ପୁରୀରେ ସର୍ବାଧିକ ୧୪୫, ଭୁବନେଶ୍ୱରରେ ୧୧୯ ମିମି ବର୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆଉ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବା ବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି। ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ […]

rain

Tapas Behera
  • Published: Sunday, 12 September 2021
  • , Updated: 12 September 2021, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି। ଆଉ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ଜାରି ରହିଛି ବର୍ଷା । ଗତକାଲିଠାରୁ ଝିପଝିପ ବର୍ଷା ହେଉଥିବା ବେଳେ ଆଜି ସକାଳଠୁ ପ୍ରବଳ ବର୍ଷା ହେଉଛି। ଆଜି ସକାଳ ୮ଟା ୩୦ରୁ ସଂଧ୍ୟା ୫ଟା ୩୦ ମଧ୍ୟରେ ପୁରୀରେ ସର୍ବାଧିକ ୧୪୫ ଓ ଭୁବନେଶ୍ୱରରେ ୧୧୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଲଘୁଚାପ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ବର୍ଷାର ପରିମାଣ ବି ବଢ଼ିବ।  ସେଥିପାଇଁ ଆଜି ୭ ଜିଲ୍ଲା ଓ ଆସନ୍ତାକାଲି ୫ ଜିଲ୍ଲାରେ ଜାରି କରାଯାଇଛି ରେଡ୍ ଓ୍ୱାର୍ଣ୍ଣିଂ। ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ବେହାଲ ରାଜଧାନୀ ଭୁବନେଶ୍ୱର । ଇସ୍କନ ମନ୍ଦିର ସମ୍ମୁଖରେ କୃତ୍ରିମ ବନ୍ୟା ସ୍ଥିତି । ବୁଡିଲା ବୋଲେରୋ, ଭାସିଲା ଟ୍ରାକ୍ଟର । ଜାତୀୟ ରାଜପଥରେ ଘଂଟା ଘଂଟା ଧରି ଚାଲିଲା ପାଣିର ପ୍ରବଳ ସୁଅ । ସମାନ ସ୍ଥିତି ରାଜଧାନୀର ବମିଖାଲ ଅଂଚଳରେ ରାସ୍ତା ଉପରେ ଅଣ୍ଟାଏ ପାଣି।  ଘର, ଆପାର୍ଟମେଣ୍ଟ ଭିତରେ ବି ପାଣି ପଶିଲା । ଗାଡି ମୋଟର ବୁଡିଗଲା । ଲଘୁଚାପ ବର୍ଷାରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନ ଜଳବନ୍ଦୀ ହୋଇଛି।

କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କୋଣାର୍କରେ ଗତକାଲିଠାରୁ ଜାରି ରହିଛି ବର୍ଷା । ଜଗତସିଂହପୁରରେ ପ୍ରବଳ ବର୍ଷା ଯୋଗୁଁ ଘର ଭିତରେ ଅଂଟାଏ ପାଣି ଜମିଛି । ପାରାଦୀପ ମୁଖ୍ୟ ରାସ୍ତାରେ ଲହଡି ଭାଙ୍ଗୁଛି ଆଣ୍ଠୁଏ ଉଚ୍ଚର ପାଣି ।  ଦୋକାନ ବଜାର ଏବଂ ବସ୍ତିରେ ପାଣି ପଶିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି । ସେହିପରି କୁଜଙ୍ଗ ପୋଲିସ୍ କ୍ୱାର୍ଟରରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଥିଲା।

ସେପଟେ କେନ୍ଦ୍ରାପଡାରେ ବି ଜାରି ରହିଛି ବର୍ଷା । ଦୁଇ ଦିନର ବର୍ଷାରେ ସଦର ଥାନା ଭରତପୁରରେ ଭୁଶୁଡିପଡିଛି ଘର । କାନ୍ଥ ପଡି ଗୁରୁତର ହୋଇଛନ୍ତି ଜଣେ ମହିଳା। ଲଗାଣ ବର୍ଷାରେ ଜଳବନ୍ଦୀ ବ୍ଲାକ ପାଗୋଡ଼ା ରାତି ତମାମ ବର୍ଷା ଯୋଗୁଁ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିସରରେ ଜମି ରହିଲା ପାଣି । ବର୍ଷା ଭିତରେ ଛତା ଧରି ଆଣ୍ଠୁଏ ପାଣିରେ କୋଣାର୍କ ବୁଲିଥିଲେ ପର୍ଯ୍ୟଟକ ।  ପରେ ପମ୍ପ ଲଗାଇ ମନ୍ଦିର ପରିସରରେ ଜମିଥିବା ପାଣି ବାହାର  କରାଯାଇଥିଲା। ସେପଟେ ଲଗାଣ ବର୍ଷାରେ ଫୁଲୁଛି ଜଳକା । ବାଲେଶ୍ୱର ଜିଲ୍ଲା ମଥାନୀରେ ଜଳକା ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି।  ଏଠାରେ ବିପଦ ସଙ୍କେତ ୫.୫ ମିଟର ଥିବା ବେଳେ ୫.୬ ମିଟର ଉପରେ ଜଳର ପ୍ରବଳ ସୁଅ ଚାଲୁଛି।

Related story