ଚିଲିକାରେ ନୌସେନା ଖୋଲିଲା ୧୫୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଭାରତୀୟ ନୌସେନା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ଥିବା ତା’ର ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଏକ କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି। ନିଜର ପ୍ରଶିକ୍ଷଣ କେନ୍ଦ୍ର ଆଇଏନଏସ ଚିଲିକାରେ ଥିବା ହସ୍ପିଟାଲରେ ନୌସେନା ପକ୍ଷରୁ ଏହି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି। ନୌସେନାର ଏହି ହସ୍ପିଟାଲରେ ଅମ୍ଳଜାନସୁବିଧା ଥିବା ଅତିରିକ୍ତ ୧୫ଟି ବେଡ୍ ସହ ମୋଟ ୧୫୦ବେଡ୍ ବିଶିଷ୍ଟ କ୍ୱାରେଣ୍ଟାଇନ ସୁବିଧା ରହିଛି। […]

bed

bed

Ordigital Desk
  • Published: Friday, 07 May 2021
  • Updated: 07 May 2021, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଉଥିବାବେଳେ ଭାରତୀୟ ନୌସେନା ଦ୍ୱାରା ଖୋର୍ଦ୍ଧା ଜିଲ୍ଲାର ଚିଲିକାରେ ଥିବା ତା’ର ପ୍ରଶିକ୍ଷଣ କେନ୍ଦ୍ର ପରିସରରେ ଏକ କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି।

ନିଜର ପ୍ରଶିକ୍ଷଣ କେନ୍ଦ୍ର ଆଇଏନଏସ ଚିଲିକାରେ ଥିବା ହସ୍ପିଟାଲରେ ନୌସେନା ପକ୍ଷରୁ ଏହି କୋଭିଡ୍ କେୟାର ସେଣ୍ଟର ସ୍ଥାପନ କରାଯାଇଛି। ନୌସେନାର ଏହି ହସ୍ପିଟାଲରେ ଅମ୍ଳଜାନସୁବିଧା ଥିବା ଅତିରିକ୍ତ ୧୫ଟି ବେଡ୍ ସହ ମୋଟ ୧୫୦ବେଡ୍ ବିଶିଷ୍ଟ କ୍ୱାରେଣ୍ଟାଇନ ସୁବିଧା ରହିଛି।

ସାମାନ୍ୟ ଲକ୍ଷଣଗତ କୋଭିଡ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଜିଲ୍ଲା ମେଡିକାଲ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ଡାକ୍ତର ଓ ପାରାମେଡିକାଲ କର୍ମଚାରୀମାନେ ଏହି ଷ୍ଟେସନ କମ୍ୟୁନିଟି କର୍ମଚାରୀଙ୍କ ସହ ମିଶି ଏହି କୋଭିଡ୍ କେୟାର ସେଣ୍ଟରରେ ରୋଗୀଙ୍କୁ ୨୪ଘଣ୍ଟିଆ ସୁବିଧା ଯୋଗାଇ ଦେବେ।

ଖୋର୍ଦ୍ଧା ଜିଲ୍ଲାପାଳ ଏସକେ ମହାନ୍ତି ଆଜି ଏହି କୋଭିଡ୍ କେୟାର ସେଣ୍ଟରକୁ ଉଦଘାଟନ କରିଛନ୍ତି । କୋଭିଡ୍‌-୧୯ ମହାମାରୀ ବିରୁଦ୍ଧ ଯୁଦ୍ଧ କରିବା ଲାଗି ଭାରତୀୟ ନୌସେନାର ଏହି ପଦକ୍ଷେପକୁ ଜିଲ୍ଲାପାଳ ପ୍ରଂଶସା କରିଛନ୍ତି। ଏହି କୋଭିଡ୍ କେୟାର ସେଣ୍ଟର କେବଳ କୋଭିଡ୍ ସଂକ୍ରମିତଙ୍କୁ ଉନ୍ନତ ଚିକିତ୍ସା ପ୍ରଦାନ କରିବାରେ ସକ୍ଷମ ହେବନି ବରଂ ଭାରତୀୟ ନୌସେନାର ସମର୍ଥନ ମଧ୍ୟ ସେମାନଙ୍କ ଆତ୍ମବିଶ୍ୱାସକୁ ବୃଦ୍ଧି କରିବାରେ ସହାୟକ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos