ସକାଳେ ଏତଲା ଦେଇଥିଲେ ସ୍ତ୍ରୀ, ସନ୍ଧ୍ୟାରେ ଗ୍ୟାରେଜରୁ ବାହାରିଲା ସ୍ୱାମୀଙ୍କ ମୃତଦେହ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ ସ୍ତ୍ରୀ। ଆଉ ସନ୍ଧ୍ୟାରେ ଗ୍ୟାରେଜ୍ ଭିତରୁ ବାହାରିଲା ସ୍ୱାମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଏମିତି ଏକ ଘଟଣା ଆଜି ଘଟିଛି ଗଞ୍ଜାମ ଜିଲ୍ଲା ଜିଞ୍ଜିଳି ଥାନା ଅଞ୍ଚଳରେ। ମୃତ ଯୁବକଙ୍କ ନାଁ ଇପିଲି ଜଗନ୍ନାଥ (୩୫)। ହିଞ୍ଜିଳି ଥାନା ଚୈତନପଡ଼ା ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ତାଙ୍କର ଏକ ଗ୍ୟାରେଜ ଅଛି। ତାଙ୍କ ଘର ନିକଟସ୍ଥ […]

Garage

Jitendra Garnayak
  • Published: Sunday, 03 April 2022
  • , Updated: 03 April 2022, 09:32 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସକାଳେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏହା ପରେ ଥାନାରେ ସ୍ୱାମୀଙ୍କ ନାଁରେ ଅଭିଯୋଗ କରିଥିଲେ ସ୍ତ୍ରୀ। ଆଉ ସନ୍ଧ୍ୟାରେ ଗ୍ୟାରେଜ୍ ଭିତରୁ ବାହାରିଲା ସ୍ୱାମୀଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ। ଏମିତି ଏକ ଘଟଣା ଆଜି ଘଟିଛି ଗଞ୍ଜାମ ଜିଲ୍ଲା ଜିଞ୍ଜିଳି ଥାନା ଅଞ୍ଚଳରେ।

ମୃତ ଯୁବକଙ୍କ ନାଁ ଇପିଲି ଜଗନ୍ନାଥ (୩୫)। ହିଞ୍ଜିଳି ଥାନା ଚୈତନପଡ଼ା ଛକ ପେଟ୍ରୋଲ ପମ୍ପ ସମ୍ମୁଖରେ ତାଙ୍କର ଏକ ଗ୍ୟାରେଜ ଅଛି। ତାଙ୍କ ଘର ନିକଟସ୍ଥ ଗୋପୀନାଥପୁରରେ। ତେବେ ସେ କୁକୁଡ଼ାଖଣ୍ଡିରେ ଭଡ଼ା ଘରେ ରହୁଥିଲେ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟାରେ ସେ ଗ୍ୟାରେଜରେ ଥିବା ସମୟରେ ଏକ ଦେଶୀ ପିସ୍ତଲରେ ନିଜକୁ ଗୁଳି କରି ଦେଇଥିଲେ। ପୁଲିସ୍‌ର ସୂଚନା ଅନୁଯାୟୀ ସେ ତାଙ୍କ କାନ ପାଖରେ ବନ୍ଧୁକ ରଖି ଗୁଳି ଫୁଟାଇ ଦେଇଥିଲେ। ତାଙ୍କ ମୃତଦେହ ନିକଟରୁ ଦେଶୀ ପିସ୍ତଲ ଓ ଖୋକା ଜବତ କରିଛି ପୁଲିସ୍। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ୍ ଆକଳନ କରିଛି।

ଆଜି ସକାଳେ ସ୍ତ୍ରୀଙ୍କ ସହିତ ଇପିଲି ଜଗନ୍ନାଥଙ୍କର ଝଗଡ଼ା ହୋଇଥିଲା ବୋଲି ସୂଚନା ମିଳିଛି। ଏମିତିକି ତାଙ୍କ ସ୍ତ୍ରୀ ବ୍ରହ୍ମପୁର ସଦର ଥାନାରେ ତାଙ୍କ ନାଁରେ ଏତଲା ଦେଇଥିଲେ। ଇପିଲି ମାନସିକ ଅଶାନ୍ତିରେ ଥିଲେ ଓ ସେଥିଯୋଗୁ ଏମିତି ଏକ ପଦକ୍ଷେପ ନେଲେ ବୋଲି କୁହାଯାଉଛି।

Related story