ଧାରଣାରେ ବସିଛନ୍ତି ସ୍ତ୍ରୀ, ଆଉ ଜଣକୁ ଧରି ଚମ୍ପଟ ମାରିଲା ସ୍ୱାମୀ

ଜଳେଶ୍ୱର(ଅଜିତ ଦାସ): ଅଧିକାର ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ। ଏକଥା ଜାଣିପାରି ଦ୍ୱିତୀୟ ସ୍ତ୍ରୀଙ୍କୁ ଧରି ଚମ୍ପଟ ମାରିଛି ସ୍ୱାମୀ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପରି ପ୍ରତାରକ ସ୍ୱାମୀକୁ ପୁଲିସ ଧରିବାରେ ସଫଳ ହୋଇନାହିଁ। ଅଭିଯୋଗରୁ ପ୍ରକାଶ, ସିଂଲା ଥାନା ଅନ୍ତର୍ଗତ ବିଶିକାଦେଇପୁର ଗାଁର ବିପ୍ଳବ ମଲ୍ଲିକ […]

balasore

Manoranjan Sial
  • Published: Friday, 19 June 2020
  • , Updated: 19 June 2020, 05:36 PM IST

ଜଳେଶ୍ୱର(ଅଜିତ ଦାସ): ଅଧିକାର ପାଇଁ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ। ଏକଥା ଜାଣିପାରି ଦ୍ୱିତୀୟ ସ୍ତ୍ରୀଙ୍କୁ ଧରି ଚମ୍ପଟ ମାରିଛି ସ୍ୱାମୀ। ଏପରି ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ଏପରି ପ୍ରତାରକ ସ୍ୱାମୀକୁ ପୁଲିସ ଧରିବାରେ ସଫଳ ହୋଇନାହିଁ।

ଅଭିଯୋଗରୁ ପ୍ରକାଶ, ସିଂଲା ଥାନା ଅନ୍ତର୍ଗତ ବିଶିକାଦେଇପୁର ଗାଁର ବିପ୍ଳବ ମଲ୍ଲିକ ସୁନ୍ଦରଗଡ଼ ଜିଲ୍ଲା ଅଞ୍ଚଳର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ୨୦୧୮ ମସିହା ଅକ୍ଟୋବର ମାସରେ ଉଭୟ ଘର ଛାଡ଼ି ସମ୍ବଲପୁର ପଳଇ ଯାଇଥିଲେ। ସେଠାରେ ଏକ ଏକ ହନୁମାନ ମନ୍ଦିରରେ ବିବାହ କରିଥିଲେ। ପରେ ଉଭୟେ ହାଇଦ୍ରାବାଦ ପଳାଇ ଯାଇ ସେଠାରେ ଘରଭଡା ନେଇ ରହୁଥିଲେ।

ବିପ୍ଳବ ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ଯାହା ଉପାର୍ଜନ କରୁଥିଲେ, ସେଥିରେ ଚଳୁଥିଲେ ସ୍ୱାମୀ-ସ୍ତ୍ରୀ। ତେବେ ହଠାତ୍‌ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଯାହାର ସମାଧାନ ହୋଇ ପାରୁନଥିଲା। ଯେଉଁଥିପାଇଁ ମାର୍ଚ୍ଚ ମାସରେ କୌଣସି କାମର ବାହାନା କରି ୫ ଦିନ ପାଇଁ ଘରକୁ ପଳାଇ ଆସିଥିଲେ ବିପ୍ଳବ। ଏହା ଭିତରେ ମହାମାରୀ କରୋନା ପାଇଁ ଦିଆଯାଇଥିଲା ଲକ୍‌ଡାଉନ୍‌। ଗାଡ଼ି ଚଳାଚଳ ବନ୍ଦ ରହିଥିବାରୁ ବିପ୍ଳବ ହାଇଦ୍ରାବାଦ ଫେରି ପାରିନଥିଲେ।

ଲକଡାଉନ୍‌ରେ ଗାଁରେ ରହଣୀ ଭିତରେ ବିପ୍ଳବ ଅନ୍ୟ ଜଣେ ନାବାଳିକାକୁ ପ୍ରେମ ବିବାହ କରିଥିଲେ। ସ୍ୱାମୀ ହାଇଦ୍ରାବାଦ ନଫେରିବାରୁ ପ୍ରଥମ ପତ୍ନୀଙ୍କ ମନରେ ସନ୍ଦେହ ହୋଇଥିଲା।  ସେ ବିପ୍ଳବଙ୍କ ଗାଁ ବିଶିକାଦେଇପୁରରେ ପହଞ୍ଚିଲେ। ସ୍ତ୍ରୀର ଅଧିକାର ପାଇଁ ବିପ୍ଳବଙ୍କ ଘର ଆଗରେ ଧାରଣାରେ ବସିଲେ। ତେବେ ପ୍ରଥମ ସ୍ତ୍ରୀ ଘର ଆଗରେ ବସିଥିବା ଜାଣି ବିପ୍ଳବ ଦ୍ୱିତୀୟ ସ୍ତ୍ରୀକୁ ଧରି ଚମ୍ପଟ ମାରିଥିଲା। ସ୍ୱାମୀକୁ ନପାଇ ରାତିସାରା ନଖାଇ ନପିଇ ଘର ଆଗରେ ଧାରଣା ଦେଇଛନ୍ତି। ସ୍ୱାମୀଙ୍କୁ ନପାଇବା ପର୍ଯ୍ୟନ୍ତ ଏମିତି ଧାରଣାରେ ବସିବେ ବୋଲି କାନ୍ଦି କାନ୍ଦି କହିଛନ୍ତି ପ୍ରଥମ ସ୍ତ୍ରୀ।

Related story