ଟ୍ରକ୍‌ ପଛରେ ପିଟି ହେଲା ବୋଲେରୋ; ଦମ୍ପତି ମୃତ, ଡ୍ରାଇଭର ଗୁରୁତର

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଟ୍ରକ୍‌ ପଛରେ ବୋଲେରୋ ପିଟି ହୋଇଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତକମାନେ ହେଲେ ବାଲାଗୁଡ଼ା ଗାଁର ବଲ୍ଲଭ ମହାକୁଡ଼ ଓ ତାଙ୍କ ପତ୍ନୀ ବୀଣାଦେବୀ। ଗୁରୁତର ଭାବେ ଆହତ ବୋଲେରୋ ଡ୍ରାଇଭରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ମହାକୁଡ଼ ଦମ୍ପତି ବୋଲେରୋ ଯୋଗେ କେନ୍ଦୁଝରରୁ ବାଲାଗୁଡ଼ା ଫେରୁଥିବା […]

truck

Jitendra Garnayak
  • Published: Thursday, 04 April 2019
  • , Updated: 04 April 2019, 01:49 PM IST

କେନ୍ଦୁଝର (ପ୍ରଣୟ କୁମାର ପାଣି): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଳାସପଙ୍ଗା ନିକଟରେ ଟ୍ରକ୍‌ ପଛରେ ବୋଲେରୋ ପିଟି ହୋଇଯିବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ମୃତକମାନେ ହେଲେ ବାଲାଗୁଡ଼ା ଗାଁର ବଲ୍ଲଭ ମହାକୁଡ଼ ଓ ତାଙ୍କ ପତ୍ନୀ ବୀଣାଦେବୀ। ଗୁରୁତର ଭାବେ ଆହତ ବୋଲେରୋ ଡ୍ରାଇଭରଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆଜି ସକାଳେ ମହାକୁଡ଼ ଦମ୍ପତି ବୋଲେରୋ ଯୋଗେ କେନ୍ଦୁଝରରୁ ବାଲାଗୁଡ଼ା ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘନ କୁହୁଡ଼ି ଯୋଗୁ ଏ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଘନ କୁହୁଡ଼ି ଯୋଗୁ ବୋଲେରୋ ଡ୍ରାଇଭର ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌କୁ ଦେଖିପାରି ନଥିଲେ ଓ ତା’ ପଛରେ ପିଟି ଦେଇଥିଲେ। ବଲ୍ଲଭଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ଡାକ୍ତରଖାନା ନେବା ବାଟରେ ତାଙ୍କ ସ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା।

ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

Related story