ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଠକେଇ ଅଭିଯୋଗରେ ଯୁବକଙ୍କୁ ଅପହରଣ ଅଭିଯୋଗ। ଅପହୃତଙ୍କୁ ଖୋର୍ଦ୍ଧାର ଏକ ଫାର୍ମ ହାଉସରୁ ଉଦ୍ଧାର କରିଛି ଚନ୍ଦକା ଥାନା ପୁଲିସ। ଅପହୃତ ସଦାନନ୍ଦଙ୍କୁ ଉଦ୍ଧାର କରିବା ସହ ୨ ଅପହରଣକାରୀଙ୍କୁ ଗିରଫ କରିଛି ପୁଲିସ । ତେବେ ସୂଚନା ମୁତାବକ ଅନ୍ଧାରୁଆ ଅଂଚଳରେ ରହୁଥିବା ସଦାନନ୍ଦ ବେହେରା ଚାକିରୀ ଦେବା ନାମରେ ବିଭିନ୍ନ ଲୋକଙ୍କୁ ଠକୁଥିବାର ଅଭିଯୋଗ ହୋଇଥିଲା । ସେହିପରି ଦୁଇଜଣ ଅପହରଣକାରୀଙ୍କଠୁଁ ପୁଲିସ ଚାକିରୀ ଦେବା ନାଁ ରେ ସାଢେ ୩ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।
ଦୁଇ ବର୍ଷ ପରେ ଟଙ୍କା କି ଚାକିରୀ ନ ଦେବାରୁ ସଦାନନ୍ଦକୁ ଅପହରଣ କରିଥିଲେ ପୁରୀ ଅଂଚଳର ପ୍ରମୋଦ ମହାନ୍ତି ଓ ନୟାଗଡ଼ର ସନ୍ତୋଷ ପଟ୍ଟନାୟକ । ପରେ ସଦାନନ୍ଦଙ୍କ ସ୍ତ୍ରୀକୁ ଫୋନ କରି ୪ ଲକ୍ଷରୁ ଊର୍ଧ୍ୱ ଟଙ୍କା ମାଗିଥିଲେ। ସଦାନନ୍ଦଙ୍କ ପତ୍ନୀ ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା ।
ନମ୍ବରକୁ ଟ୍ରାକ କରି ପୁଲିସ ଖୋର୍ଦ୍ଧାର ଏକ ଫର୍ମା ହାଉସରେ ଚଢ଼ାଉ କରିବା ପରେ ଅପହରକାରୀ ଓ ଅପହୃତାକୁ କାବୁ କରିଥିଲେ । ପରେ ପୂରା ଘଟଣା ସାମ୍ନାକୁ ଆସିବା ପରେ ଦୁଇ ଅପହରଣକାରୀ ପ୍ରମୋଦ ମହାନ୍ତି ଓ ସନ୍ତୋଷ ପଟନାୟକକୁ ଗିରଫ କରିଛି ପୁଲିସ। ସେହିପରି ସଦାନନ୍ଦକୁ ଠକେଇ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।