ରାଜଧାନୀରେ ଚାଞ୍ଚଲ୍ୟ; ଏଟିଏମ୍‌ ତାଡ଼ି ଗାଡ଼ିରେ ଲଦି ନେଇଗଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଃ ବାଃରେ ଆମ କ୍ୟାପିଟାଲ୍‌। ଏଠି କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର।କମିଶନରେଟ୍‌ ପୁଲିସର କଡ଼ା ପାଟ୍ରୋଲିଂ ସତ୍ତ୍ୱେ ଦୁର୍ବୃତ୍ତମାନେ ଏଟିଏମ୍‌ ତାଡି ଚୋରା ଟାଟା ଏସ୍‌ସିରେ ଲଦି ନେଇଗଲେ। ଆଉ ତା’ପରେ ଶାବଳରେ ଏଟିଏମ୍‌ ଭାଙ୍ଗି ୨୦ରୁ ୨୫ ଲକ୍ଷ ଟଙ୍କା ନେଇଗଲେ। ଗଲା ବେଳେ ଛାଡ଼ିଦେଇଗଲେ ଚିରାଫଟା ନୋଟ୍‌। ରାଜ୍ୟର ସବୁଠାରୁ ହାଇଟେକ୍‌ ପୁଲିସ୍‌, କମିଶନରେଟ୍‌ ପୁଲିସ ଏବେ ଭଙ୍ଗା ଏଟିଏମ୍‌ ଓ ଚୋରି ହୋଇଥିବା ଟାଟା ଏସ୍‌ସିଇକୁ […]

ATM

Niharika Rout
  • Published: Tuesday, 05 April 2022
  • , Updated: 05 April 2022, 04:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବାଃ ବାଃରେ ଆମ କ୍ୟାପିଟାଲ୍‌। ଏଠି କମିଶନରେଟ୍‌ ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଚୋର।କମିଶନରେଟ୍‌ ପୁଲିସର କଡ଼ା ପାଟ୍ରୋଲିଂ ସତ୍ତ୍ୱେ ଦୁର୍ବୃତ୍ତମାନେ ଏଟିଏମ୍‌ ତାଡି ଚୋରା ଟାଟା ଏସ୍‌ସିରେ ଲଦି ନେଇଗଲେ। ଆଉ ତା’ପରେ ଶାବଳରେ ଏଟିଏମ୍‌ ଭାଙ୍ଗି ୨୦ରୁ ୨୫ ଲକ୍ଷ ଟଙ୍କା ନେଇଗଲେ। ଗଲା ବେଳେ ଛାଡ଼ିଦେଇଗଲେ ଚିରାଫଟା ନୋଟ୍‌। ରାଜ୍ୟର ସବୁଠାରୁ ହାଇଟେକ୍‌ ପୁଲିସ୍‌, କମିଶନରେଟ୍‌ ପୁଲିସ ଏବେ ଭଙ୍ଗା ଏଟିଏମ୍‌ ଓ ଚୋରି ହୋଇଥିବା ଟାଟା ଏସ୍‌ସିଇକୁ ଜବତ କରି ତଦନ୍ତ କରୁଛି।

ପୂରା ଘଟଣା ଏମିତି। ସୋମବାର ବିଳମ୍ୱିତ ରାତିରେ ଦୁର୍ବୃତ୍ତମାନେ ଶିଶୁପାଳଗଡ଼-ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସ୍‌ବିଆଇ) ଏଟିଏମ୍‌ର ବିଦ୍ୟୁତ ସଂଯୋଗ କାଟିଥିଲେ। ପରେ ସିସିଟିଭିକୁ ଭାଙ୍ଗି ଦେଇଥିଲେ। ତା’ପରେ ଏଟିଏମ୍‌କୁ ତାଟି ନେଇଯିବାକୁ ଯୋଜନା କରିଥିଲେ।

ହେଲେ ଏଟିଏମ୍‌ର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ ହୋଇଥିବାରୁ ନେବା ସମ୍ଭବ ହୋଇନଥିଲା। ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ ଦୁର୍ବୃତ୍ତ। ଏହା ପରେ ସେମାନେ ଏମ୍‌.ଏସ୍‌. ନର୍ସରୀ ବାହାରେ ଠିଆ ହୋଇଥିବା ଟାଟା ଏସ୍‌ସିଇର ଚାବି ଭାଙ୍ଗି ଚୋରି କରିଥିଲେ। ସେହି ଟାଟା ଏସ୍‌ସିଇରେ ଏଟିଏମ୍‌କୁ ଲଦି ପ୍ରାୟ ୩ କିମି ଦୂର ଲିଙ୍ଗିପୁର ନଦୀ ପଠାକୁ ନେଇଯାଇଥିଲେ। ସେଠାରେ ଶାବଳରେ ଏଟିଏମ୍‌କୁ ଭାଙ୍ଗି ୨୦ରୁ ୨୫ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ନେଇଯାଇଥିଲେ। ଆଉ କିଛି ଫଟା ନୋଟ୍‌ ପ୍ରାୟ ୧୦୦୦  ଟଙ୍କା ପକାଇଦେଇ ପଳାଇଥିବା ଦେଖିବାକୁ ମିଳିଥିଲା।

ଆଜି ସକାଳେ ଲିଙ୍କିପୁର ନଦୀ ପଠାରେ ଭଙ୍ଗା ଏଟିଏମ୍‌ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ କମିଶନରେଟ୍‌ ପୁଲିସ୍‌କୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଲୁଟେରାଙ୍କ ପତ୍ତା ପାଇନି। ପୁଲିସ୍‌ର କହିବା କଥା, ପୂର୍ବରୁ ରାଜସ୍ଥାନରେ ଏଭଳି ଲୁଟର ନଜିର ରହିଛି। ମାତ୍ର ଓଡ଼ିଶାରେ ଏଭଳି ଘଟଣା କେବେ ହୋଇନଥିଲା। ଲୁଟ୍‌ ପୂର୍ବରୁ ଲୁଟେରାମାନେ ସ୍ଥାନୀୟ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ଲୁଟ୍‌ କରିଥିଲେ। ଏଟିଏମର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ ହୋଇଥିବାରୁ ଏକାଧିକ ଲୁଟେରାଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି। ପୁଲିସ ବର୍ତ୍ତମାନ ଚୋରି ଟାଟା ଏସ୍‌ସିଇ ଓ ଭଙ୍ଗା ଏଟିଏମ୍‌ ଜବତ କରିଛି।

ସେପଟେ ଏମ୍‌.ଏସ୍‌. ନର୍ସରୀ ମାଲିକଙ୍କ କହିବା କଥା, ସେ ରାତି ପ୍ରାୟ ୧୦ଟା ବେଳେ ଗେଟ୍‌ ବାହାରେ ଟାଟା ଏସ୍‌ସିଇ ଗାଡ଼ିରେ ତାଲା ପକାଇ ଘରେ ଶୋଇଥିଲେ। ତେବେ ରାତି ପାହିଲା ବେଳକୁ ଗାଡ଼ି ନଥିବା ଦେଖିବାକୁ ପାଇଲେ। ଏହା ପରେ ସେ ସଙ୍ଗେ ସଙ୍ଗେ ଥାନାରେ ଅଭିଯୋଗ କରିଥିବା କହିଛନ୍ତି।

Related story