ସଂଗଠନ ଚିନ୍ତା: ୧୦ ଜିଲ୍ଲାର ସମୀକ୍ଷା କଲେ ନବୀନ, ବିଜେଡି ପର୍ଯ୍ୟବେକ୍ଷକଙ୍କୁ ମାଗିଲେ ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଏକତରଫା ସଫଳତା ହାସଲ କରିଥିବା ବିଜେଡି ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକଙ୍କ ସହ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ସେମାନେ ଦାୟିତ୍ୱରେ ଥିବା ଜିଲ୍ଲାରେ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ରହିଛି, ଦଳର ବିଧାୟକ […]

BJD-Nabin

BJD-Nabin

Ordigital Desk
  • Published: Saturday, 23 April 2022
  • Updated: 24 April 2022, 10:26 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ଓ ପୌର ନିର୍ବାଚନରେ ଏକତରଫା ସଫଳତା ହାସଲ କରିଥିବା ବିଜେଡି ଏବେ ୨୦୨୪ ସାଧାରଣ ନିର୍ବାଚନକୁ ଆଖିରେ ରଖି ନିଜର ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ପଦକ୍ଷେପ ନେଇଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୧୦ଟି ଜିଲ୍ଲାରେ ଦଳୀୟ ପର୍ଯ୍ୟବେକ୍ଷକଙ୍କ ସହ ସଂଗଠନ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହାସହିତ ସେମାନେ ଦାୟିତ୍ୱରେ ଥିବା ଜିଲ୍ଲାରେ ଦଳ ପାଇଁ କ’ଣ ଚ୍ୟାଲେଞ୍ଜ ରହିଛି, ଦଳର ବିଧାୟକ ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ଅଛି କି ନାହିଁ, ଯଦି ନାହିଁ ତା’ର କାରଣ ଓ ଗତ ନିର୍ବାଚନରେ ଦଳର ପ୍ରଦର୍ଶନ ଆଦି ସମ୍ପର୍କରେ ୧୦ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ଆଜି ପ୍ରଥମ ଦିନରେ ୧୦ଟି ଜିଲ୍ଲା ଅନୁଗୁଳ, ବାଲେଶ୍ୱର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ନୟାଗଡ଼, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ଼, ଗଜପତି ଓ ରାୟଗଡ଼ା ଜିଲ୍ଲାର ସଂଗଠନ ସମ୍ପର୍କରେ ସମୀକ୍ଷା ହୋଇଛି । ବାକି ୨୦ଟି ଜିଲ୍ଲାର ସମୀକ୍ଷା ମଧ୍ୟ ନବୀନ ନିଜେ କରିବାର କାର୍ଯ୍ୟକ୍ରମ ରହିଛି ।

ସୂଚନା ଅନୁସାରେ, ନବୀନ ନିବାସରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକମାନେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତାଙ୍କୁ ଭେଟିଛନ୍ତି । ବାଲେଶ୍ୱର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପାଇଁ ସଂଗଠନକୁ ତୃଣମୂଳସ୍ତରରୁ ଅଧିକ ସୁଦୃଢ଼ କରିବା ପାଇଁ କ’ଣ ପଦକ୍ଷେପ ଓ ରଣନୀତି ନିଆଯିବା ଦରକାର ସେ ନେଇ ବିସ୍ତୃତ ରିପୋର୍ଟ ୧୦ଦିନ ମଧ୍ୟରେ ଦେବାକୁ ସଭାପତି ନିର୍ଦ୍ଦେଶ ଦେଇଛନ୍ତି । ପଂଚାୟତ ଓ ପୌର ନିର୍ବାଚନରେ ଦଳ କେଉଁ କାରଣ ପାଇଁ ପରାଜୟ କଲା, ଆଉ ଯେଉଁଠି ଭଲ ପ୍ରଦର୍ଶନ କରିଛି ସେଠି କେଉଁ ସବୁ ପ୍ରସଙ୍ଗ ଦଳକୁ ସୁହାଇଛି ତାହା ରିପୋର୍ଟରେ ଉଲ୍ଲେଖ କରିବାକୁ କୁହାଯାଇଛି ।

ସେହିପରି ନୟାଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ, ଜିଲ୍ଲାର କିଛି ପୌରାଂଚଳ ଓ ପଂଚାୟତରେ ବିଜେଡିର ପରାଜୟ ହୋଇଛି । ପର୍ଯ୍ୟବେକ୍ଷକମାନଙ୍କ ସହ ସଭାପତି ନିଜେ ସିଧାସଳଖ ଆଲୋଚନା କରୁଛନ୍ତି । ୨୦୨୪ ନିର୍ବାଚନ ପାଇଁ ବିଜେଡି ପୂରା ପ୍ରସ୍ତୁତ ଅଛି । ସେହିପରି ସୁନ୍ଦରଗଡ଼ ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି ଯେ ପ୍ରତି ନିର୍ବାଚନ ପରେ ସମୀକ୍ଷାର ଆବଶ୍ୟକତା ରହିଛି । ବିଜେଡି ଏକ ଶୃଙ୍ଖଳିତ ଦଳ ଓ ସଂଗଠନକୁ ଅଧିକ ମଜଭୁତ କରିବା ଉପରେ ଆଲୋଚନା ହୋଇଛି ।

ଆଜି ବିଜେଡି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଜିଲ୍ଲା ପର୍ଯ୍ୟବେକ୍ଷକ ଦେବାଶୀଷ ସାମନ୍ତରାୟ, ଅତନୁ ସବ୍ୟସାଚୀ ନାୟକ, ପ୍ରଶାନ୍ତ ମୁଦୁଲି, ଚନ୍ଦ୍ରସାରଥୀ ବେହେରା, ବିଜୟ ନାୟକ ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ସେମାନଙ୍କୁ ଆବଣ୍ଟିତ ଜିଲ୍ଲାର ଦଳୀୟ ସଂଗଠନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଗତ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ପ୍ରାୟ ୧୨ ପ୍ରତିଶତ ଓ ପୌର ନିର୍ବାଚନରେ ୨୦ରୁ ୨୨ ପ୍ରତିଶତ ଆସନରେ ନିରାଶାଜନକ ପ୍ରଦର୍ଶନ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story