ଏମଏଲଏ ଲ୍ୟାଡ୍ ପାଣ୍ଠିରେ ହେବ କରୋନା ମୁକାବିଲା, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର ଆଜି କରୋନା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ୍ )ରେ ସାମିଲ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମଏଲଲ୍ୟାଡ୍ ଫଣ୍ଡ-୧୯୯୭ର ପ୍ରକଳ୍ପ ତାଲିକା ସଂକ୍ରାନ୍ତ ନିୟମାବଳୀରେ ସଂଶୋଧନ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପ୍ରକଳ୍ପକୁ ବିଧାୟକ ପାଣ୍ଠିରୁ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମତି ଦେଇଛନ୍ତି। ଅବଶ୍ୟ ବିଧାୟକମାନଙ୍କ […]

corona

Manoranjan Sial
  • Published: Monday, 23 March 2020
  • , Updated: 23 March 2020, 09:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିବା ଓଡ଼ିଶା ସରକାର ଆଜି କରୋନା ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ବିଧାୟକ ପାଣ୍ଠି(ଏମଏଲଏ ଲ୍ୟାଡ୍ )ରେ ସାମିଲ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଏମଏଲଲ୍ୟାଡ୍ ଫଣ୍ଡ-୧୯୯୭ର ପ୍ରକଳ୍ପ ତାଲିକା ସଂକ୍ରାନ୍ତ ନିୟମାବଳୀରେ ସଂଶୋଧନ କରିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପ୍ରକଳ୍ପକୁ ବିଧାୟକ ପାଣ୍ଠିରୁ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁମତି ଦେଇଛନ୍ତି। ଅବଶ୍ୟ ବିଧାୟକମାନଙ୍କ ସହ ପରାମର୍ଶ କରି ଜିଲ୍ଲାପାଳମାନେ ଏସବୁ ପ୍ରକଳ୍ପକୁ ହାତକୁ ନେବେ। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କରୋନା ସଂକ୍ରାନ୍ତ ପ୍ରକଳ୍ପକୁ ହାତକୁ ନେବାବେଳେ ଏଥିପାଇଁ କୌଣସି ଖର୍ଚ୍ଚସୀମା ଧାର୍ଯ୍ୟ କରାଯାଇନି, ଯଦିଓ ଉକ୍ତ ପ୍ରକଳ୍ପର ରାଶି ବିଧାୟକଙ୍କୁ ଆବଣ୍ଟିତ ବାର୍ଷିକ ପାଣ୍ଠି ମଧ୍ୟରେ ରହିବା ଉଚିତ୍ ବୋଲି କୁହାଯାଇଛି

ଆଜି ଯୋଜନା ଓ ସଂଯୋଜନ ବିଭାଗର ସ୍ୱତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏମଏଲଏଲ୍ୟାଡ୍ ଗାଇଡଲାଇନ୍ -୧୯୯୭ ଅନ୍ତର୍ଗତ ସ୍ୱୀକୃତ ପ୍ରକଳ୍ପ ତାଲିକାରେ କରୋନା ମୁକାବିଲା ସଂକ୍ରାନ୍ତ ୬ଟି ପ୍ରାବଧାନକୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏମଏଲଏଲ୍ୟାଡରେ ସାମିଲ ହେବାକୁ ଥିବା ପ୍ରକଳ୍ପ ସମ୍ପର୍କରେ ମଧ୍ୟ ସମସ୍ତ ବିଧାୟକମାନଙ୍କୁ ଅବଗତ କରାଯାଇଛି। ଏମଏଲଏ ଲ୍ୟାଡରେ ଯେଉଁ ୬ଟି ପ୍ରାବଧାନକୁ ସାମିଲ କରିବାକୁ କୁହାଯାଇଛି ସେଗୁଡ଼ିକ ହେଲା, କୋଭିଡ-୧୯ର ମୁକାବିଲା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆବଶ୍ୟକ ମାନବ ସମ୍ବଳ ନିଯୁକ୍ତି, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପାଇଁ ଆବଶ୍ୟକ ସାମଗ୍ରୀ କ୍ରୟ, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ଶୌଚାଳୟ ସମେତ ଅନ୍ୟାନ୍ୟ ଭିତ୍ତିଭୂମି, ରୋଗୀଙ୍କ ପାଇଁ ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଗାଡ଼ି ଭଡ଼ାରେ ଆଣିବା, ବିଭିନ୍ନ ୱାର୍ଡରେ ଖାଦ୍ୟ, ପିଇବା ପାଣି, ପରିଚ୍ଛନ୍ନତା ଓ ନିରୀକ୍ଷଣର ପ୍ରାବଧାନ ଏବଂ ଶେଷରେ ଆଇସୋଲେସନ୍ କେନ୍ଦ୍ରରେ ଅନୁରୂପ ସୁବିଧା ଓ ଆବଶ୍ୟକତାର ପ୍ରାବଧାନ ନିମନ୍ତେ ବିଧାୟକ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବାକୁ ରାଜ୍ୟ ସରକାର ଆଜି ଜିଲ୍ଲାପାଳମାନଙ୍କୁ ଅନୁମତି ଦେଇଛନ୍ତି। ଏସବୁ ନିମନ୍ତେ ବିଧାୟକ ପାଣ୍ଠିରୁ ଅର୍ଥ ଖର୍ଚ୍ଚର କୌଣସି ସୀମା ଧାର୍ଯ୍ୟ କରାଯାଇ ନାହିଁ। ତେବେ ବିଧାୟକମାନଙ୍କୁ ବାର୍ଷିକ ଆବଣ୍ଟିତ ହେଉଥିବା ଏକ କୋଟି ଟଙ୍କା( ୨୦୨୦-୨୧ରୁ ୩କୋଟି ଟଙ୍କା) ମଧ୍ୟରେ ଏହି ପ୍ରକଳ୍ପ ଖର୍ଚ୍ଚକୁ ସୀମିତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ବିଧାୟକମାନଙ୍କ ସହ ପରାମର୍ଶ କରି ଜିଲ୍ଲାପାଳମାନେ ଏହି ପାଣ୍ଠି ଖର୍ଚ୍ଚ କରିବାକୁ ରାଜ୍ୟ ସରକାର କହିଛନ୍ତି

Related story