ଖୋଲିବ ଅବକାରୀ ନିର୍ଦ୍ଦେଶାଳୟ ଓ ୨ଟି ନୂଆ ଅବକାରୀ ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ଟି ନୂଆ ଅବକାରୀ ଜିଲ୍ଲା, ୫ଟି ନୂଆ ଅବକାରୀ ଥାନା ଓ  ସ୍ୱତନ୍ତ୍ର ଅବକାରୀ ନିର୍ଦ୍ଦେଶାଳୟ ସ୍ଥାପନକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଅବକାରୀ ବିଭାଗରେ ମୋଟ ପଦବୀ ସଂଖ୍ୟାକୁ ୧୯୦୬ରୁ ୨୨୧୦କୁ ବୃଦ୍ଧି କରାଯାଇଛି। ଏହା ମାଧ୍ୟମରେ ରାଜ୍ୟ ସରକାର ଅବକାରୀ ବିଭାଗକୁ ଅଧିକ କ୍ରିୟାଶୀଳ କରି ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା […]

WINE SHOP

WINE SHOP

Ordigital Desk
  • Published: Saturday, 06 March 2021
  • Updated: 06 March 2021, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୨ଟି ନୂଆ ଅବକାରୀ ଜିଲ୍ଲା, ୫ଟି ନୂଆ ଅବକାରୀ ଥାନା ଓ  ସ୍ୱତନ୍ତ୍ର ଅବକାରୀ ନିର୍ଦ୍ଦେଶାଳୟ ସ୍ଥାପନକୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି। ଅବକାରୀ ବିଭାଗରେ ମୋଟ ପଦବୀ ସଂଖ୍ୟାକୁ ୧୯୦୬ରୁ ୨୨୧୦କୁ ବୃଦ୍ଧି କରାଯାଇଛି। ଏହା ମାଧ୍ୟମରେ ରାଜ୍ୟ ସରକାର ଅବକାରୀ ବିଭାଗକୁ ଅଧିକ କ୍ରିୟାଶୀଳ କରି ରାଜସ୍ୱ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଅବକାରୀ ସେବା କ୍ୟାଡ଼ରର ପୁନର୍ଗଠନକୁ ମଞ୍ଜୁରୀ ମିଳିଛି। ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଅବକାରୀ ଜିଲ୍ଲାର ପରିସୀମା ବହୁତ ବଡ଼ ହୋଇଥିବାରୁ ଏହାକୁ ଭାଗ କରି ଭୁବନେଶ୍ୱର ଓ ରାଉରକେଲାଠାରେ ଦୁଇଟି ନୂଆ ଅବକାରୀ ଜିଲ୍ଲା ଗଠନ କରିବା ସହ ୪ଟି ଅମଲା ପଦ ସୃଷ୍ଟି କରିବା ନିମନ୍ତେ କ୍ୟାବିନେଟ ଅନୁମତି ଦେଇଛନ୍ତି। ଏହାସହିତ ଆନ୍ତଃରାଜ୍ୟ ସୀମା ତଥା ନକଲି ମଦ ପ୍ରସ୍ତୁତି ଇତ୍ୟାଦିକୁ ବିଚାରକୁ ନେଇ ଭଦ୍ରକ ଜିଲ୍ଲାର ତିହିଡ଼ି, ବାଲେଶ୍ୱରର ବାଲିଆପାଳ, ଢେଙ୍କାନାଳର ଭୁବନ, ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ସୁନ୍ଦରଗଡ଼ ଜିଲ୍ଲାର ପାନପୋଷଠାରେ ୫ଟି ନୂଆ ଅବକାରୀ ଥାନା ସୃଷ୍ଟି ନିମନ୍ତେ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି। ଏହାବ୍ୟତୀତ ଅତିରିକ୍ତ କମିଶନର, ଯୁଗ୍ମ କମିଶନର, ଡେପୁଟି କମିଶନର, ଅବକାରୀ ଏସପି, ଉପଅବକାରୀ ଏସପି, ଇନ୍ସପେକ୍ଟର, ସବଇନ୍ସପେକ୍ଟର, ଆସିଟାଣ୍ଟ ସବଇନ୍ସପେକ୍ଟର ଓ ସିପାହୀ ଆଦି ପଦ ପାଇଁ ୩୦୪ଟି ନୂଆ ପଦ ସୃଷ୍ଟି ସହ ମୋଟ ପଦବୀ ସଂଖ୍ୟା ୧୯୦୬ରୁ ୨୨୧୦କୁ ବୃଦ୍ଧି କରିବା ଓ ଅବକାରୀ ଉପଅଧିକ୍ଷକସ୍ତରରେ ମୋଟ ପଦବୀର ୪୦ ଶତକଡ଼ା ପଦ ପାଇଁ ପ୍ରତ୍ୟକ୍ଷ ନିଯୁକ୍ତିର ନିୟମ ପ୍ରସ୍ତାବକୁ ମଧ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି।
ଅବକାରୀ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଅବକାରୀ କମିଶନର କାର୍ଯ୍ୟାଳୟକୁ ରାଜସ୍ୱ ବୋର୍ଡଠାରୁ ପୃଥକ କରି ଅବକାରୀ ନିର୍ଦ୍ଦେଶାଳୟ ଭାବେ କାର୍ଯ୍ୟ କରିବା ସହ ଏହାକୁ ଉତ୍ତମ ସାଧାରଣ ସେବା ପ୍ରଦାନ କରିବାରେ ଅଧିକ ଦକ୍ଷ ଓ ଉତ୍ତରଦାୟୀ ନିମନ୍ତେ ୫ଟି ନୂଆ ଅମଲାସ୍ତରୀୟ ମୂଳପଦବୀ ସୃଷ୍ଟି ଓ ସ୍ୱାଧୀନ ଭାବେ ଏହାର କର୍ମଚାରୀ ଓ କ୍ୟାଡ଼ର ସୁପରିଚାଳନା କରିବାର କ୍ଷମତା ପ୍ରଦାନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story