ଯୁକ୍ତ-୨ ପରୀକ୍ଷା ନେଇ କସରତ ଚଳାଇଛନ୍ତି ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଯୁକ୍ତ -୨ ପରୀକ୍ଷା ନେଇ କସରତ ଚଳାଇଛନ୍ତି ସରକାର  । ଯୁକ୍ତ ୨ ପରୀକ୍ଷା ବାବଦରେ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ଓ ପ୍ରମୁଖ ଅଧିକାରୀଙ୍କୁ ନେଇ ଭିଡିଓ କନଫରେନ୍ସିଂରେ ବିଚାରବିମର୍ଶ କରାଯାଇଛି । ହେଲେ ବୈଠକରେ କଣ ନିଷ୍ପତ୍ତି ନିଆଯାଇଛି, ସେନେଇ ସୂଚନା ମିଳିନାହିଁ । ଏହି ଭିଡିଓ କନଫରେନ୍ସିଂରେ ଉଚ୍ଚ ମାଧ୍ୟମିକ ଶିକ୍ଷା […]

student

Tapas Behera
  • Published: Wednesday, 02 June 2021
  • , Updated: 02 June 2021, 03:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜ୍ୟରେ ଯୁକ୍ତ -୨ ପରୀକ୍ଷା ନେଇ କସରତ ଚଳାଇଛନ୍ତି ସରକାର  । ଯୁକ୍ତ ୨ ପରୀକ୍ଷା ବାବଦରେ ରାଜ୍ୟ ସରକାର ବିଚାର ବିମର୍ଶ କରୁଛନ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଭାଗୀୟ ସଚିବ ଓ ପ୍ରମୁଖ ଅଧିକାରୀଙ୍କୁ ନେଇ ଭିଡିଓ କନଫରେନ୍ସିଂରେ ବିଚାରବିମର୍ଶ କରାଯାଇଛି । ହେଲେ ବୈଠକରେ କଣ ନିଷ୍ପତ୍ତି ନିଆଯାଇଛି, ସେନେଇ ସୂଚନା ମିଳିନାହିଁ । ଏହି ଭିଡିଓ କନଫରେନ୍ସିଂରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ । ତେବେ ସିବିଏସଇ, ଆଇସିଏସଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ଏବେ ଦ୍ୱନ୍ଦ୍ୱରେ ଅଛନ୍ତି ରାଜ୍ୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ।

ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଗତକାଲି  କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ସମ୍ପର୍କରେ ସମୀକ୍ଷା କରିବା ପରେ ଏପରି ଘୋଷଣା କରିଛନ୍ତି। ପିଲାଙ୍କ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପରୀକ୍ଷା ବାତିଲ କରାଯାଇଥିବା ସେ କହିଛନ୍ତି।

ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର ସରକାର କହିଛନ୍ତି ଯେ ସିବିଏସ୍‌ଇ ପରୀକ୍ଷା ବାତିଲ ହୋଇଛି। କିନ୍ତୁ ଯେଉଁମାନେ ଚାହିଁବେ, ସେମାନଙ୍କ ପାଇଁ ପରୀକ୍ଷା ଦେବାର ବ୍ୟବସ୍ଥା ହେବ। କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ପାରିବେ। ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ। ନିର୍ଦ୍ଧାରିତ ସମୟରେ ସବୁ କିଛିକୁ ବିଚାରକୁ ନେଇ ରେଜଲ୍ଟ ପ୍ରକାଶ ପାଇବ। ରେଜଲ୍ଟକୁ ନେଇ ପିଲାମାନେ କିମ୍ବା ସେମାନଙ୍କର ଅଭିଭାବକମାନେ ଆଦୌ ବ୍ୟସ୍ତ ହେବା ଉଚିତ ନୁହେଁ ବୋଲି ସରକାର ଆଶ୍ୱସନା ଦେଇଛନ୍ତି।

Related story