କରୋନାରୁ ସୁସ୍ଥ ହୋଇ ଫେରିବା ପରେ ଦୁଃଖ ବଖାଣିଲେ; କହିଲେ, ମୋ ନାଁରେ ମିଛ କହିଥିଲେ ସରକାର

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କୋଭିଡ୍‌-୧୯ ରୋଗଗରୁ ସୁସ୍ଥ ହୋଇ ଫେରିଛନ୍ତି ବାଲେଶ୍ୱରର ବୀରେନ କୁମାର ରାଉତ। ତାଙ୍କୁ ବାଲେଶ୍ୱରର ପ୍ରଥମ କରୋନା ରୋଗୀ ବୋଲି କୁହାଯାଉଛି। କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ବୀରେନ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ,  ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର ପରିବାରର ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସମସ୍ତେ ସୁସ୍ଥ ଅଛନ୍ତି। ସେ କହିଛନ୍ତି ଯେ, ମୋ ନାମରେ ଯେଉଁ ପ୍ରଚାର […]

Mu-Super-Spreader (1)

Tapas Behera
  • Published: Tuesday, 26 May 2020
  • , Updated: 26 May 2020, 05:53 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ମହାମାରୀ କରୋନା କୋଭିଡ୍‌-୧୯ ରୋଗଗରୁ ସୁସ୍ଥ ହୋଇ ଫେରିଛନ୍ତି ବାଲେଶ୍ୱରର ବୀରେନ କୁମାର ରାଉତ। ତାଙ୍କୁ ବାଲେଶ୍ୱରର ପ୍ରଥମ କରୋନା ରୋଗୀ ବୋଲି କୁହାଯାଉଛି। କରୋନାରୁ ଆରୋଗ୍ୟ ହୋଇ ଫେରିଥିବା ବୀରେନ ନିଜର ଅନୁଭୂତି ପ୍ରକାଶ କରିଛନ୍ତି। ଓଡ଼ିଶା ରିପୋର୍ଟରକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ,  ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି। ମୋର ପରିବାରର ଯେଉଁମାନେ ଆକ୍ରାନ୍ତ ହୋଇଥିଲେ ସମସ୍ତେ ସୁସ୍ଥ ଅଛନ୍ତି। ସେ କହିଛନ୍ତି ଯେ, ମୋ ନାମରେ ଯେଉଁ ପ୍ରଚାର କରାଗଲା ଯେ ମୁଁ ହେଉଛି ବାଲେଶ୍ୱରର ପ୍ରଥମ କରୋନା ରୋଗୀ ତାହା ହେଉଛି ମିଥ୍ୟା।

‘ସରକାର ଓ ପ୍ରଶାସନ ମୋ ନାମରେ ମିଛ ପ୍ରଚାର କରିଛନ୍ତି। ବାଲେଶ୍ୱରରୁ ମୁଁ ଯେତେବେଳେ କିମସ୍‌ ଯାଇଥିଲି ନିମୋନିଆ ଟେଷ୍ଟ କରିବା ପାଇଁ ସେଠି ମୋତେ କୋଭିଡ୍‌ ଟେଷ୍ଟ କରାଗଲା। ତାହା ହେଉଛି ଗତ ମାସ ୧୫ ତାରିଖର ଘଟଣା। ସେଠାରେ ମୋତେ ନେଗେଟିଭ୍‌ ସାର୍ଟିଫିକେଟ ଦିଆଯାଇଥିଲା। ପରେ ମୋର ନିମୋନିଆ ଟେଷ୍ଟ ପାଇଁ ଏମ୍‌ସ ଯାଇଥିଲି। ସେଠାରେ ୩ ଦିନ ରହିଲା ପରେ ମୋତେ ପଜିଟିଭ୍‌ ବୋଲି ଘୋଷଣା କରାଗଲା। ଏହାର ଅର୍ଥ ମୁଁ ବାଲେଶ୍ୱରୁ ସୁସ୍ଥ ଅବସ୍ଥାରେ ଯାଇଥିଲି। ବାଲେଶ୍ୱରୁ କୌଣସି ହିସାବରେ କୋଭିଡ ରୋଗୀ ହିସବାରେ ଯାଇନଥିଲି। ତେଣୁ ମୁଁ ଭାବୁଛି ମୋତେ ଏମସ୍‌ସୁର ବ୍ୟପିଛି। ମୋ ଯୋଗୁ ୧୨ ଜଣଙ୍କୁ ହୋଇଛି ବୋଲି ପ୍ରଚାର କରାଗଲା। ମୋତେ ସୁପରସ୍ପ୍ରେଡର ବୋଲି କୁହାଗଲା। ଯାହା ଶୁଣି ମୋତେ ଖୁବ୍‌ ବାଧିଥିଲା।’

‘ମୋ ପାଇଁ ବାଲେଶ୍ୱରର ନିଳିଆବାଗ ଅଂଚଳକୁ ୨୧ ଦିନ ଧରି କଂଟେନମେଂଟ ଜେନା ଘୋଷଣା କରାଯାଇଥିଲା। ସେମାନଙ୍କ ସହଯୋଗ ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସେଇ ଲୋକମାନେ ଆଜି ପର୍ଯ୍ୟନ୍ତ ମୋ ସହିତ ରହିଛନ୍ତି। ତେଣୁ ସେମାନଙ୍କ ନିକଟରେ ମୁଁ କୃତଜ୍ଞ। କରୋନାକୁ ନେଇ ଯେମିତି ଭୟ ସୃଷ୍ଟି କରାଯାଉଛି ସେମିତି କିଛି ନୁହେଁ।  ମୁଁ ମଧ୍ୟ ପ୍ରଥମେ ଡରି ଯାଇଥିଲି। କିନ୍ତୁ ସାଧାରଣତଃ ଏହା ଏକ ଥଣ୍ଡା ରୋଗ। କେବଳ ଆପଣଙ୍କୁ ୫ ଦିନର ଥଣ୍ଡା ମେଡିସିନ୍ ଦିଆଯାଏ। ତେବେ ଯେଉଁମାନେ କରୋନା ସହ ଲଢ଼ୁଛନ୍ତି ସେମାନେ ଭୟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି।’

ସୂଚନା ଅନୁଯାୟୀ, ଗତ ମାସ ୧୮ ତାରିଖରେ ବାଲେଶ୍ୱରର ପ୍ରଥମ କରୋନା ପଜିଟିଭ୍‌ କେସ୍‌ ଆସିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା।

Related story