ଛାଡ଼ପତ୍ର ପାଇଁ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଅଫିସ୍‌ରେ ସ୍ତ୍ରୀ, ରାସ୍ତାରେ ବିଷ ପିଇଦେଲେ ସ୍ୱାମୀ

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଘରୁ ପଳାଇ ଯାଇ କରିଥିଲେ ପ୍ରେମ ବିବାହ। ୭ ମାସ ତଳେ ନୋଟାରୀରେ ହୋଇଥିଲା ବାହାଘର। ହେଲେ ସେହି ପ୍ରେମ ବିବାହ ବେଶୀ ଦିନ ତିଷ୍ଠିଲାନି। ଆଜି ହୋଇଥାଆନ୍ତା ଛାଡ଼ପତ୍ର। ସେଥିପାଇଁ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲେ ସ୍ତ୍ରୀ। କିନ୍ତୁ ସ୍ୱାମୀ ଆସିନଥିଲେ। ରାସ୍ତାରେ ସେ ପିଇ ଦେଇଥିଲେ ବିଷ। ଆଜି ଏପରି ଏକ ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି। ପଟ୍ଟାମୁଣ୍ଡାଇ ଥାନା ବାବର ଗାଁର ସ୍ମୃତିରଞ୍ଜନ […]

Pattamundai

Pattamundai

Manoranjan Sial
  • Published: Tuesday, 27 September 2022
  • Updated: 27 September 2022, 08:22 PM IST

Sports

Latest News

ପଟ୍ଟାମୁଣ୍ଡାଇ (ପ୍ରବୀର କୁମାର ନାୟକ): ଘରୁ ପଳାଇ ଯାଇ କରିଥିଲେ ପ୍ରେମ ବିବାହ। ୭ ମାସ ତଳେ ନୋଟାରୀରେ ହୋଇଥିଲା ବାହାଘର। ହେଲେ ସେହି ପ୍ରେମ ବିବାହ ବେଶୀ ଦିନ ତିଷ୍ଠିଲାନି। ଆଜି ହୋଇଥାଆନ୍ତା ଛାଡ଼ପତ୍ର। ସେଥିପାଇଁ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲେ ସ୍ତ୍ରୀ। କିନ୍ତୁ ସ୍ୱାମୀ ଆସିନଥିଲେ। ରାସ୍ତାରେ ସେ ପିଇ ଦେଇଥିଲେ ବିଷ। ଆଜି ଏପରି ଏକ ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅଞ୍ଚଳରେ ଘଟିଛି।

ପଟ୍ଟାମୁଣ୍ଡାଇ ଥାନା ବାବର ଗାଁର ସ୍ମୃତିରଞ୍ଜନ ବେହେରା ମହାକାଳପଡ଼ା ଥାନା ଅଞ୍ଚଳର ଶୁଭଶ୍ରୀ ମଲ୍ଲିକଙ୍କୁ ଭଲ ପାଉଥିଲେ। ଶୁଭଶ୍ରୀ ମଧ୍ୟ ସ୍ମୃତିଙ୍କୁ ମନ ଦେଇ ଭଲ ପାଉଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୭ ମାସ ତଳେ ଉଭୟ ଘରୁ ରାଜ୍ୟ ବାହାରକୁ ପଳାଇ ଯାଇଥିଲେ। ସେଠାରେ ଉଭୟ ନୋଟାରୀରେ ମ୍ୟାରେଜ କରିଥିଲେ। କିଛି ଦିନ ରହିବା ପରେ ଉଭୟ ସ୍ୱାମୀ-ସ୍ତ୍ରୀ ଗାଁକୁ ଫେରିଥିଲେ। ଗାଁରେ କିଛି ଦିନ ରହିବା ପରେ ଉଭୟଙ୍କ ଭିତରେ କଳିଝଗଡ଼ା ଆରମ୍ଭ ହୋଇଥିଲା। ଦିନକୁ ଦିନ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ଖରାପ ହୋଇ ଚାଲିଥିଲା।

ଶେଷରେ ସ୍ୱାମୀ ସ୍ମୃତିଙ୍କ ଉପରେ ରାଗି ଶୁଭଶ୍ରୀ ବାପ ଘରକୁ ଚାଲି ଯାଇଥିଲେ। ବାପ ଘରେ ରହି ଛାଡ଼ପତ୍ର ପାଇଁ ସ୍ୱାମୀ ସ୍ମୃତିଙ୍କୁ ଧମକ ଦେଇଥିଲେ। ଏପରିକି ପଟ୍ଟମୁଣ୍ଡାଇ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଅଫିସ୍‌ରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏଥିରେ ସ୍ମୃତି ରାଜିଥିଲେ। ଆଜି ଉଭୟଙ୍କ ଭିତରେ ଛାଡ଼ପତ୍ର ହେବାର ଥିଲା। ଠିକ୍‌ ସମୟରେ ସ୍ମୃତି ଓ ତାଙ୍କ ପତ୍ନୀ ଶୁଭଶ୍ରୀ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଅଫିସ୍‌ରେ ପହଞ୍ଚିଥିଲା। କିନ୍ତୁ ସ୍ମୃତି ସାଥୀରେ ନିଜର ସାର୍ଟିଫିକେଟ ଆଣିବାକୁ ଭୁଲି ଯାଇଥିଲେ। ତେଣୁ ସାର୍ଟିଫିକେଟ୍‌ ଆଣିବା ପାଇଁ ସବ୍‌ରେଜିଷ୍ଟ୍ରାର୍‌ କହିଥିଲେ।

ଏହା ପରେ ସ୍ମୃତି ଘରକୁ ଫେରୁଥିବା ବେଳେ କଖାରୁଣିଠାରେ ବିଷ କିଣି ପିଇ ଦେଇଥିଲେ। ତାଙ୍କୁ ସଙ୍ଗେସଙ୍ଗେ ପଟ୍ଟାମୁଣ୍ଡାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପକ୍ଷରେ ଶୁଭଶ୍ରୀ ସବ୍‌ରେଜିଷ୍ଟ୍ରାର୍‌ଙ୍କ ଅଫିସ୍‌ରେ ବସି ବସି ଘରକୁ ଫେରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos