ପଞ୍ଚଭୂତରେ ଲୀନ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

କଟକ(ଓଡ଼ିଶା ରିପୋର୍ଟର) ପଞ୍ଚଭୂତରେ ଲୀନ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। କଟକ ଖାନନଗର ଶ୍ମଶାନରେ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଗତକାଲି କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା । ଏହାପରେ ଆଜି କଟକରେ ପହଞ୍ଚିଥିଲା ପାର୍ଥିବ ଶରୀର । ତାଙ୍କ ବାସଭବନରେ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ । ସେ କରୋନାରେ ପୀଡ଼ିତ ଥିଲେ ।  ଇକମୋ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ […]

hnm

Tapas Behera
  • Published: Saturday, 19 June 2021
  • , Updated: 19 June 2021, 04:07 PM IST

କଟକ(ଓଡ଼ିଶା ରିପୋର୍ଟର) ପଞ୍ଚଭୂତରେ ଲୀନ ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ। କଟକ ଖାନନଗର ଶ୍ମଶାନରେ ଦେବାଶିଷ ପାଣିଗ୍ରାହୀଙ୍କ ଶେଷକୃତ୍ୟ ସଂପନ୍ନ ହୋଇଛି । ଗତକାଲି କୋଲକାତାର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଥିଲା । ଏହାପରେ ଆଜି କଟକରେ ପହଞ୍ଚିଥିଲା ପାର୍ଥିବ ଶରୀର । ତାଙ୍କ ବାସଭବନରେ ବିଶିଷ୍ଟ ବ୍ୟକ୍ତିମାନେ ଶେଷ ଦର୍ଶନ କରିଥିଲେ । ସେ କରୋନାରେ ପୀଡ଼ିତ ଥିଲେ ।  ଇକମୋ ଚିକିତ୍ସା ପାଇଁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା।   ୧୯୯୧ ବ୍ୟାଚର ଓ଼ଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଦେବାଶିଷ ପାଣିଗ୍ରାହୀ ବରିଷ୍ଠ ପୋଲିସ ଅଧିକାରୀ ଭାବେ କାମ କରିବା ସହ ରାଜ୍ୟର ଜଣାଶୁଣା ସାହିତ୍ୟିକ ଭାବେ ପରିଚିତ ଥିଲେ।

ସୂଚନା ଅନୁଯାୟୀ, କରୋନାରେ ଆକ୍ରାନ୍ତ ହେବା ପରେ କଟକର ଏକ ଘରୋଇ ହସ୍ପିଟାଲରେ ଦେବାଶିଷଙ୍କୁ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା ଓ ଇକ୍‌ମୋ ଚିକିତ୍ସା ଆବଶ୍ୟକ ହୋଇଥିଲା। ତେଣୁ ଜୁନ୍ ୮ ତାରିଖରେ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ କୋଲକାତା ନିଆଯାଇଥିଲା। ଚାରିଦିନ ତଳେ ତାଙ୍କ ରକ୍ତ ସଂକ୍ରମଣ ବଢ଼ି ଯାଇଥିଲା। ଡାଏଲିସିସ କରାଯିବାରୁ ରକ୍ତରେ ଅଙ୍ଗାରକାମ୍ଳ ପରିମାଣ ବହୁ ମାତ୍ରାରେ ବଢ଼ି ଯାଇଥିବା ଜଣାପଡ଼ିଥିଲା ଏହାପରେ ଇକମୋ ସାହାଯ୍ୟରେ ଅମ୍ଳଜାନ ଦେଇ ଅଙ୍ଗରକାମ୍ଳ ବାହାର କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ତାହା ବିଫଳ ହୋଇଥିଲା।

ଗୁରୁବାର ଦିନ ରାତିରେ ଦେବାଶିଷଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଟିକିଏ ସୁଧାର ଆସିଥିଲା ଏହି ସମୟରେ ଡାକ୍ତର କିଛି ପଚାରିବାରୁ ସେ ମୁଣ୍ଡ ହଲାଇ ଉତ୍ତର ଦେଇଥିଲେ। ହେଲେ ଆଜି ତାଙ୍କ ଅବସ୍ଥା ବିଗିଡ଼ିଥିଲା। ଶେଷରେ ରାତି ୧୦ଟା ୧୫ବେଳେ ତାଙ୍କର ଦେହାନ୍ତ ହୋଇଥିଲା।

୧୯୯୧ ବ୍ୟାଚର ଏହି ଆଇପିଏସ ଅଫିସର ଦୁଇଟି ଟିକା ନେଇ ସାରିଥିଲେ। ହେଲେ ମେ’ ମାସରେ କରୋନାରେ ସଂକ୍ରମିତ ହୋଇଥିଲେ।

୧୯୬୫ ଅଗଷ୍ଟ ୨୯ରେ ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ଦେବାଶିଷ ଜଣେ ଦକ୍ଷ ପ୍ରଶାସକ ସହ ସୁସାହିତ୍ୟିକ ଓ ଦ୍ୱିଭାଷୀ ଲେଖକ ମଧ୍ୟ ଥିଲେ। ରେଭେନ୍ସା କଲେଜରୁ ରାଜନୀତି ବିଜ୍ଞାନରେ ସ୍ନାତକ ଓ ବାଣୀବିହାରରୁ ପିଜି କରିବା ପରେ ୧୯୯୧ରେ ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିଲେ। ଚାକିରୀ ଜୀବନ କାଳରେ କେନ୍ଦୁଝର, ଭୁବନେଶ୍ୱର, ପୁରୀ, ଗଞ୍ଜାମ ଓ କଟକର ଏସ୍‌ପି ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାସହ ଡିଆଇଜି, ଗୃହ ବିଭାଗର ସ୍ୱତନ୍ତ୍ର ସଚିବ, ଆଇଜି (ଆଧୁନିକୀକରଣ), ଆଇଜି (କାର୍ମିକ) ଓ ଏଡିଜି (କାର୍ମିକ) ପଦରେ କାମ କରିବା ପରେ ୨୦୧୭ରୁ ଭିଜିଲାନ୍ସର ନିର୍ଦ୍ଦେଶକ ଥିଲେ।

ପୁଲିସ ବିଭାଗରେ କାର୍ଯ୍ୟ କରିବା ସହିତ ସାହିତ୍ୟରେ ତାଙ୍କର ସ୍ୱତନ୍ତ୍ର ରୁଚି ଥିଲା ସେ ଜଣେ ଭଲ ଦ୍ୱିଭାଷୀ ସାହିତ୍ୟିକ ଥିଲେ। ଉଭୟ ଇଂରାଜୀ ଓ ଓଡ଼ିଆରେ ତାଙ୍କର ୯ଟି କ୍ଷୁଦ୍ରଗଳ୍ପ ସଂକଳନ ରହିଛି। ସେ ୭ଟି ଉପନ୍ୟାସ ଓ ଗୀତି କବିତା ବି ରଚନା କରିଛନ୍ତି। ତାଙ୍କର କ୍ଷୁଦ୍ର ଗଳ୍ପ ଇଂରାଜୀ, ହିନ୍ଦୀ, ବଙ୍ଗଳା, ତେଲୁଗୁ ଓ କନ୍ନଡ଼ ଭାଷାରେ ଅନୁବାଦ ହୋଇଛି। ୨୦୦୨ରେ କ୍ଷୁଦ୍ରଗଳ୍ପ ପାଇଁ ସେ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। କେବଳ ସେତିକି ନୁହେଁ, ପ୍ରକାଶକ ବନୋଜ ତ୍ରିପାଠୀଙ୍କ ସହ ମିଶି ଓଡ଼ିଆ ଲିଟରେଚର ଫେଷ୍ଟିଭାଲର ଆରମ୍ଭ କରିଥିଲେ ଦେବାଶିଷ।

Related story