ଶ୍ରୀମନ୍ଦିରକୁ ଫେରିଲା ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ

ପୁରୀ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଭିତରେ ଏଥର ମହାପ୍ରଭୁଙ୍କର ନାର୍ଗାଜୁନ ବେଶ ବିନା ଭକ୍ତରେ ଶେଷ ହୋଇଛି। ନାଗାର୍ଜୁନ ବେଶ ଶେଷ ହେବା ପରେ ଏବେ ଏଥିରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଫେରିଛି। ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପୀ ବସନ୍ତ ମହାରଣା। ସେ କହିଛନ୍ତି, ବାହାରକୁ ଯାଇଥିବା ସୂର୍ଯ୍ୟ-ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି ବସନ୍ତ କହିଛନ୍ତି। ତେବେ ଗାରଦରୁ ସୂର୍ଯ୍ୟ ଓ […]

nagarjuna

nagarjuna

Ranjit Kumar Jena
  • Published: Friday, 04 December 2020
  • Updated: 04 December 2020, 04:26 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଭିତରେ ଏଥର ମହାପ୍ରଭୁଙ୍କର ନାର୍ଗାଜୁନ ବେଶ ବିନା ଭକ୍ତରେ ଶେଷ ହୋଇଛି। ନାଗାର୍ଜୁନ ବେଶ ଶେଷ ହେବା ପରେ ଏବେ ଏଥିରେ ଲାଗିଥିବା ସୂର୍ଯ୍ୟ-ଚନ୍ଦ୍ର ଶ୍ରୀମନ୍ଦିରକୁ ଫେରିଛି। ଏ ନେଇ ସୂଚନା ଦେଇଛନ୍ତି ଶିଳ୍ପୀ ବସନ୍ତ ମହାରଣା।

ସେ କହିଛନ୍ତି, ବାହାରକୁ ଯାଇଥିବା ସୂର୍ଯ୍ୟ-ଚନ୍ଦ୍ର କେବଳ ପ୍ରତିକୃତି ଥିଲା। ହେଲେ ଶ୍ରୀଜିଉଙ୍କଠାରେ ନାଗାର୍ଜୁନ ବେଶ ବେଳେ ସୁନା ଅଳଙ୍କାର ଲାଗିଥିଲା ବୋଲି ବସନ୍ତ କହିଛନ୍ତି। ତେବେ ଗାରଦରୁ ସୂର୍ଯ୍ୟ ଓ ଚନ୍ଦ୍ର ଜଣେ ବରିଷ୍ଠ ସେବାୟତଙ୍କ ଘରକୁ ଯାଇଥିଲା ବୋଲି ସେ କହିଛନ୍ତି। ହେଲେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିନାହିଁ।

ସୂଚନାଯୋଗ୍ୟ, ନାର୍ଗାଜୁନ ବେଶ ପାଇଁ ସୂର୍ଯ୍ୟ ଓ ଚନ୍ଦ୍ର ସେବାୟତଙ୍କ ଘରକୁ ଯିବା ନେଇ ନିନ୍ଦା କରିଥିଲେ ପୁଷ୍ପାଳକ ଓ ଗରାବଡ଼ୁ ନିଯୋଗ ସମ୍ପାଦକ। ନାଗାର୍ଜୁନ ବେଶକୁ ସଂଗ୍ରାହଳୟରେ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା ବେଳେ ଏହା ସେବାୟତଙ୍କ ଘରକୁ କେମିତି ଗଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos