ସେବାୟତଙ୍କ ଘରକୁ ଗଲା ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ !

ପୁରୀ (ଓଡ଼ିଶା ରିପୋର୍ଟର): ସେବାୟତଙ୍କ ଘରକୁ ଗଲା ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ ଓ ଚନ୍ଦ୍ର। ଯାହାକୁ ନିନ୍ଦା କରିଛନ୍ତି ପୁଷ୍ପାଳକ ଓ ଗରାବଡ଼ୁ ନିଯୋଗ ସମ୍ପାଦକ। ନାଗାର୍ଜୁନ ବେଶକୁ ସଂଗ୍ରାହଳୟରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଏହା ସେବାୟତଙ୍କ ଘରକୁ କେମିତି ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ନାଗାର୍ଜୁନ ବେଶ ଓଲାଗି […]

puri

puri

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 04:54 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): ସେବାୟତଙ୍କ ଘରକୁ ଗଲା ଦୁର୍ଲ୍ଲଭ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଆକର୍ଷଣୀୟ ସୂର୍ଯ୍ୟ ଓ ଚନ୍ଦ୍ର। ଯାହାକୁ ନିନ୍ଦା କରିଛନ୍ତି ପୁଷ୍ପାଳକ ଓ ଗରାବଡ଼ୁ ନିଯୋଗ ସମ୍ପାଦକ। ନାଗାର୍ଜୁନ ବେଶକୁ ସଂଗ୍ରାହଳୟରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଏହା ସେବାୟତଙ୍କ ଘରକୁ କେମିତି ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ନାଗାର୍ଜୁନ ବେଶ ଓଲାଗି ହେବା ପରେ ଏହି ବେଶକୁ ସଂଗ୍ରହାଳୟରେ ରଖାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ହେଲେ ବିଡମ୍ବନାର ବିଷୟ ନାଗାର୍ଜୁନ ବେଶରେ ଲାଗି ହୋଇଥିବା ଅତି ଆକର୍ଷଣୀୟ ସୂର୍ଯ୍ୟ ଓ ଚନ୍ଦ୍ରକୁ ଶ୍ରୀମନ୍ଦିରର ଜଣେ ତଳିଆ କର୍ମଚାରୀ ଆଜି ବରିଷ୍ଠ ସେବାୟତଙ୍କ ଘରକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ କର୍ମଚାରୀ ଜଣକ ଏହି ବେଶ ଉପକରଣ ନେଇ ସେବାୟତଙ୍କ ଘରକୁ ଯାଉଥିବା ନିଜେ ସ୍ୱୀକାର ମଧ୍ୟ କରିଛନ୍ତି।

ପୂର୍ବରୁ ନାଗାର୍ଜୁନ ବେଶକୁ ସଂରକ୍ଷଣ କରି ରଖାଯିବା ପାଇଁ ଛତିଶା ନିଯୋଗ ଏବଂ ପରେ ପରିଚାଳନା କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଥିଲା। ଜଗନ୍ନାଥ ବଲ୍ଲଭ ପରିସରରେ ଅବଢା ଯୋଜନାରେ ନିର୍ମାଣ ହେବାକୁ ଥିବା ସଂଗ୍ରହାଳୟରେ ସଂରକ୍ଷଣ କରି ରଖାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏହି ବିରଳ ବେଶର ଆକର୍ଷଣୀୟ ନିର୍ମାଣକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଖିବାର ସୁଯୋଗ ପାଇଥାନ୍ତେ। ସେପଟେ ଏହି ଘଟଣାର ତଦନ୍ତ ଦାୟିତ୍ୱ ନୀତି ପ୍ରଶାସକଙ୍କୁ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos