କ୍ୱାରେଣ୍ଟାଇନ ଅବଧିକୁ ବୃଦ୍ଧି ପାଇଁ ଦାବି କଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବା ନିମନ୍ତେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଶ୍ରୀ ନାଏକ କହିଛନ୍ତି ଯେ, ବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗୁ ଏବେସୁଦ୍ଧା ଓଡ଼ିଶାରେ କରୋନା ରୋଗୀମାନେ ଖୁବଶୀଘ୍ର ଉପକୃତ ହେଉଛନ୍ତି। କିନ୍ତୁ ଗତ କିଛଦିନ ଧରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ଅବଧିକୁ ୧୪ଦିନ ପରିବର୍ତ୍ତେ ୭ଦିନ କରାଯାଇଛି। […]

pradeep-nayak

Manoranjan Sial
  • Published: Friday, 05 June 2020
  • , Updated: 05 June 2020, 08:43 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବା ନିମନ୍ତେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଦାବି କରିଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଶ୍ରୀ ନାଏକ କହିଛନ୍ତି ଯେ, ବ୍ୟବସ୍ଥିତ ସ୍ୱାସ୍ଥ୍ୟସେବା ଯୋଗୁ ଏବେସୁଦ୍ଧା ଓଡ଼ିଶାରେ କରୋନା ରୋଗୀମାନେ ଖୁବଶୀଘ୍ର ଉପକୃତ ହେଉଛନ୍ତି। କିନ୍ତୁ ଗତ କିଛଦିନ ଧରି ପ୍ରବାସୀ ଶ୍ରମିକମାନଙ୍କ ପାଇଁ କ୍ୱାରେଣ୍ଟାଇନରେ ରହିବା ଅବଧିକୁ ୧୪ଦିନ ପରିବର୍ତ୍ତେ ୭ଦିନ କରାଯାଇଛି। ଏହାଦ୍ୱାରା କରୋନା ଚିହ୍ନଟ ହେବାରେ ଅସୁବିଧା ହେବା ସହ ବ୍ୟାପିବାର ଆଶଙ୍କା ରହିଛି। ରାଜ୍ୟ ସରକାର ଏବେ ଏହି ସମୟସୀମାକୁ କମ୍ କରିବା ସହ ବିନା ସ୍ୱାବ ଟେଷ୍ଟରେ ଶ୍ରମିକମାନଙ୍କୁ ନିଜ ନିଜ ଘରକୁ ପଠାଇ ଦେଉଛନ୍ତି। ଯାହା ଦ୍ୱାରା ଆଗାମୀ ଦିନରେ କରୋନା ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଗାଁ ମାନଙ୍କରେ ଶ୍ରମିକ ମାନେ ନିଜର ଗୋଟିଏ କିମ୍ବା ଦୁଇ ବଖରା ଘରେ ୫ ଜଣରୁ ୧୦ ଜଣ ପରିବାର ସଦସ୍ୟ ବସବାସ କରିଥାନ୍ତି । ବାହାରୁ ଆସିଥିବା ଶ୍ରମିକ ଭାଇ କିମ୍ବା ଭଉଣୀମାନଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ ଓ ସାମାଜିକ ଦୂରତା ନିଜ ଘରେ ପାଳନ କରିବା ସମ୍ଭବ ନୁହେଁ। ଏହାଦ୍ୱାରା ଗୋଷ୍ଠୀ ସଂକ୍ରମଣ ହେବାର ଆଶଙ୍କା ରହିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରରେ ୧୪ ଦିନ କ୍ୱାରେଣ୍ଟାଇନର ବ୍ୟବସ୍ଥା କରିବା ସହ ସେମାନଙ୍କର ସ୍ୱାବ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ଘରକୁ ପଠାଯିବାର ବ୍ୟବସ୍ଥା କରିବା ନିମନ୍ତେ ସମସ୍ତ ଜିଲ୍ଲା ପ୍ରଶାସନଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ନାଏକ ତାଙ୍କ ଚିଠିରେ ଦାବି କରିଛନ୍ତି।

Related story