ଚାକିରି ପାଇଁ ବେଙ୍ଗାଲୁରୁ ଯାଇଥିଲେ ଓଡ଼ିଆ ଝିଅ, ହୋଇଗଲେ କମ୍ପାନୀର ମାଲିକ

ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ପାଠ ପଢ଼ିଥିଲେ  ବି-ଟେକ୍ । ଆଉ ଚାକିରି କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ହେଲେ ଚାକିରି ନୁହେଁ ବରଂ ସେଠାରେ ଜଣେ ସଫଳ ଉଦ୍ୟୋଗୀ ହୋଇଗଲେ। ନିଜ ଉଦ୍ୟମରେ ବେଙ୍ଗାଲୁରୁରେ ଗୋଟିଏ ଟେକ୍ସଟାଇଲ୍ କଂପାନୀ ପ୍ରତିଷ୍ଠା କରିଛନ୍ତି ଓଡ଼ିଆ ଇଂଜିନିଅର ସଂଗୀତା ମହାପାତ୍ର। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା। ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। କରୋନା ପାଇଁ ଲକଡାଉନ […]

yio

Tapas Behera
  • Published: Thursday, 08 April 2021
  • , Updated: 08 April 2021, 11:53 AM IST

ବେଙ୍ଗାଲୁରୁ (ଓଡ଼ିଶା ରିପୋର୍ଟର): ଓଡ଼ିଆ ଝିଅ ପାଠ ପଢ଼ିଥିଲେ  ବି-ଟେକ୍ । ଆଉ ଚାକିରି କରିବାକୁ ବେଙ୍ଗାଲୁରୁ ଯାଇଥିଲେ। ହେଲେ ଚାକିରି ନୁହେଁ ବରଂ ସେଠାରେ ଜଣେ ସଫଳ ଉଦ୍ୟୋଗୀ ହୋଇଗଲେ। ନିଜ ଉଦ୍ୟମରେ ବେଙ୍ଗାଲୁରୁରେ ଗୋଟିଏ ଟେକ୍ସଟାଇଲ୍ କଂପାନୀ ପ୍ରତିଷ୍ଠା କରିଛନ୍ତି ଓଡ଼ିଆ ଇଂଜିନିଅର ସଂଗୀତା ମହାପାତ୍ର। ଆଉ ଏଥିରେ କାମ କରୁଥିବା ୪୨ ଜଣ କର୍ମଚାରୀଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ମହିଳା।

ସେମାନେ ମଧ୍ୟ ସବୁ ବି-ଟେକ୍ ଇଂଜିନିୟର। କରୋନା ପାଇଁ ଲକଡାଉନ ଭିତରେ କଂପାନୀ ବନ୍ଦ ରହିଥିଲେ ହାରି ଯାଇନଥିଲେ ସଂଗୀତା ଓ ତାଙ୍କ କର୍ମଚାରୀ । ଅନବରତ ଉଦ୍ୟମ ଓ ନିଷ୍ଠାର ସହ କାମ କରି କଂପାନୀକୁ ଲୋକପ୍ରିୟ କରିପାରିଛନ୍ତି ସେ। କେବଳ ବେଙ୍ଗାଲୁରୁ ମାର୍କେଟରେ ଆଧିପତ୍ୟ ବିସ୍ତାର କରିବା ଲକ୍ଷ୍ୟ ରଖିଛନ୍ତି ସେ।

ଅନ୍ୟ ଯେ କୌଣସି ବ୍ରାଣ୍ଡେଡ୍ କଂପାନୀଠାରୁ ସଂଗୀତାଙ୍କ ପ୍ରଡକ୍ଟ ବେଶ୍‌ ଉଚ୍ଚମାନର ବୋଲି କୁହାଯାଉଛି । ଏନେଇ ସଂଗୀତା କହିଛନ୍ତି ଯେ, କ୍ୱାଣ୍ଟିଟି ଅପେକ୍ଷା କ୍ୱାଲିଟିକୁ ସେ ପ୍ରାଧାନ୍ୟ ଦେଇଥିବାରୁ ବଜାରରେ ତାଙ୍କ ଜିନିଷର ଭଲ ଚାହିଦା ରହିଛି। ଏବେ ଆମାଜନ୍, ଫ୍ଲିପକାର୍ଟ ଓ ରିଲାଏନ୍ସ ଜରିଆରେ ତାଙ୍କ ପ୍ରଡକ୍ଟ ବିକ୍ରି ହେଉଥିବା ସେ କହିଛନ୍ତି ।

ସଂଗୀତା ମହାପାତ୍ରଙ୍କ କହିବା ଅନୁଯାୟୀ, ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥିଲା। ମ୍ୟାନ୍‌ପାୱାର ନଥିଲା। କାମ ଆସୁଥିଲା। ହେଲେ କରୋନା ସମୟରେ ବିନା ମ୍ୟାନ୍ ପାୱାରରେ କେମିତି କାମ କରିବେ ଜାଣିପାରୁ ନଥିଲେ। ପରେ ଧୀରେ ଧୀରେ ସମସ୍ୟାର ସମାଧାନ ହୋଇଗଲା।

Related story