ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବଡଦାଣ୍ଡରେ ଘଟିଛି ଅଭାବନୀୟ ଘଟଣା। ଏକ ପିକଅପ୍ ଭ୍ୟାନ ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇ ନନ୍ଦିଘୋଷ ରଥରେ ପିଟି ହୋଇଛି। ଡ୍ରାଇଭରଙ୍କୁ ଫିଟ୍ସ ମାରିବାରୁ ଭାରସାମ୍ୟ ହରାଇ ଗାଡ଼ିଟି ରଥରେ ପିଟି ହୋଇଯାଇଥିବା ଜଣାଯାଇଛି।
ଆଜି ସକାଳେ ପିକ୍ଅପ୍ ଭ୍ୟାନ୍ଟି ରଥଖଳା ଦେଇ ଯାଉଥିଲା। ଏହି ସମୟରେ ଡ୍ରାଇଭର ଅସିତଙ୍କୁ ଫିଟ୍ସ ମାରିଥିଲା। ଫଳରେ ଭାରସାମ୍ୟ ହରାଇ ଗାଡ଼ିଟି ୨ ପର୍ଯ୍ୟଟକଙ୍କୁ ଧକ୍କା ଦେଇଥିଲା। ତା’ପରେ ନନ୍ଦିଘୋଷ ରଥରେ ପିଟି ହୋଇଥିଲା।
ଆହତ ଦୁଇ ପର୍ଯ୍ୟଟକ ହେଲେ ଵୈଜୟନ୍ତୀ ସାହୁ ଏବଂ ଗିରୀଶ ସାହୁ । ଵୈଜୟନ୍ତୀଙ୍କ ବାମ ଗୋଡ ଭାଙ୍ଗିଯାଇଛି। ଗିରୀଶଙ୍କ ହାତରେ ଗୁରୁତର ଆଘାତ ଲାଗିଛି। ଉଭୟ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡ୍ରାଇଭର ଅସିତ କୁମାର ଜେନା ମଧ୍ୟ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍ ଡ୍ରାଇଭରଙ୍କୁ ଅଟକ ରଖିଛି। ଏହି ଦୁର୍ଘଟଣାରେ ନନ୍ଦିଘୋଷ ରଥର କ’ଣ କ୍ଷତି ହୋଇଛି, ତାହା ଜଣାପଡ଼ିନି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Miscellaneous
ଆସୁଛନ୍ତି ରାଷ୍ଟ୍ରପତି; ପୁରୀରେ ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ଡିଜିପି
ସୁରକ୍ଷା ଦାୟିତ୍ୱରେ ୮୦ ପ୍ଲାଟୁନ ପୁଲିସ୍ ଫୋର୍ସ ସହ ୩୦୦ ବରିଷ୍ଠ ଅଧିକାରୀ ମୁତୟନ ହେବେ। କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି କହିଲେ ଡିଜିପି ୱାଇ.ବି ଖୁରାନିଆ।
Miscellaneous
ସୋମବାର ମହାପ୍ରଭୁଙ୍କ ପଇତାଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ମାର୍ଗଶୀର କୃଷ୍ଣ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୁଏ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ।
Politics
ତେଜୁଛି ଯାଜପୁର କଳି, ପୁଣି ବିଜେଡି-ବିଜେପି ମୁହାଁମୁହିଁ
ଯାଜପୁର ଘଟଣାକୁ ନେଇ ବିଜେଡି ଓ ବିଜେପି ପୁଣି ମୁହାଁମୁହିଁ ହୋଇଛନ୍ତି। ବିଜେଡି ପ୍ରେସମିଟ୍ କରି ପୁଲିସ ଉପରେ ଦୋଷ ଲଦିଥିବାବେଳେ କାଉଣ୍ଟର କରିଛି ବିଜେପି।
Miscellaneous
ଆସିଲା ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା
୨୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ଖାତାକୁ ଗଲା 'ସୁଭଦ୍ରା' ଟଙ୍କା। ସୁନ୍ଦରଗଡ଼ରେ ଟଙ୍କା ରିଲିଜ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।