ଗତବର୍ଷ ସେପ୍ଟେମ୍ବରେ ସତ୍ୟନଗର ମଶାଣିରେ ୧୨୮୮ଜଣଙ୍କ ଶବ ଦାହ ହୋଇଥିଲାବେଳେ ସରକାରଙ୍କ ହିସାବରେ ମାତ୍ର ୩୫୬ଜଣ ପ୍ରାଣ ହରାଇଥିଲେ। କେବଳ ସେତିକି ନୁହେଁ ରାଜ୍ୟ ସରକାର ଏବେ ଭୁବନେଶ୍ୱର, କଟକ ସମେତ ସମ୍ବଲପୁର, ଝାରସୁଗୁଡ଼ା ଇତ୍ୟାଦି ସହର ମାନଙ୍କରେ ଥିବା ମଣାଣିଗୁଡ଼ିକରେ ସମ୍ପ୍ରସାରଣ ଓ ନୂଆ ମଣାଣି ପ୍ରତିଷ୍ଠା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି।

ଏବେ ସରକାରୀ ହିସାବ ଅନୁଯାୟୀ ଯଦି ଦିନକୁ ରାଜ୍ୟର ହାରାହାରି ୨୦ ଜଣ ମାରୁଛନ୍ତି ତେବେ ଏହି ନୂତନ ମଶାଣି ତିଆରି କରି ସରକାର ତତ୍ପର କାହିଁକି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।
ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗୁଜୁରାଟ ସରକାର ଯେଭଳି କରୋନା ମୃତ୍ୟୁକୁ ଲୁଚାଇବା ପାଇଁ ପଦକ୍ଷେପ ନେଇଛନ୍ତି, ଲାଗୁଛି ଓଡ଼ିଶା ସରକାର ଏବେ ସେହି ଗୁଜୁରାଟ ମଡେଳକୁ ଅନୁକରଣ କରୁଛନ୍ତି ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story