ମହିଳାଙ୍କ ପାଇଁ ଅର୍ଥନୀତି ଚଳଚଞ୍ଚଳ ହୋଇଛି: ସୁଜାତା କାର୍ତ୍ତିକେୟନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତିର ମୁକାବିଲାରେ ମିଶନ ଶକ୍ତି ସଦସ୍ୟମାନଙ୍କ ନିଃସ୍ୱାର୍ଥପର ଅବଦାନକୁ ଇତିହାସ ମନେରଖିବ। ଗ୍ରାମାଞ୍ଚଳରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାରେ ମିଶନ ଶକ୍ତିର ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଓ ସେମାନେ ନିଜ ଘରର ପୁଲିସ୍ ସାଜି କ୍ୱାରେଣ୍ଟାଇନରେ ରହୁଥିବା ସମ୍ପର୍କୀୟଙ୍କଠୁ ଦୂରେଇ ରଖିବାରେ ପରିବାର ସଦସ୍ୟଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଛନ୍ତି। ଆଜି ନିୟମିତ ବୁଲେଟିନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ, ମିଶନ ଶକ୍ତି […]

sujata-kartiken

Manoranjan Sial
  • Published: Saturday, 09 May 2020
  • , Updated: 09 May 2020, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତିର ମୁକାବିଲାରେ ମିଶନ ଶକ୍ତି ସଦସ୍ୟମାନଙ୍କ ନିଃସ୍ୱାର୍ଥପର ଅବଦାନକୁ ଇତିହାସ ମନେରଖିବ। ଗ୍ରାମାଞ୍ଚଳରେ ଅର୍ଥନୀତିକୁ ଚଳଚଞ୍ଚଳ କରିବାରେ ମିଶନ ଶକ୍ତିର ମହିଳାମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ଓ ସେମାନେ ନିଜ ଘରର ପୁଲିସ୍ ସାଜି କ୍ୱାରେଣ୍ଟାଇନରେ ରହୁଥିବା ସମ୍ପର୍କୀୟଙ୍କଠୁ ଦୂରେଇ ରଖିବାରେ ପରିବାର ସଦସ୍ୟଙ୍କୁ ପ୍ରୋତ୍ସାହିତ କରିବା ଉଚିତ୍ ବୋଲି ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ କହିଛନ୍ତି।

ଆଜି ନିୟମିତ ବୁଲେଟିନରେ ଶ୍ରୀମତୀ କାର୍ତ୍ତିକେୟନ କହିଛନ୍ତି ଯେ, ମିଶନ ଶକ୍ତି ମହିଳା ସଦସ୍ୟମାନେ ଏବେ କଠିନ ସମୟରେ ନିଜର ସେବା ପ୍ରଦାନ କରୁଛନ୍ତି। ଲକଡାଉନର ୪୫ଦିନ ମଧ୍ୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଗୋପାଳନ, ମତ୍ସ୍ୟଚାଷ, ପନିପରିବା ବିକ୍ରି, ପିଡିଏସ୍ ସାମଗ୍ରୀ ବଣ୍ଟନ, ଅସହାୟଙ୍କୁ ଖାଦ୍ୟ ଯୋଗାଣ ଆଦି କାର୍ଯ୍ୟରେ ନିୟୋଜିତ ରହି ଅତ୍ୟନ୍ତ ଗୁରୁ ଦାୟିତ୍ୱ ତୁଲାଉଛନ୍ତି। ସେମାନେ ଆଗଧାଡ଼ିର କରୋନା ଯୋଦ୍ଧା ଭଳି ଏବେସୁଦ୍ଧା ପ୍ରାୟ ୪୦ଲକ୍ଷ ମାସ୍କ ତିଆରି କରିଥିବାବେଳେ ସ୍ୱୟଂ ସହାୟକ ଗୋଷ୍ଠୀର ୮ହଜାର ମହିଳା ସଦସ୍ୟ ୫୯୫ଟି ଦୋକାନ ଓ ୧୫୪ଟି ମୋବାଇଲ ଭ୍ୟାନ୍ ମାଧ୍ୟମରେ ପନପରିବା ଓ ରାସନ ସାମଗ୍ରୀ ଲୋକଙ୍କ ନିକଟରେ ବିକ୍ରି କରି ନିଜେ ଉପକୃତ ହୋଇପାରିଛନ୍ତି ତଥା ଲୋକଙ୍କୁ ସଚେତନ କରାଇ ପାରିଛନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ନିରାଶ୍ରୟ ଓ ଅସହାୟ ଲୋକମାନଙ୍କୁ ଲକଡାଉନ୍ ସମୟରେ ମାଗଣା ରନ୍ଧା ଖାଦ୍ୟ ଯୋଗାଇବାରେ ୭୧୨୭ଟି ଏସଏଚଜି ଗ୍ରୁପ୍ ପ୍ରାୟ ୧.୫୬ କୋଟି ମିଲ୍ ଯୋଗାଇ ଦେଇଛନ୍ତି। ଲକଡାଉନ୍ ଯୋଗୁ ଏପ୍ରିଲ ମାସରୁ ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କ ମାଧ୍ୟମରେ ମିଶନ ଶକ୍ତି ମା’ମାନଙ୍କୁ ବିନା ସୁଧରେ ୧୪୫କୋଟି ଟଙ୍କାର ଋଣ ସହାୟତା ଯୋଗାଇ ଦିଆଯାଇଛି। ପ୍ରତ୍ୟେକ ମହିଳା ସଦସ୍ୟଙ୍କୁ ୫ହଜାର ଟଙ୍କା ଓ ପ୍ରତି ଗ୍ରୁପକୁ ୧ଲକ୍ଷ ଟଙ୍କା ସହାୟତା ଯୋଗାଇବା ଉପରେ ସରକାର ଏବେ ବ୍ୟାଙ୍କଗୁଡ଼ିକ ସହ କଥାବାର୍ତ୍ତା ଜାରି ରଖିଛନ୍ତି।

ଶ୍ରୀମତୀ କାତ୍ତିକେୟନ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ରାଜ୍ୟ ସରକାର ଗ୍ରାମାଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟର କଲେ ସେଥିରେ କିଏ ରହିବେ ଓ ଏତେ ଲୋକ କେଉଁଠୁ ଆସିବେ ବୋଲି ପ୍ରଶ୍ନ ଉଠିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଓ ଯୋଜନାବଦ୍ଧ କାର୍ଯ୍ୟ ଯୋଗୁ ଏବେ ତାହା କାର୍ଯ୍ୟରେ ଲାଗିପାରୁଛି। ସେ ୭୦ଲକ୍ଷ ମିଶନ ଶକ୍ତି ସଦସ୍ୟାଙ୍କୁ ପ୍ରକୃତ କରୋନା ଯୋଦ୍ଧା ବୋଲି ଅଭିହିତ କରି କହିଥିଲେ ଯେ ନିଜ ପରିବାରର ସଦସ୍ୟଙ୍କୁ କ୍ୱାରେଣ୍ଟାଇନ କେନ୍ଦ୍ରରୁ ପୃଥକ ôରଖବା ସହିତ ସେଠାରେ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ ଅବଧି ପାଳନ କରୁନଥିବା ଲୋକମାନେ ଯେଭଳି ନିଜ ଘରକୁ ଆସିବେ ସେନେଇ ମହିଳମାନେ ନିଜ ଘରର ପୁଲିସ୍ ଭଳି କାର୍ଯ୍ୟ କରିବା ଉଚିତ୍। ଜଣେ ଲେଖାଏଁ କୋଭିଡ୍ ସଂଗ୍ରାମୀ ବା ଯୋଦ୍ଧା କାର୍ଯ୍ୟ ନିର୍ବାହ କରିବାକୁ ସେ ସମସ୍ତ ମହିଳାଙ୍କୁ ଆହ୍ୱାନ ଜଣାଇଥିଲେ।

Related story