ମନ୍ତ୍ରିସ୍ତରୀୟ କମିଟି ବୈଠକ, ଦିନକୁ ହେବ ୩ ହଜାର ନମୂନା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିସ୍ଥିତିର ମୁକାବିଲା ପାଇଁ ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ୩ହଜାର ନମୂନା ପରୀକ୍ଷା ନିମନ୍ତେ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏବେ ଦୈନିକ ୨ହଜାର ନମୂନା ପରୀକ୍ଷା କରାଯାଉଛି। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏବେ ରାଜ୍ୟରେ ଦୈନିକ ପ୍ରାୟ ୨ହଜାର ନମୂନା ପରୀକ୍ଷା ହେଉଥିବାବେଳେ ତାହାକୁ ୩ହଜାରରୁ ବୃଦ୍ଧି […]

corona

Manoranjan Sial
  • Published: Thursday, 23 April 2020
  • , Updated: 23 April 2020, 08:30 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପରିସ୍ଥିତିର ମୁକାବିଲା ପାଇଁ ଚଳିତମାସ ଶେଷ ସୁଦ୍ଧା ରାଜ୍ୟରେ ଦୈନିକ ୩ହଜାର ନମୂନା ପରୀକ୍ଷା ନିମନ୍ତେ ମନ୍ତ୍ରିସ୍ତରୀୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏବେ ଦୈନିକ ୨ହଜାର ନମୂନା ପରୀକ୍ଷା କରାଯାଉଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିସ୍ତରୀୟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଏବେ ରାଜ୍ୟରେ ଦୈନିକ ପ୍ରାୟ ୨ହଜାର ନମୂନା ପରୀକ୍ଷା ହେଉଥିବାବେଳେ ତାହାକୁ ୩ହଜାରରୁ ବୃଦ୍ଧି କରାଯିବ। ବଲାଙ୍ଗିର, ବାଲେଶ୍ୱର, ବାରିପଦା ଓ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲରେ ଲାବ୍ରୋଟୋରୀମାନ ଖୋଲାଯିବ। ସେହିଭଳି ବାହାର ରାଜ୍ୟରୁ ଓଡ଼ିଶାକୁ ଆସିବାକୁ ଥିବା ଶ୍ରମିକମାନଙ୍କର ଯେଭଳି ସେମାନେ ଅଟକିଥିବା ସ୍ଥାନରେ କରୋନା ପରୀକ୍ଷା କରାଯାଇପାରିବ ସେ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ହେବ। ଆସନ୍ତାକାଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନଙ୍କ ସହ ଏନେଇ ଆଲୋଚନା ହେବାର ଅଛି। କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ଅନ୍ୟ ପାରାମେଡିକାଲ ଷ୍ଟାଫ ମାନଙ୍କୁ ଅଧିକ ପ୍ରୋତ୍ସାହନ ରାଶି ଦେବା ପାଇଁ ବୈଠକରେ ଆଲୋଚନା ହୋଇଛି।

ସେହିପରି କରୋନା ବ୍ୟାପୁଥିବା ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ ହୋଇଛି। ପଂଚାୟତରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା, ଖାଇବା ଓ ଚିକିତ୍ସା ଆଦିକୁ ମାଗଣା କରାଯାଇଥିବାବେଳେ ରାଜ୍ୟ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପଞ୍ଜିକରଣ ଲାଗି ପଂଚାୟତସ୍ତରରେ ଏକ କମିଟି ଗଠନ କରାଯିବ। ସରପଂଚ ଅଧ୍ୟକ୍ଷତାରେ ଗଠନ ହେବାକୁ ଥିବା ଏହି କମିଟିରେ ପଂଚାୟତ ସମ୍ପ୍ରସାରଣ ଅଧିକାରୀ, ଗ୍ରାମ ରୋଜଗାର ସେବକ ଓ ତିନିଜଣ ଶିକ୍ଷକ ରହିବେ। ସେହିପରି ପଶ୍ଚିମବଙ୍ଗ ସହ ଓଡ଼ିଶାକୁ ଲାଗିଥିବା ସୀମା ବଡ଼ ହୋଇଥିବାରୁ ଏହାକୁ ସମ୍ପୂର୍ଣ୍ଣ ସିଲ୍ କରିବା ସମ୍ଭବପର ନୁହେଁ। ତେଣୁ ଯେଉଁମାନେ ସୀମା ଆରପଟୁ ଓଡ଼ିଶାକୁ ଆସୁଛନ୍ତି ସେମାନଙ୍କୁ ବୁଝାସୁଝା କରି କ୍ୱାରେଣ୍ଟାଇନ ଗୃହରେ ରଖିବା ପାଇଁ ଚେଷ୍ଟା କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି।

Related story