୧୫୯୭କୁ ବୃଦ୍ଧି ପାଇଲା କୋଭିଡ୍ ହସ୍ପିଟାଲ ବେଡ୍ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ରାଜ୍ୟ ସରକାର ମେଡିକାଲ ଭିତ୍ତିଭୂମି ସୁବିଧା ଉପରେ ଗୁରୁତ୍ୱ ଦେଉଛନ୍ତି। ଏବେ ପିପିପି ମୋଡରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ହୋଇଛି ଓ ଏବେସୁଦ୍ଧା ୧୫୯୭ଟି ବେଡ୍ ପ୍ରସ୍ତୁତ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଓଡ଼ିଶା ଜଳବିଦ୍ୟୁତ ନିଗମ […]

kimms

Manoranjan Sial
  • Published: Thursday, 09 April 2020
  • , Updated: 09 April 2020, 08:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ପାଇଁ ସରକାରୀସ୍ତରରେ ବିଭିନ୍ନ ପଦକ୍ଷେପ ନିଆଯାଇଥିବାବେଳେ ରାଜ୍ୟ ସରକାର ମେଡିକାଲ ଭିତ୍ତିଭୂମି ସୁବିଧା ଉପରେ ଗୁରୁତ୍ୱ ଦେଉଛନ୍ତି। ଏବେ ପିପିପି ମୋଡରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ହୋଇଛି ଓ ଏବେସୁଦ୍ଧା ୧୫୯୭ଟି ବେଡ୍ ପ୍ରସ୍ତୁତ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ନିୟମିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତୋ ବାଗଚୀ କହିଛନ୍ତି ଯେ, ଓଡ଼ିଶା ଜଳବିଦ୍ୟୁତ ନିଗମ ଓ ହାଇଟେକ୍ ମେଡିକାଲ କଲେଜ ସହଭାଗିତାରେ ଆଜି ଗଜପତି ଜିଲ୍ଲାରେ ସେଞ୍ଚୁରିଆନ୍ ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଆଉ ୧୦୦ ବେଡ୍ ବିଶିଷ୍ଟ କୋଭିଡ୍ ହସ୍ପିଟାଲ କାର୍ଯ୍ୟ ଆରମ୍ଭ କରିଛି। ଏଥିସହିତ କଟକ, ଯାଜପୁର, କେନ୍ଦୁଝରର ଯୋଡ଼ା, ପୁରୀ, ରାଉରକେଲା ଓ ଭୁବନେଶ୍ୱରରେ ୨ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ ସ୍ଥାପନ ହୋଇଛି। ଏସବୁରେ ବେଡ୍ ସଂଖ୍ୟା ୧୫୯୭ରେ ପହଞ୍ôଚଛି।

ସେହିପରି ଆଜି ସକାଳ ୯ଟା ସୁଦ୍ଧା ରାଜ୍ୟରେ ୨୮୪୧ଟି ନମୂନା ପରୀକ୍ଷା ପାଇ ଯାଇଥିବାବେଳେ ଏବେସୁଦ୍ଧା ୪୪ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ଦୁଇଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଜଣେ ପ୍ରାଣ ହରାଇଛନ୍ତି। ଆଜି ବିଭିନ୍ନ ମେଡିକାଲରେ ୧୦୬ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଇଛି। ଆଜି ଚିହ୍ନଟ ହୋଇଥିବା ୨ଜଣ ପଜେଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରାଯାଇଛି ଓ ଅଧିକ ନିରୀକ୍ଷଣ ଜାରି ରହିଛି।

ସେହିପରି କୋଭିଡ୍‌-୧୯ ଉଲ୍ଲଘଂନ ମାମଲାରେ ଏପ୍ରିଲ ୮ରୁ ୯ତାରିଖ ସକାଳ ପର୍ଯ୍ୟନ୍ତ ୨୪ଘଣ୍ଟା ମଧ୍ୟରେ ୨୫୧ଟି ମାମଲା ଦାଏର ହୋଇଛି। ଏଥିରେ ୨୩୯ଟି ମାମଲା ଲକଡାଉନ୍ ସହ ଜଡ଼ିତ ଥିବାବେଳେ ୫ଟି ଗୁଜବ ସୃଷ୍ଟି ଓ ୭ଟି କୋଭିଡ-୧୯ ନିୟାମବଳୀ ଉଲ୍ଲଘଂନ ମାମଲା ସାମିଲ ରହିଛି । ବିଭିନ୍ନ ଅଭିଯୋଗରେ ୨୫୮ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏବେସୁଦ୍ଧା ଗୁଜବ ପ୍ରଚାର ଅଭିଯୋଗରେ ୬୦ଜଣଙ୍କୁ ପୁଲିସ ଗିରଫ କରିଛି।

Related story