କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ପତ୍ରପାଲି (କ) ମଣ୍ଡିରେ ୨୭୬୧ କୁଇଣ୍ଟାଲ ଧାନ ଓ ଗୋଇମୁଣ୍ଡ ମଣ୍ଡିରେ ୨୭୧୯ କୁଇଣ୍ଟାଲ ଧାନ ଓ ଗତ ଦୁଇ ମାସରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପତ୍ରପାଲି (କ) ମଣ୍ଡିରେ ୩୦୦୦ କୁଇଣ୍ଟାଲ ଓ ଗୋଇମୁଣ୍ଡ ମଣ୍ଡିରେ ୨୫୦୦ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡ଼ିରହିଛି । ଗତ ୯ ତାରିଖ ଦିନ ଏହି ଦୁଇ ମଣ୍ଡିକୁ ପରିଦର୍ଶନ କରିଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା।
ଆସନ୍ତା ୧୨ ତାରିଖ ଭିତରେ ମଣ୍ଡିରୁ ଧାନ ନ ଉଠିଲେ ସନ୍ଧ୍ୟା ୪ ଟାରୁ ଆମରଣ ଅନଶନରେ ବସିବା ପାଇଁ କହିଥିଲେ ବିଧାୟକ। ତେବେ ଆଜି ମଣ୍ଡିରୁ ଧାନ ନ ଉଠିବାରୁ ଅନଶନରେ ବସିଛନ୍ତି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା। ରାସ୍ତା ଉପରେ ଧାନ ବସ୍ତାକୁ ରଖି ଚାଷୀ ମାନେ ମୁରିବାହାଲରୁ ବଙ୍ଗୋମୁଣ୍ଡା ରାସ୍ତାକୁ ଅବରୋଧ କରିଛନ୍ତି l ଯାହା ଫଳରେ ରାସ୍ତାରେ ଶହ ଶହ ଗାଡି ଅଟକି ରହିଛି lବିଧାୟକଙ୍କ ଏହି ଅନଶନକୁ ପତ୍ରାପାଲି ଓ ଗୋଇମୁଣ୍ଡର ଶହ ଶହ ଚାଷୀ ସମର୍ଥନ କରିଛନ୍ତି l
ଏହି ଦୁଇ ମଣ୍ଡିରେ ମିଲର୍ସ ଆସି ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ଆଠ ରୁ ଦଶ କିଲୋ କଟନୀ ଅଭିଯୋଗ ହୋଇଥିଲା। କିଛି ଦିନ ତଳେ ମଣ୍ଡି ସେଟ୍ରେଟାରୀଙ୍କ ଧାନ କିଣାରେ ଭୁଲ ପରଚେଜ ଯୋଗୁଁ ସସପେଣ୍ଡ ହୋଇଥିଲେ l ଯାହା ଫଳରେ ଚାଷୀଙ୍କ ଟୋକନ ଲେପ୍ସ ହୋଇ ମଣ୍ଡିରେ କୁଇଣ୍ଟାଲ କୁଇଣ୍ଟାଲ ଧାନ ପଡିରହିଛି l ଶୀଘ୍ର ମଣ୍ଡିରୁ ଧାନ ନ ଉଠିବା ଯାଏଁ ଅନଶନ ଜାରି ରହିବ ବୋଲି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି l
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।