‘୨ରୁ ୩ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ’

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଆଗାମୀ ୨ରୁ ୩ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି ପାଉଥିବା ଅଧିକ ସଂଖ୍ୟକ ‘କରୋନା’ ପଜିଟିଭ୍‌ ବାହାରିବେ। ଏଥିପାଇଁ ବ୍ୟସ୍ତ ହେବାର ନାହିଁ। ଏପରିକି ‘କରୋନା’କୁ ଭୟ କରିବାର ନାହିଁ। ଏହାର ମୁକାବିଲା କରିବା। ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂତା ବଜାୟ ରଖିବା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏହା କହିଛନ୍ତି। ସେ କହିଛନ୍ତି-“ଏବେ ଗଞ୍ଜାମ […]

ganjam

ganjam

Manoranjan Sial
  • Published: Thursday, 23 July 2020
  • Updated: 23 July 2020, 05:31 PM IST

ଗଞ୍ଜାମ(ଓଡ଼ିଶା ରିପୋର୍ଟର): ଆଗାମୀ ୨ରୁ ୩ ଦିନ ଭିତରେ ଗଞ୍ଜାମ ଜିଲ୍ଲାରେ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ। ଜିଲ୍ଲାରେ ଟେଷ୍ଟିଂ ବୃଦ୍ଧି ପାଉଥିବା ଅଧିକ ସଂଖ୍ୟକ ‘କରୋନା’ ପଜିଟିଭ୍‌ ବାହାରିବେ। ଏଥିପାଇଁ ବ୍ୟସ୍ତ ହେବାର ନାହିଁ। ଏପରିକି ‘କରୋନା’କୁ ଭୟ କରିବାର ନାହିଁ। ଏହାର ମୁକାବିଲା କରିବା। ବାହାରକୁ ଗଲା ବେଳେ ମାସ୍କ ପିନ୍ଧିବା ଓ ସାମାଜିକ ଦୂତା ବଜାୟ ରଖିବା। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଆଜି ଏହା କହିଛନ୍ତି।

ସେ କହିଛନ୍ତି-“ଏବେ ଗଞ୍ଜାମ ଜିଲ୍ଲାରେ ଘରକୁ ଘର ସ୍କ୍ରିନିଂ ଚାଲିଛି। ସହରାଞ୍ଚଳରେ ପ୍ରାୟତଃ ସରିଗଲାଣି। ଏବେ ଗ୍ରାମାଞ୍ଚଳରେ ସ୍କ୍ରିନିଂ ଚାଲିଛି। ଏହି ସମୟରେ ଯେଉଁମାନଙ୍କଠାରେ ଲକ୍ଷଣ ଦେଖାଯାଉଛି, ସେମାନଙ୍କ କରୋନା ଟେଷ୍ଟ କରାଯାଉଛି। ଯାହାକୁ ଦେଖି ଗତ ସପ୍ତାହରୁ କରୋନା ଟେଷ୍ଟିଂ ବଢ଼ା ଯାଇଛି। ପ୍ରତିଦିନ ୧୦୦୦ରୁ ଅଧିକ ସାମ୍ପୁଲ ଟେଷ୍ଟ କରାଯାଉଛି। ଯେହେତୁ ଅଧିକ ଟେଷ୍ଟିଂ କରାଯାଉଛି, ସେହି ହିସାବରେ ପଜିଟିଭ୍‌ ମଧ୍ୟ ବଢ଼ିବ। ଆଗାମୀ ଦୁଇରୁ ତିନି ଦିନ ଭିତରେ ପଜିଟିଭ୍‌ ସଂଖ୍ୟା ଅଧିକ ରହିପାରେ।”

ସେ ଆହୁରି କହିଛନ୍ତି-“ଗଞ୍ଜାମ ଜିଲ୍ଲାରେ କରୋନାରେ ଯେଉଁ ସବୁ ମୃତ୍ୟୁ ହୋଇଛି, ସେମାନେ ଶେଷ ମୁହୂର୍ତ୍ତରେ ମେଡିକାଲ୍‌ ଆସିଛନ୍ତି। ଯାହାଫଳରେ ସେମାନଙ୍କ ଜୀବନ ବଞ୍ଚାଇ ହୋଇପାରିନି। ଯଦି କାହାକୁ କାଶ, ଜ୍ୱର, ଥଣ୍ଡା ଓ ପତଳା ଝାଡ଼ା ହେଉଥାଏ ଏବଂ ସେମାନେ ଆଗୁଆ ଜଣାନ୍ତି, ତାହାହେଲେ ସେମାନଙ୍କ ଜୀବନ ବଞ୍ଚା ଯାଇ ପାରନ୍ତା। ରୋଗୀ ଶୀଘ୍ର ଜଣାପଡ଼ିଲେ, ସେମାନଙ୍କୁ ଚିକିତ୍ସା ସେବା ଯୋଗାଇପାରିବା। ମାତ୍ରା ତାହା ସମ୍ଭବ ହେଉନାହିଁ। ଶେଷ ମୁହୂର୍ତ୍ତରେ ରୋଗୀମାନେ ମେଡିକାଲ୍‌ ଆସୁଛନ୍ତି। ସେଥିପାଇଁ ସେମାନଙ୍କ ଜୀବନ ବଞ୍ଚାଇବା ସମ୍ଭବପର ହେଉନି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos