କବାଡ଼ିଆକୁ ସାଇକେଲ ଦିଆଯିବା କଥା ସରକାର ଜାଣିନାହାନ୍ତି !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କବାଡ଼ିଆକୁ ସାଇକେଲ ଦିଆଯିବା କଥା ସରକାର ଜାଣିନାହାନ୍ତି। ସରକାରଙ୍କ ପାଖରେ ତଥ୍ୟ ନଥିବା ବିଧାନସଭାରେ କହିଲେ ମନ୍ତ୍ରୀ। ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରତାପ ଜେନା ଏମିତି ଉତ୍ତର ରଖିଛନ୍ତି। ୨୦୧୮ରେ ୩ଟି ସଂସ୍ଥାରୁ ଗୋଟା ସାଇକେଲ ପିଛା ୨୫ ହଜାରରେ କିଣାଯାଇଥିଲା। ମୋଟ ୨ ହଜାର ସାଇକେଲ କିଣା ହୋଇଥିଲା। ଏବେ ୧୦୦୦ କାର୍ଯ୍ୟକ୍ଷମ ଅଛି। ବାକି ୧୦୦୦ ସାଇକେଲର ରକ୍ଷଣାବେକ୍ଷଣ ତଥା ମରାମତି ଚାଲିଛି। ରକ୍ଷଣା ବେକ୍ଷଣ ପାଇଁ ୨ଟି […]

6nm-2

Tapas Behera
  • Published: Tuesday, 07 September 2021
  • , Updated: 07 September 2021, 05:56 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କବାଡ଼ିଆକୁ ସାଇକେଲ ଦିଆଯିବା କଥା ସରକାର ଜାଣିନାହାନ୍ତି। ସରକାରଙ୍କ ପାଖରେ ତଥ୍ୟ ନଥିବା ବିଧାନସଭାରେ କହିଲେ ମନ୍ତ୍ରୀ। ବିଧାୟକ ସୁରେଶ ରାଉତରାୟଙ୍କ ପ୍ରଶ୍ନରେ ମନ୍ତ୍ରୀ ପ୍ରତାପ ଜେନା ଏମିତି ଉତ୍ତର ରଖିଛନ୍ତି। ୨୦୧୮ରେ ୩ଟି ସଂସ୍ଥାରୁ ଗୋଟା ସାଇକେଲ ପିଛା ୨୫ ହଜାରରେ କିଣାଯାଇଥିଲା। ମୋଟ ୨ ହଜାର ସାଇକେଲ କିଣା ହୋଇଥିଲା। ଏବେ ୧୦୦୦ କାର୍ଯ୍ୟକ୍ଷମ ଅଛି। ବାକି ୧୦୦୦ ସାଇକେଲର ରକ୍ଷଣାବେକ୍ଷଣ ତଥା ମରାମତି ଚାଲିଛି।

ରକ୍ଷଣା ବେକ୍ଷଣ ପାଇଁ ୨ଟି ସଂସ୍ଥାକୁ ୫୯ ଲକ୍ଷ ଟଙ୍କା ଦିଆଯାଇଛି। କୌଣସି ସାଇକେଲ କବାଡ଼ଇାକୁ ବିକ୍ରି ତଥ୍ୟ ନଥିବା କହିଛନ୍ତି ମନ୍ତ୍ରୀ। ସେହିପରି ସାଇକେଲ ଚୋରି ହୋଇନି କି କବାଡ଼ିଆକୁ ବିକ୍ରି କରାଯିବାର ତଥ୍ୟ ହସ୍ତଗତ ହୋଇନି। ସାଇକେଲ ବିକ୍ରି ନେଇ ମନ୍ତ୍ରୀ ଜାଣିନଥିଲେ ବି ଏତଲା କରିଛି BMC। ସାଇକେଲ ବିକ୍ରି ପ୍ରସଙ୍ଗରେ ଭୁବନେଶ୍ୱର ମହାନଗର ନିଗମ ଏତଲା କରିଛି। ସୂଚନାଯୋଗ୍ୟ, ସ୍ମାର୍ଟସିଟିରେ ସାଇକେଲିଂକୁ ପ୍ରୋତ୍ସାହିତ କରିବା ପାଇଁ ୨୦୧୮ ହକି ବିଶ୍ୱକପ ସମୟରେ ଆରମ୍ଭ ହୋଇଥିଲା ମୋ ସାଇକେଲ୍ ଯୋଜନା । ପ୍ରତି ସାଇକେଲ ପିଛା ୨୫ ହଜାର ଟଙ୍କାରେ ହେକ୍ସିୟୋନୋ ଏବଂ ୟୁଲୁ କମ୍ପାନୀଠାରୁ କିଣାଯାଥିଲା ୨ ହଜାର ସାଇକଲ୍ । ଯେଉଁଥିରେ ବ୍ୟୟ ହୋଇଥିଲା ପ୍ରାୟ ୬ କୋଟି ଟଙ୍କା । ୟୁଲୁ ଏବଂ ୟୋନୋ କମ୍ପାନୀଠାରୁ ୫୦୦ ଲେଖାଏଁ ସାଇକଲ୍ କିଣାଯାଥିବା ବେଳେ ହେକ୍ସି କଂପାନୀ ଯୋଗାଇଥିଲା ଏକ ହଜାର ସାଇକଲ୍ । କିଛି ଦିନ ପୂର୍ବେ ହେକ୍ସି କମ୍ପାନୀର ୩୦୦ ସାଇକେଲ୍  ଗାଏବ ଥିବା ଜଣାପଡ଼ିବା ପରେ ହେକ୍ସି କମ୍ପାନୀ ବିରୁଦ୍ଧରେ ଏଫ୍ଆଇଆର୍ ଦିଆଯାଇଥିବା କହିଥିଲେ ବିଏମ୍ସି କମିଶନର୍ ।

 

Related story