ଆତ୍ମପ୍ରଚାର ପାଇଁ ୪୦୦ କୋଟି, କରୋନା ସଙ୍କଟରେ ବି ୩୩ କୋଟି ବାଣ୍ଟିଛନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦେଖାଦେବା ପରେ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଜାରି କରିଥିଲେ। କିନ୍ତୁ ନିଜର ଆତ୍ମପ୍ରଚାର ପାଇଁ ଅର୍ଥ ବାଣ୍ଟିବା ଉପରେ କୌଣସି କଟକଣା ରଖିନଥିଲେ। ଯେଉଁଥିପାଇଁ କରୋନା ସଙ୍କଟ ସମୟରେ ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବୃୟାରୀ ୧୮ତାରିଖ ମଧ୍ୟରେ ୩୨କୋଟି ୯୫ଲକ୍ଷ ୭୦ହଜାର ଟଙ୍କା ବିଜ୍ଞାପନ ବାବଦରେ ବାଣ୍ଟିଛନ୍ତି। ଅବଶ୍ୟ ଏଥିରେ କରୋନା ସଚେତନତା ପାଇଁ ସାମାନ୍ୟ ପରିମାଣର ଟଙ୍କା ସାମିଲ […]

Naveen-Patnaik

Naveen-Patnaik

Ordigital Desk
  • Published: Thursday, 25 February 2021
  • Updated: 25 February 2021, 07:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତବର୍ଷ ମାର୍ଚ୍ଚ ମାସରୁ ରାଜ୍ୟରେ କରୋନା ମହାମାରୀ ସଂକ୍ରମଣ ଦେଖାଦେବା ପରେ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଆର୍ଥିକ କଟକଣା ଜାରି କରିଥିଲେ। କିନ୍ତୁ ନିଜର ଆତ୍ମପ୍ରଚାର ପାଇଁ ଅର୍ଥ ବାଣ୍ଟିବା ଉପରେ କୌଣସି କଟକଣା ରଖିନଥିଲେ। ଯେଉଁଥିପାଇଁ କରୋନା ସଙ୍କଟ ସମୟରେ ଗତବର୍ଷ ଏପ୍ରିଲରୁ ଚଳିତବର୍ଷ ଫେବୃୟାରୀ ୧୮ତାରିଖ ମଧ୍ୟରେ ୩୨କୋଟି ୯୫ଲକ୍ଷ ୭୦ହଜାର ଟଙ୍କା ବିଜ୍ଞାପନ ବାବଦରେ ବାଣ୍ଟିଛନ୍ତି।

ଅବଶ୍ୟ ଏଥିରେ କରୋନା ସଚେତନତା ପାଇଁ ସାମାନ୍ୟ ପରିମାଣର ଟଙ୍କା ସାମିଲ ରହିଛି। ୨୦୧୩-୧୪ରୁ ୨୦୨୦-୨୧ ମସିହା ମଧ୍ୟରେ ନିଜସ୍ୱ ପ୍ରଚାର ନିମନ୍ତେ ରାଜ୍ୟ ସରକାର ପ୍ରାୟ ୪୦୦କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି।

ଆଜି ବିଧାନସଭାରେ ବିଜେପି ବିଧାୟକ ନାଉରୀ ନାୟକଙ୍କ ଏକ ପ୍ରଶ୍ନର ଲିଖିତ ଦେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ଯେ, ଗତ ୮ବର୍ଷ ମଧ୍ୟରେ ଅର୍ଥାତ୍ ୨୦୧୩-୧୪ରୁ ୨୦୨୦-୨୧ ମସିହା ଭିତରେ ରାଜ୍ୟ ରାଜକୋଷରୁ ବିଜ୍ଞାପନ ବାବଦରେ ମୋଟ ୩୯୯କୋଟି ୬୪ଲକ୍ଷ ୧୪ହଜାର ୭୮୧ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜ୍ଞାପନ ବାବଦରେ କେବଳ ୨୦୧୮-୧୯ ମସିହାରେ ୧୨୧କୋଟି ୧୪ଲକ୍ଷ ୬୩ହଜାର ୪୩୪ଟଙ୍କା ଖର୍ଚ୍ଚ କରିଛନ୍ତି।

ସେହିପରି ୨୦୧୭ ପଂଚାୟତ ନିର୍ବାଚନ ବର୍ଷରେ ୪୦.୪୭କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି। ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ, ୨୦୧୩-୧୪ ମସିହାରେ ବିଜ୍ଞାପନ ବାବଦରେ ୩୩.୨୮କୋଟି, ୨୦୧୪-୧୫ରେ ୨୧.୫୨କୋଟି, ୨୦୧୫-୧୬ରେ ୩୧.୮୭କୋଟି ଟଙ୍କା, ୨୦୧୬-୧୭ରେ ୪୦.୪୭କୋଟି, ୨୦୧୭-୧୮ରେ ୬୧.୮୭କୋଟି ଟଙ୍କା ଓ ୨୦୧୮-୧୯ରେ ୧୨୧.୧୪କୋଟି ଟଙ୍କା, ୨୦୧୯-୨୦ରେ ୫୬.୫୦କୋଟି ଟଙ୍କା ଏବଂ ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ଫେବୃୟାରୀ ୧୮ତାରିଖ ସୁଦ୍ଧା ୩୨.୯୫କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି।

ମନ୍ତ୍ରୀଙ୍କ ଏହି ଉତ୍ତର ହିଁ ରାଜ୍ୟ ସରକାରଙ୍କ ଆତ୍ମପ୍ରଚାର ନିଶାକୁ ପଦାରେ ପକାଇଛି। ଚର୍ଚ୍ଚା ହେଉଛି, ୨୦୧୮-୧୯ରେ ସରକାର ବିଜ୍ଞାପନ ବାବଦରେ ଯେଉଁ ୧୨୧.୧୪କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସେଥିରେ ରାଜ୍ୟର ୧୦,୦୯୫ଜଣ ଗରିବ ଲୋକଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଛାତ ଘର( ବିଜୁ ପକ୍କାଘର) ଯୋଗାଇ ଦିଆଯାଇ ପାରିଥାନ୍ତା। ଅବା ପୁଣି ଏହି ଟଙ୍କାରେ ଗୋଟିଏ ଦୁର୍ଗମ ଅବା ଅନୁନ୍ନତ ବ୍ଲକର ସାମଗ୍ରିକ ବିକାଶ କରି ଏହାକୁ ଆଦର୍ଶ ବ୍ଲକ ଭାବେ ଘୋଷଣା କରିବାରେ ସରକାର ସକ୍ଷମ ହୋଇପାରିଥାନ୍ତେ। କିନ୍ତୁ ନିର୍ବାଚନ ଜିତିବା ନିଶା ଓ ତୁଷ୍ଟୀକରଣ ନୀତି ଆପଣାଇ ସାଧାରଣ ଲୋକଙ୍କ ଟିକସ ଅର୍ଥରୁ ଗୋଟିଏ ବର୍ଷରେ ୧୨୧କୋଟି ଟଙ୍କା ବିଜ୍ଞାପନ ବାବଦରେ ବାଣ୍ଟିବାକୁ ସରକାର ପଛାଇ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story