କବାଟ ଖୋଲିଲାନି କ୍ରୂର ବୋହୂ, ଦାଣ୍ଡ ଦୁଆରେ ଆଖି ବୁଜିଲେ ରୋଗିଣା ଶାଶୁ

ନୟାଗଡ଼(ଓଡ଼ିଶା ରିପୋର୍ଟର): ଶେଷ ସମୟରେ ଶାଶୁଙ୍କୁ ଘରେ ପୂରାଇ ଦେଲାନି ବୋହୂ। ମେଡିକାଲରୁ ଫେରିଥିବା ଶାଶୁ ଦାଣ୍ଡ ଦୁଆରେ ଶୀତ , କାକରରେ ପଡ଼ି ରହିଲେ। ହେଲେ ତରଳିଲା ନାହିଁ କଠୋର ବୋହୂର ହୃଦୟ। ନିଜ ଘରେ ମରିବାକୁ ଆଶା ରଖିଥିବା ବୃଦ୍ଧାଜଣକ ଶେଷରେ ଦାଣ୍ଡ ଦୁଆରେ ନିଜ ପୁଅ କୋଳରେ ଆଖି ବୁଜିଲେ। ତଥାପି ତରଳିଲା ନାହିଁ ନିର୍ଦ୍ଦୟ ବୋହୂ। ଏପରିକି ୨ ଦିନ ହେବ ବୃଦ୍ଧାଙ୍କ ମୃତଦେହ ଦାଣ୍ଡ ଦୁଆରେ ପଡ଼ିଥିବା ବେଳେ ଶେଷକୃତ […]

pic

pic

Niharika Rout
  • Published: Monday, 21 November 2022
  • Updated: 21 November 2022, 02:36 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର): ଶେଷ ସମୟରେ ଶାଶୁଙ୍କୁ ଘରେ ପୂରାଇ ଦେଲାନି ବୋହୂ। ମେଡିକାଲରୁ ଫେରିଥିବା ଶାଶୁ ଦାଣ୍ଡ ଦୁଆରେ ଶୀତ , କାକରରେ ପଡ଼ି ରହିଲେ। ହେଲେ ତରଳିଲା ନାହିଁ କଠୋର ବୋହୂର ହୃଦୟ। ନିଜ ଘରେ ମରିବାକୁ ଆଶା ରଖିଥିବା ବୃଦ୍ଧାଜଣକ ଶେଷରେ ଦାଣ୍ଡ ଦୁଆରେ ନିଜ ପୁଅ କୋଳରେ ଆଖି ବୁଜିଲେ। ତଥାପି ତରଳିଲା ନାହିଁ ନିର୍ଦ୍ଦୟ ବୋହୂ। ଏପରିକି ୨ ଦିନ ହେବ ବୃଦ୍ଧାଙ୍କ ମୃତଦେହ ଦାଣ୍ଡ ଦୁଆରେ ପଡ଼ିଥିବା ବେଳେ ଶେଷକୃତ ନିମନ୍ତେ କବାଟ ଖୋଲୁନି ବୋହୂ।

ଏପରି ଅମାନବୀୟ ଘଟଣା ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ହରିହରପୁର ଗାଁରେ ଘଟିଛି।  ମୃତା ମହିଳାଜଣକ ହେଲେ ହରିହରପୁର ଗାଁର ନିରଞ୍ଜନ ନାୟକଙ୍କ ମା’ ମୀନା କୁମାରୀ ନାୟକ ।

ମୀନା କୁମାରୀ ନାୟକଙ୍କ ଶରୀର ଅସୁସ୍ଥ ରହୁଥିବାରୁ ପୁଅ  ନିରଞ୍ଜନ ତାଙ୍କୁ ଚିକିତ୍ସା ନିମନ୍ତେ ଭୁବନେଶ୍ୱର ଆଣିଥିଲେ। ଭୁବନେଶ୍ୱରରେ ୭ ଦିନ ରହି ଚିକିତ୍ସିତ ହେବା ପରେ ସାମାନ୍ୟ ସୁସ୍ଥ ହୋଇଥିଲେ ମୀନା। ଏହାପରେ ପୁଅ ସହ ଗତକାଲି ନିଜ ଘରକୁ ଫେରିଥିଲେ। ମାତ୍ର ଦାଣ୍ଡ ଦୁଆରେ ସ୍ୱାମୀ ଓ ଶାଶୁଙ୍କୁ ଦେଖି ଘରର କବାଟ ଖୋଲି ନ ଥିଲେ ବୋହୂ।

ଗତକାଲି ଅପରାହ୍ନ ୨ଟାରୁ ଉଭୟ ମା’ପୁଅ ବାହାରେ ପଡ଼ିଥିବା ବେଳେ ଘର ଭିତରେ ପଶି ପାରି ନ ଥିଲେ।  ଅସହ୍ୟ ଥଣ୍ଡା ସହି ନ ପାରି ବୃଦ୍ଧାଜଣକ ଗତକାଲି ରାତିରେ ନିଜ ପୁଅ କୋଳରେ ଆଖି ବୁଜିଦେଇଥିବା ଜଣାଯାଇଛି। ଏହାସତ୍ତ୍ୱେ ଘର କବାଟ ଖୋଲି ନ ଥିଲେ ନିର୍ଦ୍ଦୟ ବୋହୂ । ଗ୍ରାମଲୋକେ ବୁଝାଶୁଝା କରିବା ସତ୍ତ୍ୱେ ଗତକାଲିଠୁ ଘଟଣାର ସମାଧାନ ହୋଇପାରିନି।

ଫଳରେ ବୃଦ୍ଧାଙ୍କ ମୃତଦେହ ନିଜ ଘର ଆଗରେ ପଡ଼ି ରହିଥିବା ବେଳେ ଶେଷକୃତ ସମ୍ପନ୍ନ ହୋଇପାରୁନି। ପୁଲିସ୍‌ ଅଧିକାରୀ ପହଞ୍ଚି ଘଟଣାର ଯାହା ସମାଧାନ କରିବେ ମୁଁ ସେଥିରେ ରାଜି ବୋଲି କହିଛନ୍ତି ମୃତକଙ୍କ ପୁଅ ନିରଞ୍ଜନ।

ଏହି ପରିବାରରେ ପୂର୍ବରୁ କଳହ ଲାଗି ରହୁଥିବା ବେଳେ ମା’ ପୁଅ ବାହାରେ  ଭଡ଼ା ନେଇ ରହୁଥିବା ଶୁଣିବାକୁ ମିଳୁଛି। ନିଜ ଘରେ ଜୀବନର ଶେଷ ନିଶ୍ୱାସ ତ୍ୟାଗ କରିବାକୁ ବୃଦ୍ଧାଜଣକ ଆଶା ରଖିଥିବା ବେଳେ ବୋହୂ ଯୋଗୁ କିନ୍ତୁ ତାହା ବି ପୂରଣ ହୋଇପାରିଲା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story