ଆଠଗଡ଼(ନୀଳକଣ୍ଠ ଦୋରା): ଆଠଗଡ଼ର ମୁଣ୍ଡଳି ବ୍ରିଜରୁ ମହାନଦୀକୁ ଆଜି ସକାଳେ ଡେଇଁ ପଡ଼ିଥିବା ଯୁବକଙ୍କ ପତ୍ତା ମିଳି ନ ଥିବା ବେଳେ ମିଳିଛି ତାଙ୍କ ପରିଚୟ । ଗାଡ଼ିରୁ ଡିଏଲ୍ ଓ ପାନ୍ କାର୍ଡ ବାହାର କରିବା ପରେ ସ୍ପଷ୍ଟ ହୋଇଛି ତାଙ୍କ ପରିଚୟ। ଯୁବକଙ୍କ ନାଁ ବିଶ୍ୱଦେବ ଦାସ। ତାଙ୍କ ଘର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ବୋଲି ଜଣାଯାଇଛି। ତାଙ୍କୁ ଖୋଜାଖୋଜି କରିବାକୁ ଅଗ୍ନିଶମ କର୍ମଚାରୀ ପ୍ରଚେଷ୍ଠା ଚଳାଇଛନ୍ତି।
ଆଜି ସକାଳେ ମୁଣ୍ଡଳି ବ୍ରିଜ୍ ଉପରେ ଯୁବକ ଜଣକ ସ୍କୁଟି ରଖି ହଠାତ୍ ନଦୀକୁ ଡେଇଁ ପ଼ଡ଼ିଥିଲେ। କିଛି ସ୍ଥାନୀୟ ଲୋକ ଏହା ଦେଖି ପୁଲିସ୍ ଓ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦେଇଥିଲେ। ନଦୀର ପ୍ରଖର ସ୍ରୋତରେ ଯୁବକ ଜଣଙ୍କ ଭାସି ଯାଇଛନ୍ତି । ବାରଙ୍ଗ ଓ ଆଠଗଡ଼ରୁ ମିଳିତ ଭାବେ ଦମକଳ ବାହିନୀ ଆସି ଯୁବକଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି ।
ତାଙ୍କ ପରିଚୟ ସ୍ପଷ୍ଟ ହେବା ପରେ ପୁଲିସ୍ ତାଙ୍କ ପରିବାର ସହ ଯୋଗାଯୋଗ କରିବାକୁ ଚେଷ୍ଟା ଚଳାଇଛି। ହେଲେ କ’ଣ ପାଇଁ ଏପରି ଚରମ ପଦକ୍ଷେପ ନେଇଛନ୍ତି, ସେ ନେଇ କିଛି ସୂଚନା ମିଳିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।