ପୁଅ ବଞ୍ଚିଥିଲା ବେଳେ ହସ୍‌ପିଟାଲର ଅସଲ ମୁଖା ଖୋଲିଥିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ବେଳକୁ ହୋଇଥିଲା ୩୮ ବର୍ଷ । ଫୁସଫୁସ ସଂକ୍ରମଣରେ ପୀଡ଼ିତ ହୋଇ ସମ୍ବିତ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ପୂର୍ବରୁ ପୁଅର ଉଚ୍ଚ ଚିକିତ୍ସା ପାଇଁ ବାପା ନେହୁରା ହୋଇ ଟ୍ୱିଟ୍‌ କରିଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ […]

678

678

Tapas Behera
  • Published: Saturday, 22 May 2021
  • Updated: 23 May 2021, 11:11 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପୁଅ ସମ୍ବିତ ନନ୍ଦଙ୍କ ମୃତ୍ୟୁ ବେଳକୁ ହୋଇଥିଲା ୩୮ ବର୍ଷ । ଫୁସଫୁସ ସଂକ୍ରମଣରେ ପୀଡ଼ିତ ହୋଇ ସମ୍ବିତ କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲା ବେଳେ ଆଜି ତାଙ୍କର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁ ପୂର୍ବରୁ ପୁଅର ଉଚ୍ଚ ଚିକିତ୍ସା ପାଇଁ ବାପା ନେହୁରା ହୋଇ ଟ୍ୱିଟ୍‌ କରିଥିବା ବେଳେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୟାଗ୍‌ କରିଥିଲେ। ହେଲେ  ଆଜି ଦିନ ୧୨ଟା ୨୦ ମିନିଟ୍‌ରେ ସମ୍ବିତ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ସମ୍ବିତ ଜଣେ ଯୁବ ସମାଜସେବୀ ଥିଲା ବେଳେ ତାଙ୍କ ମୃତ୍ୟୁ ଖବର ତାଙ୍କ ଶୁଭେଛକଙ୍କୁ ମ୍ରିୟମାଣ କରିଛି। ସୋଶାଲ ମିଡିଆରେ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଥିବା ବେଳେ  ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନାର ସୁଅ ଛୁଟୁଛି। ତେବେ ସମ୍ବିତ ଚିକିତ୍ସାଧିନ ଥିବା ବେଳେ ହସପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା କିଭଳି ଶୋଷଣ ଶିକାର ହୋଇଥିଲେ ତାର ଗୁମର ଖୋଲିଥିଲେ ନବୀନ ନନ୍ଦ। ଏନେଇ ପୁଅ ମୃତ୍ୟୁର କିଛି ଦିନ ପୂର୍ବରୁ ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ। ହସପିଟାଲରେ ପୁଅ ଭର୍ତ୍ତି ହେବାଠାରୁ ତାଙ୍କ ଅସହାୟତାର ସୁଯୋଗ ନେଇ ଚିକିତ୍ସା ନାମରେ କେମିତି ତାଙ୍କ ସହ ଅସହ୍ୟ ବ୍ୟବହାର କରାଯାଇଛି ସେ ବିଷୟରେ ସେ ବଖାଣିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ଏହା  ତାଙ୍କ ପୁଅ ମୃତ୍ୟୁ ପୂର୍ବରୁ ଅର୍ଥାତ ଗତ  ମେ ୧୦ ତାରିଖରେ ପୋଷ୍ଟ ହୋଇଛି ।

ସେ ଲେଖିଥିଲେ ଯେ, ଆଜିକୁ ମିଶାଇ ୧୩ ଦିନ ହୋଇଗଲା ।  ଗତ ଏପ୍ରିଲ ୨୮ ତାରିଖରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ  ଓ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ "ସୋମୁ "ର ସିଟି ସ୍କାନ କରି ଡାକ୍ତର ଙ୍କ ପରାମର୍ଶ କଲି । ସିଟି ସ୍କାନରେ ସ୍କୋର ୧୯/୨୫ ଥିବାରୁ ସଙ୍ଗେ ସଙ୍ଗେ ଡାକ୍ତରଖାନା ରେ ଭର୍ତି କରିବାକୁ ଡାକ୍ତର ପରାମର୍ଶ ଦେଲେ । ଢେ଼ଙ୍କାନାଳ ମେଡିକାଲରେ ପୂର୍ବରୁ କୋଭିଡ ରିପୋର୍ଟ ନେଗେଟିଭ ଆସିଥିବାରୁ ମୁଁ ଭାବିଥିଲି ବିଶେଷ କିଛି ହୋଇନାହିଁ । କଟକ ଏସସିବି ମେଡିକାଲରେ ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ସେଠାକୁ ନେବାକୁ ଉଚିତ ମନେକଲୁନାହିଁ । ସେଥିପାଇଁ ସେଦିନ  ୨/୩ ଟି  ପ୍ରାଇଭେଟ ମେଡିକାଲ ରେ ଅଧିକ ସୁବିଧା ପାଇଁ କ୍ୟାବିନ ପାଇଁ ଫୋନ କଲୁ । ପ୍ରାୟ କେଉଁଠି କ୍ୟାବିନ ବେଡ ଖାଲି ନଥାଏ । ସନ୍ଧ୍ୟା ୫ଟା ବେଳେ କଟକର ସିଲିଭର ସିଟି ହସ୍ପିଟାଲରେ  ସନ୍ଧ୍ୟା ୫ଟା ରେ ଗୋଟିଏ କ୍ୟାବିନ ବେଡ ଖାଲି ହେବ ବୋଲି ଖବର ପାଇ  ସେଠାକୁ ନେଇ ତୁରନ୍ତ  ଭର୍ତି କଲୁ ।

କିଛି ପ୍ରାଇଭେଟ ମେଡିକାଲରେ ଥରେ ରୋଗୀ  ପଶିଗଲେ ସେମାନେ ରୋଗ ଭଲ ହେବାକୁ ଚେଷ୍ଟା କରିବା ପରିବର୍ତ୍ତେ କେତେ ଅଧିକ ଟଙ୍କା କିପରି ଶୋଷି ହେବ ସେମାନେ ବେଶୀ ଧ୍ୟାନ ଦିଅନ୍ତି ବୋଲି  ମୋର ଧାରଣା ନଥିଲା । ମୋ କ୍ଷେତ୍ରରେ ସେୟା ମଧ୍ୟ ଘଟିଲା । ଏହି ସିଲିଭର ସିଟି ମେଡିକାଲ  ନିଜସ୍ୱ ଡାକ୍ତର ନଥିବା ମେଡିକାଲ ଭିତରୁ ଅନ୍ୟତମ । ସରକାର ଏ ବିଷୟରେ ଧ୍ୟାନ ଦେବାର ଆଵଶ୍ୟକତା ଅଛି ।

ପ୍ରଥମ ଦୁଇ ଦିନ  ସେହି ସିଲିଭର ସିଟି ମେଡିକାଲ ରେ ପୁଅର ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟ ଓ ଫୁସଫୁସରେ ସଂକ୍ରମଣ ଯୋଗୁ ତାର କ୍ୟାବିନରେ ଅକ୍ସିଜେନ ମାତ୍ର। ୬ ରେ ଚାଲିଥିଲା । ନିଃଶ୍ୱାସ ପ୍ରଶ୍ୱାସ ମଧ୍ୟ ଠିକରେ ସେ ନେଇ ପାରୁଥିଲା ।  ଟ୍ରିଟମେଣ୍ଟ ମଧ୍ୟ ଠିକରେ ଚାଲିଛି ବୋଲି ମଧ୍ୟ ମୋର ଧାରଣା ହେଲା । ମୋର ମନେଅଛି ସେଦିନ ଏପିଲ ୩୦ ତାରିଖ ଦିନ କ୍ୟାବିନର ଅ।ଟେଣ୍ଡାଣ୍ଟ କାହିଁକି କେଜାଣି ତାର ଅକ୍ସିଜେନ ସ୍ତରକୁ ହଠାତ ୬ ରୁ ୪ କୁ ଖସାଇ ଦେବାରୁ ତାର ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେଲା । ମୋର ବୋହୁ ସୀମା ତା’ର ଅଟେଣ୍ଡାଣ୍ଟ ଥାଏ । ତାକୁ କୁହାଗଲା ତାକୁ ଆଇସିୟୁ କୁ ନେବା ଦରକାର  । ବୋହୂ ମୋତେ ଫୋନ କଲାରୁ ମୁଁ ମଧ୍ୟ କହିଲି ଯଦି ଡାକ୍ତର ଆବଶ୍ୟକ କରୁଛନ୍ତି ତେବେ ନେବାପାଇଁ । ତାର ସ୍ୱାସ୍ଥ୍ୟ ଅବସ୍ଥା ଯେତିକି ଗୁରୁତର ନଥିଲା ମେଡିକାଲ କର୍ତ୍ତୃପକ୍ଷଙ୍କର ସମ୍ଭବତଃ ଅଧିକ ଟଙ୍କା ପାଇଁ ତାକୁ ଆଇସିୟୁ ନେବାର ଆବଶ୍ୟକତା ଥିଲା ବୋଲି ମୁଁ ଟିକିଏ ବିଳମ୍ବ ରେ ଜାଣିଲି । ଆଇସିୟୁକୁ ଯିବା ପରେ ତାର ଅବସ୍ଥା ଦିନକୁ ଦିନ ଗୁରୁତର ହେଲା । ଆଇସିୟୁରେ ତାର ଅକ୍ସିଜେନର ମାତ୍ରା କୁ ୬ରୁ ୧୫କୁ ବଢ଼େଇଦିଅଗଲା । ଆଇସିୟୁ କୁ ଯିବା ପରେ ତାର ମେଡିସିନର ପରିମାଣ ମଧ୍ୟ ବଢିଗଲା ।

ମେଡିସିନର ମାତ୍ରା ଯେତିକି ବଢ଼ିଲା ପୁଅର ଅବସ୍ଥା ମଧ୍ୟ ବେଳୁ ବେଳ ସେତିକି ଗୁରୁତର ହେଲା । ତା‘ପରେ ତାକୁ ଚିକିତ୍ସା କରୁଥିବା ଡାକ୍ତର  ଡ଼ ସାଇ ସ୍ୱରୂପ ମୋତେ ୩.୦୫.୨୧ ରିଖ ସନ୍ଧ୍ୟାରେ କହିଲେ ତାକୁ ଭେଣ୍ଟିଲେଟରକୁ ନିଆଯିବା ଆବଶ୍ୟକ । ୫ ଦିନ ଭିତରେ ସେମାନେ ପ୍ରାୟ ମୋଠାରୁ ୨ଲକ୍ଷ ଟଙ୍କାରୁ ଅଧିକ ନେଇ ସାରିଥାନ୍ତି । ମୋର ସେହି ମେଡିକାଲ ରହଣି ଭିତରେ ବହୁତ ରୋଗୀଙ୍କ ଅଭିଭାବକ ମାନେ  ସେହି ସମୟ ଭିତରେ ମେଡିକାଲର ଏହି ପ୍ରକାରର ଶୋଷଣ ପାଇଁ ସେମାନଙ୍କ ରୋଗୀ ମାନଙ୍କୁ ଅନ୍ୟତ୍ର ନେଇଯାଉଥାନ୍ତି । କିଏ କହୁଥାଏ ମୋର ୬ଲକ୍ଷ ଗଲାଣି /୫ ଲକ୍ଷ ଗଲାଣି । କିନ୍ତୁ କି କିଛି ହେଉନାହିଁ । ସରକାରଙ୍କର ମଧ୍ୟ ଘରୋଇ ମେଡିକାଲ ଉପରେ ମଧ୍ୟ କୌଣସି ଲଗାମ ଥିଲା ଭଳି ମୋତେ ଲାଗିଲା ନାହିଁ । ମୋତେ  ଯେତେବେଳେ କୁହାଗଲା ଭେଣ୍ଟିଲେଟର ଦରକାର ମୋର ମଧ୍ୟ କିଛି ଆପତ୍ତି ନଥିଲା । କିନ୍ତୁ ଘଣ୍ଟାଏ ପରେ ଜାଣିଲି ଯେ ସେହି ମେଡିକାଲରେ ଭେଣ୍ଟିଲେଟର ଖାଲି ନାହିଁ । ସେତେ ବେଳକୁ ମୋର ଧର୍ଯ୍ୟ ଚ୍ୟୁତି ଘଟିସାରି ଥିଲା । ମୁଁ ହଠାତ କୌଣସି ଉପାୟ ନପାଇ ସ୍ୱାସ୍ଥ୍ୟ ସଚିବ ପି କେ ମହାପାତ୍ର ଙ୍କୁ ଫୋନ ଲଗାଇଲି । ମୋର ଭାଗ୍ୟ ଏତେ ଭଲ ଯେ ଗୋଟିଏ ଘଂଟା ଭିତରେ ସ୍ୱାସ୍ଥ୍ୟ ସଚିବ କଟକ ଅଶ୍ୱିନୀ ହସ୍ପିଟାଲରେ ଆଇସିୟୁ  ବେଡ଼ ଯୋଗାଡ଼ କରିଦେଲେ ଓ ମୋତେ ତାର ସୂଚନା ମଧ୍ୟ ଦେଲେ ।

ଠିକ ଘଣ୍ଟାଏ ଭିତରେ ଅଶ୍ୱିନୀ ମେଡିକାଲର  ଅତ୍ୟାଧୁନିକ ଆମ୍ବୁଲାନ୍ସ ଆସି ପହଂଚି ଯାଇଥିଲେ ମଧ୍ୟ ସେହି ଆମ୍ବୁଲାନ୍ସ ରେ ପେସେଣ୍ଟ ଛାଡିବା ପାଇଁ ମେଡିକାଲରେ ଡିୟୁଟି ରେ ଥିବା କର୍ମଚାରୀ ରାଜି ହେଲେ ନାହିଁ । ତାଙ୍କର ନିଜ ଆମ୍ବୁଲାନ୍ସରେ ଯିବ ବୋଲି କହି ପ୍ରାୟ ଏକ ଘଣ୍ଟା ବିଳମ୍ବ କରିଦେଲେ। ଏହିପରି ଅବ୍ୟବସ୍ଥା ଭିତରେ ସେହି ରାତି ପ୍ରାୟ ୨ଟା୩୦ ମିନିଟ ରେ ପୁଅର ଗୁରୁତର ଅବସ୍ଥାରେ ଅଶ୍ୱିନୀ ହସ୍ପିଟାଲରେ ଆଡ଼ମିଶନ ହେଲା ଓ ସଙ୍ଗେ ସଙ୍ଗେ ଆଇସିୟୁକୁ ଗଲା । ସେଠାରେ ଆଇସିୟୁରେ  ୩/୪  ଦିନ ରହିବା ପରେ ତାର ଅକ୍ସିଜେନ ଅଧିକ ଆବଶ୍ୟକ ପଡିଲାରୁ ଭେଣ୍ଟିଲେଟର କୁ ଗଲା। ସେ ଆଇସିୟୁରେ ଥାଇ ମଧ୍ୟ ଗତ ୭ ତାରିଖ ପର୍ଯ୍ୟନ୍ତ ମୋ ସଙ୍ଗରେ ସବୁଦିନେ କଥା ହୋଇଥିଲା । ତାର ଗୋଟିଏ ପ୍ରଶ୍ନ ମୋତେ କେବେ ଏଠୁ ନେବ ? ମୁଁ ତାକୁ ଗୋଟିଏ କଥା କହେ ତୁ ନିଜକୁ ମାନସିକ ସ୍ତରରେ ମଜଭୁତ କର ଆମେ ୨/୩ ଦିନ ଭିତରେ ଘରକୁ ଯିବା ଭାରି । ସେ ଭେଣ୍ଟିଲେଟରକୁ ଗଲାପରେ ମୋ ସାଙ୍ଗରେ କଥା ହେବାର ସୁଯୋଗ ନାହିଁ । ମେଡିକାଲ ତଥ୍ୟ ଅନୁସାରେ ତାର ଅବସ୍ଥା ସ୍ଥିର ଅଛି । ତାର ଫୁସଫୁସରେ ସଂକ୍ରମଣ ଯୋଗୁ ବର୍ତ୍ତମାନ ଚିକିତ୍ସ। ଚାଲିଛି ।

ତାର ସେଠି ଅବସ୍ଥା କଣ ହେବ  କି ଆଉ ଭଲ ହେବାକୁ କେତେଦିନ ଯିବ ମୁଁ ଜାଣିନି କିନ୍ତୁ ମୋର ହୃଦବୋଧ ହୋଇଛି ଟ୍ରିଟମେଂଟ ଠିକ ଭାବରେ ଚାଲିଛି । ମୁଁ  କପିଳାସର ପ୍ରଭୁ ଚନ୍ଦ୍ରଶେଖରଙ୍କ ଓ ମା ପାର୍ବତୀ ଓ ଆମ କୁଳ ଇଷ୍ଟ ଦେବୀ ମା ଦୁର୍ଗା ଙ୍କର ଉପରେ ପୁରା ଭରସା ଅଛି । ମୋ ପୁଅ " ସୋମୁ " ଶୀଘ୍ର ଭଲ ହୋଇ ତା "ମା "କୋଳ କୁ ଫେରି ଆସିବ । ତାର ମଧ୍ୟ ଅଗଣିତ ଶୁଭେଛୁ ମଧ୍ୟ ତାର ସୁସ୍ଥତା ପାଇଁ ଭଗବାନଙ୍କୁ ପ୍ରାଥନା କରୁଛନ୍ତି। ଭଗବାନଙ୍କୁ ହାତ ଟେକି ଦେବା ବ୍ୟତୀତ ମୋ ପାଖରେ ଆଉ କିଛି ଉପାୟ ମଧ୍ୟ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story