ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ତାହା ପୁଣି ଓଡ଼ିଆ ଗୀତ। ପୁରା ପେସାଦାର କଣ୍ଠଶିଳ୍ପୀଙ୍କ ପରି ଷ୍ଟୁଡିଓରେ ସେ କଣ୍ଠଦାନ କରି ଗୀତ ରେକର୍ଡିଂ କରିଛନ୍ତି । ଏହି ଗୀତଟି ହେଲା ଏମାଟି ଓଡ଼ିଶା, ଏ ଜାତି ଓଡ଼ିଆ। ଓଡ଼ିଶାର କଳା ସଂସ୍କୃତି ପରମ୍ପରାକୁ ନେଇ ଏହି ସଂଗୀତ ପ୍ରସ୍ତୁତ କରିଛନ୍ତି ପ୍ରେମାନନ୍ଦ । ଏଥିରେ ପ୍ରାୟ ୧୫ ଜଣ ଶିଳ୍ପୀ କଣ୍ଠଦାନ କରିଛନ୍ତି । ଏମାନଙ୍କ ସହିତ ନିଜେ ଗୀତ ଗାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ । ନୀଳାଦ୍ରି ବିହାରର ଏକ ଷ୍ଟୁଡିଓରେ ଏହାର ରେକଡ଼ିଂ କରାଯାଇଛି ।
ବସନ୍ତରାଜ ସାମଲ ଗୀତ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ। ଷ୍ଟୁଡିଓରୁ ବାହାରିବା ପରେ ରାଜ୍ୟପାଳ କହିଛନ୍ତି, ଏହା ଏକ କୃଷ୍ଣ ଗୀତ। ସାରା ବିଶ୍ୱର ହୃଦୟକୁ ଏହା ଝଙ୍କୃତ କରିବ। ଏହି ଗୀତରେ ଯେଉଁ ମାଧୁର୍ଯ୍ୟ ଅଛି, ସେଥିରେ ସମସ୍ତେ ଆତ୍ମହରା ହୋଇ ଯିବେ। ଆସନ୍ତା ଉତ୍କଳ ଦିବସରେ ଭିଡିଓ ସହିତ ଏହି ଗୀତ ଉନ୍ମୋଚିତ ହେବ ବୋଲି ଜଣାପଡ଼ିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।