ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନର ଦାବି ପରେ ଆଜି ଭୁବନେଶ୍ୱରରୁ କୋରାପୁଟ ଜିଲ୍ଲା ଜୟପୁରକୁ ଉଡ଼ିଲା ବିମାନ । ଆଜି ପୂର୍ବାହ୍ନ ୧୦ଟା ୧୫ ମିନିଟ୍ରେ ଭୁବନେଶ୍ୱର ଛାଡ଼ିଲା ଗୁଜୁରାଟ ଭିତ୍ତିକ ବିମାନ ସେବା କମ୍ପାନୀ ଇଣ୍ଡିଆ ଏୟାର ୱାନ୍ । ୪୦ ମିନିଟ୍ ପରେ ଅର୍ଥାତ ସକାଳ ୧୦ଟା ୫୫ ମିନିଟ୍ରେ ଏହା ଜୟପୁରରେ ପହଞ୍ଚିଛି ।
ପରୀକ୍ଷାମୂଳକ ଭାବେ ଏହା ବିମାନ ବିନା ଯାତ୍ରୀରେ ଉଡ଼ାଣ ଭରିଛି। ପ୍ରାୟ ୧ ଘଣ୍ଟା ୫ ମିନିଟ୍ ରହିବା ପରେ ମଧ୍ୟାହ୍ନ ୧୨ଟାରେ ଏହା ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଫେରିବ ।
ଏହାପରେ ଖୁବ୍ ଶୀଘ୍ର ଯାତ୍ରୀମାନେ ବି ବିମାନରେ ଭୁବନେଶ୍ୱରରୁ ଜୟପୁରକୁ ଯିବାର ସୁବିଧା ଉପଲବ୍ଧ କରିପାରିବେ । ଏନେଇ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଏହାଦ୍ୱାରା ଜୟପୁରରୁ ଛାତ୍ରଛାତ୍ରୀଙ୍କ ସମେତ ବ୍ୟବସାୟ କରୁଥିବା ବ୍ୟକ୍ତି ଖୁବ୍ ଶୀଘ୍ର ଆସି ଭୁବନେଶ୍ୱରରେ ପହଞ୍ଚିବେ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।