ଚେତାଇଲା ପରେ ସଂଶୋଧନ କଲେ କୋଭିଡ୍ ତଥ୍ୟ, ୯୦ହଜାର ଟପିଲା ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଆଜି କରୋନା ସକ୍ରିୟ ସଂକ୍ରମିତ(ପଜେଟିଭ) ରୋଗୀଙ୍କ ସଂଖ୍ୟା ୯୦ହଜାର ଅତିକ୍ରମ କରିଛି। ଏହା ରାଜ୍ୟରେ ଉଦବେଗଜନକ ସ୍ଥିତିକୁ ସୂଚାଉଥିବାବେଳେ ଦିଲ୍ଲୀ ତୁଳନାରେ ବି ଏବେ ଓଡ଼ିଶାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଗତକାଲିସୁଦ୍ଧା ରାଜ୍ୟ ସରକାରଙ୍କ ଭ୍ରମାତ୍ମକ କୋଭିଡ୍ ତଥ୍ୟ ଯୋଗୁ ଯୋଗୁ ୬୦୬୪ଜଣ ରୋଗୀଙ୍କ ପତ୍ତା ମିଳୁନଥଲା। ‘ଓଡ଼ିଶା ରିପୋର୍ଟର’ ଗତକାଲି ଏ ସଂକ୍ରାନ୍ତରେ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶିତ […]

Covid19

Covid19

Ordigital Desk
  • Published: Saturday, 08 May 2021
  • Updated: 08 May 2021, 10:02 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଉଥିବାବେଳେ ଆଜି କରୋନା ସକ୍ରିୟ ସଂକ୍ରମିତ(ପଜେଟିଭ) ରୋଗୀଙ୍କ ସଂଖ୍ୟା ୯୦ହଜାର ଅତିକ୍ରମ କରିଛି। ଏହା ରାଜ୍ୟରେ ଉଦବେଗଜନକ ସ୍ଥିତିକୁ ସୂଚାଉଥିବାବେଳେ ଦିଲ୍ଲୀ ତୁଳନାରେ ବି ଏବେ ଓଡ଼ିଶାରେ ସକ୍ରିୟ ସଂକ୍ରମିତ ସଂଖ୍ୟା ଅଧିକ ବୋଲି ଜଣାପଡ଼ିଛି। ଗତକାଲିସୁଦ୍ଧା ରାଜ୍ୟ ସରକାରଙ୍କ ଭ୍ରମାତ୍ମକ କୋଭିଡ୍ ତଥ୍ୟ ଯୋଗୁ ଯୋଗୁ ୬୦୬୪ଜଣ ରୋଗୀଙ୍କ ପତ୍ତା ମିଳୁନଥଲା। ‘ଓଡ଼ିଶା ରିପୋର୍ଟର’ ଗତକାଲି ଏ ସଂକ୍ରାନ୍ତରେ ଏକ ତଥ୍ୟଭିତ୍ତିକ ଖବର ପ୍ରକାଶିତ କରିବାପରେ ସରକାର ନିଜର ତ୍ରୁଟି ସୁଧାରିଛନ୍ତି ଓ ତଥ୍ୟକୁ ସଂଶୋଧନ କରିଛନ୍ତି।

ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡର ତଥ୍ୟ ଏବଂ ସୂଚନା-ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ସଂଶୋଧିତ ତଥ୍ୟ ଦିଆଯାଇଛି। ସୂଚନା ଓ ଲୋକସମ୍ପର୍କ ବିଭାଗର କୋଭିଡ୍ ବୁଲେଟିନ୍ ଅନୁସାରେ, ଗତକାଲି ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୫ଲକ୍ଷ ୨୪ହଜାର ୨୦୭ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪ଲକ୍ଷ ୩୧ହଜାର ୬୫୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୧୬୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦,୩୩୫ଜଣ ଏବେ ସକ୍ରିୟ ସଂକ୍ରମିତ ରାଜ୍ୟରେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟ ସରକାରଙ୍କ କୋଭିଡ୍ ଡ୍ୟାସବୋର୍ଡରେ ବି ଆଜି ସଂଶୋଧିତ ତଥ୍ୟ ରହିଛି।

ମାତ୍ର ସୂଚନା ଓ ଲୋକସମ୍ପର୍କ ବିଭାଗର ମେ’ ୭ତାରିଖ(ଗତକାଲି)ର ବୁଲେଟିନ୍‌ରେ ଦର୍ଶାଯାଇଥିଲା ଯେ, ମେ’ ୬ତାରିଖ ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ୫ଲକ୍ଷ ୧୨ହଜାର ୪୦୦ଜଣ ପଜେଟିଭ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ଏବେ ୭୮,୫୪୯ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ୨୧୪୦ଜଣଙ୍କ ମୃତ୍ୟୁ ହୋଇଛି ଓ ୪,୩୧,୬୫୮ଜଣ ସୁସ୍ଥ ହୋଇ ଫେରିଛନ୍ତି।

ବିଭାଗର ମେ’ ୭ ଓ ୮ ତାରିଖର କୋଭିଡ୍ ବୁଲେଟିନ୍ ଅନୁସାରେ ଗତକାଲି ଓ ଆଜି ରାଜ୍ୟରେ କେହି ରୋଗୀ ସୁସ୍ଥ ହୋଇନାହାନ୍ତି। ଅବଶ୍ୟ ପୂର୍ବରୁ ରହିଥିବା କୋଭିଡ୍ ତଥ୍ୟର ତ୍ରୁଟିକୁ ସୁଧାରିବା ପାଇଁ ବିଭାଗର ବୁଲେଟିନରେ ଏହା ଦର୍ଶାଯାଇଛି। ଯଦିଓ ଆଜି ୭୬୬୪ ଜଣ ସୁସ୍ଥ ହୋଇଥିବାବେଳେ ୧୧୮୦୭ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ବିଭାଗର ଗତକାଲିର ତଥ୍ୟ ଓ ଆଜିର ତଥ୍ୟରେ ରହିଥିବା ତ୍ରୁଟି ଜଳଜଳ ହୋଇ ପଦାରେ ପଡ଼ିଛି। ଅବଶ୍ୟ ‘ଓଡ଼ିଶା ରିପୋର୍ଟର’ରେ କୋଭିଡ୍ ସଂକ୍ରମଣ, ସୁସ୍ଥ ଓ ମୃତ୍ୟୁ ସଂକ୍ରାନ୍ତରେ ତଥ୍ୟଭିତ୍ତିକ ଖବର ପ୍ରକାଶ ପାଇବା ପରେ ସରକାର ଏହି ତ୍ରୁଟିକୁ ସୁଧାରି ପାରଦର୍ଶିତା ଅବଲମ୍ବନ କରିଛନ୍ତି ।

ସୂଚନାଯୋଗ୍ୟ, ଓଡ଼ିଶାରେ ଏବେ ସକ୍ରିୟ କୋଭିଡ୍ ସଂକ୍ରମିତ ସଂଖ୍ୟା ୯୦,୩୩୫ରେ ପହଂଚିଛି। ଯାହାକି ଦିଲ୍ଲୀ ତୁଳନାରେ ଅଧିକ । ଦିଲ୍ଲୀରେ ଏବେ ୮୭,୯୦୭ଜଣ ସକ୍ରିୟ ସଂକ୍ରମିତ ଥିବାବେଳେ ଓଡ଼ିଶା ସକ୍ରିୟ ସଂକ୍ରମିତ ତାଲିକାରେ ସମଗ୍ର ଦେଶରେ ୧୪ନମ୍ବର ସ୍ଥାନରେ ରହିଛି। ତେବେ ମହାରାଷ୍ଟ୍ର, କେରଳ, ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଦିଲ୍ଲୀ, ମଧ୍ୟପ୍ରଦେଶ ପରେ ଓଡ଼ିଶାରେ ଦୈନିକ ନୂଆ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି। ରାଜ୍ୟର ଗ୍ରାମାଂଚଳରେ ଏବେସୁଦ୍ଧା କରୋନା ପ୍ରଭାବ ବିଶେଷ ଅନୁଭୂତ ହୋଇନଥିବାବେଳେ ରାଜ୍ୟ ସରକାର ଯଦି ଏବେଠୁ ସତର୍କ ନହେବେ ତା’ହେଲେ ଆଗାମୀ ଦିନରେ ଓଡ଼ିଶାରେ କୋଭିଡ୍ ସଂକ୍ରମଣ ବିସ୍ଫୋରକ ରୂପ ନେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos