ରାଜ୍ୟରେ ସ୍ଥିତି ସୁଧାର ଆସୁଛି, ପିକ୍‌ ଟାଇମ ଅତିକ୍ରମ କଲାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ସ୍ଥିତିରେ ସୁଧାର ଆସୁଛି।  ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକ୍‌ରେ ଥିଲା ।  ତା’ ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।  ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ସଂକ୍ରମଣ ଅଧିକ ରହିଛି।  ଆଉ ୧୦ରୁ ୧୫ ଦିନ ଭିତରେ ସୁଧାର ଆସିବ। ମୃତ୍ୟୁ ହାରରେ ଜାତୀୟ ସ୍ତରଠାରୁ ଆମ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି।  କୋଭିଡ୍ ଆକ୍ରାନ୍ତଙ୍କ […]

Covid19

Covid19

Tapas Behera
  • Published: Thursday, 03 June 2021
  • Updated: 03 June 2021, 03:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏବେ କରୋନା ସ୍ଥିତିରେ ସୁଧାର ଆସୁଛି।  ମେ’ ୧୫ରୁ ୨୫ ପର୍ଯ୍ୟନ୍ତ କରୋନା ପଜିଟିଭ୍ ପିକ୍‌ରେ ଥିଲା ।  ତା’ ପରଠାରୁ କମିବା ଆରମ୍ଭ କରିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି।  ଭୁବନେଶ୍ୱର, କଟକ ଓ ଢେଙ୍କାନାଳରେ ସଂକ୍ରମଣ ଅଧିକ ରହିଛି।  ଆଉ ୧୦ରୁ ୧୫ ଦିନ ଭିତରେ ସୁଧାର ଆସିବ।

ମୃତ୍ୟୁ ହାରରେ ଜାତୀୟ ସ୍ତରଠାରୁ ଆମ ରାଜ୍ୟରେ ସ୍ଥିତି ବହୁତ ଭଲ ରହିଛି।  କୋଭିଡ୍ ଆକ୍ରାନ୍ତଙ୍କ ଅନ୍ୟ ରୋଗ ଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି । ବର୍ତ୍ତମାନ ଦେଶରେ B1.617.2 ଭୂତାଣୁ ଦେଖାଦେଇଛି । ୬୦ ପ୍ରତିଶତ ଲୋକଙ୍କୁ ଏହି ଭୂତାଣୁ ସଂକ୍ରମିତ କରୁଛି   ।  ପ୍ରଥମ ଲହରରେ B1.617.1 ଭୂତାଣୁ ଦେଖାଦେଇଥିଲା।  ତାହା ଏବେ ନିଷ୍କ୍ରିୟ ଅବସ୍ଥାକୁ ଯାଇଛି ।

ରାଜ୍ୟରେ ବ୍ଲାକ ଫଙ୍ଗସ୍ ର ସଂକ୍ରମଣ ନିୟନ୍ତ୍ରିତ ଷ୍ଟେଜରେ ରହିଛି।  ରାଜ୍ୟରେ ଏବେ ବହୁତ କମ ରି-ଇନଫେକସନ ରହୁଛି।  ଟିକା ନେବା ପରେ ଯେଉଁମାନେ ସଂକ୍ରମିତ ହେଉଛନ୍ତି ସେମାନଙ୍କ କେସକୁ ଅନୁଧ୍ୟାନ କରାଯାଉଛି । ଏଥିସହ ସମ୍ଭାବ୍ୟ ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ତୃତୀୟ ଲହର ପ୍ରଭାବ  କେମିତି ରହିବ ତିନିଟି ଦିଗ ଉପରେ ନିର୍ଭର କରିବ । ସେଗୁଡିକ ହେଲା କୋଭିଡ୍ ନିୟମକୁ ମାନିବା, ଟିକା କରଣ ଓ ଭାଇରସର ପରିବର୍ତ୍ତନ ରୂପ।  ତୃତୀୟ ଲହରରେ କେବଳ ଶିଶୁମାନେ ନୁହେଁ ଅନ୍ୟମାନେ ମଧ୍ୟ ସଂକ୍ରମିତ ହୋଇପାରନ୍ତି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos