ଆସନ୍ତା ୩ମାସ ଗୁରୁତ୍ୱପୂର୍ଣ୍ଣ, ସଚେତନ ରହିବାକୁ ପରାମର୍ଶ ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୩ଦିନ ଧରି କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି। ତେବେ ଆସନ୍ତା ୩ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ଏଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଏବେ ସ୍ଥିର ରହିଛି । ହସ୍ପିଟାଲରେ ଭର୍ତ୍ତି ମାମଲା ମଧ୍ୟ ହ୍ରାସ […]

COVID19

Ordigital Desk
  • Published: Saturday, 18 September 2021
  • , Updated: 18 September 2021, 10:00 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୩ଦିନ ଧରି କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଆଜି ସାମାନ୍ୟ ହ୍ରାସ ପାଇଛି। ତେବେ ଆସନ୍ତା ୩ମାସ ବେଶ୍ ଗୁରୁତ୍ୱପୂର୍ଣ୍ଣ ଓ ଏଥିପାଇଁ ସମସ୍ତଙ୍କୁ ସଚେତନ ରହିବାକୁ ପଡ଼ିବ ବୋଲି ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଏବେ ସ୍ଥିର ରହିଛି । ହସ୍ପିଟାଲରେ ଭର୍ତ୍ତି ମାମଲା ମଧ୍ୟ ହ୍ରାସ ପାଉଛି। ଆଇସିୟୁରେ ମଧ୍ୟ ରୋଗୀଙ୍କ ସଂଖ୍ୟା କମିଛି । ସେହି ଅନୁପାତରେ ମୃତ୍ୟୁ ସଂଖ୍ୟା ବି କମିଛି। ଏବେ ଦୈନିକ ହାରାହାରି ୫୦୦ରୁ ୬୦୦ ମଧ୍ୟରେ ସଂକ୍ରମଣ ମାମଲା ରାଜ୍ୟରେ ଚିହ୍ନଟ ହେଉଛି। ରାଜ୍ୟର ଅନ୍ୟ ଭାଗ ତୁଳନାରେ କଟକ ଓ ଭୁବନେଶ୍ୱରରେ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। କାରଣ ଏଠାରେ ବଡ଼ ବଡ଼ ହସ୍ପିଟାଲ ଅଛି ଓ ରୋଗୀ ସଂଖ୍ୟା ଅଧିକ ଥିବାରୁ ସଂଖ୍ୟା ବେଶୀ ରହିବା ସ୍ୱାଭାବିକ । ରାଜ୍ୟ ସରକାର ସମସ୍ତ ହସ୍ପିଟାଲରେ ଆରଟିପିସିଆର ଟେଷ୍ଟକୁ ବାଧ୍ୟତାମୂଳକ କରିଛନ୍ତି। ନିଜ ପାଖ ସରକାରୀ ହସ୍ପିଟାଲରେ ଯେକେହି ନିଜର କୋଭିଡ୍ ପରୀକ୍ଷା  କରାଇପାରିବେ। ତେବେ ଆଗାମୀ ୩ମାସ ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିବାରୁ ସଚେତନ ରହିବାର ଆବଶ୍ୟକତା ଅଛି । କୋଭିଡ୍ ନିୟମ ମାନିବାକୁ ଡାକ୍ତର ମିଶ୍ର ପରାମର୍ଶ ଦେଇଛନ୍ତି ।

Related story