ଥାନାରେ ଅଟକ ଯୁବକଙ୍କ ଆତ୍ମହତ୍ୟା!

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ମାଡ଼ ମାରିବାରୁ ମଦ୍ୟପ ପୁଅ ବିରୋଧରେ ଥାନାରେ ଏତାଲା ଦେଇଥିଲେ ବାପା। ପୁଲିସ ମଦ୍ୟପ ପୁଅକୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ହେଲେ ଆଜି ସକାଳେ ସେ ଥାନାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ଏପରି ଖବର ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରୁ ଆସିଛି। ଶୁକ୍ରବାର ଦିନ ଚମାଖଣ୍ଡି ଥାନା ଅଞ୍ଚଳର ସି.ଏଚ. ତ୍ରିଲୋଚନ ରେଡ୍ଡୀ ମଦ ନିଶାରେ ଘରକୁ ଆସିଥିଲେ। ସେ ତାଙ୍କ ବାପାଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ […]

Ganjam

Ganjam

Manoranjan Sial
  • Published: Saturday, 01 October 2022
  • Updated: 01 October 2022, 06:52 PM IST

Sports

Latest News

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ମାଡ଼ ମାରିବାରୁ ମଦ୍ୟପ ପୁଅ ବିରୋଧରେ ଥାନାରେ ଏତାଲା ଦେଇଥିଲେ ବାପା। ପୁଲିସ ମଦ୍ୟପ ପୁଅକୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ହେଲେ ଆଜି ସକାଳେ ସେ ଥାନାରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ଏପରି ଖବର ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନାରୁ ଆସିଛି।

ଶୁକ୍ରବାର ଦିନ ଚମାଖଣ୍ଡି ଥାନା ଅଞ୍ଚଳର ସି.ଏଚ. ତ୍ରିଲୋଚନ ରେଡ୍ଡୀ ମଦ ନିଶାରେ ଘରକୁ ଆସିଥିଲେ। ସେ ତାଙ୍କ ବାପାଙ୍କୁ ମାଡ଼ ମାରିଥିଲେ। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ବାପାଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ସି.ଏଚ. ତ୍ରିଲୋଚନ ରେଡ୍ଡୀଙ୍କୁ ଥାନାରେ ଅଟକ ରଖିଥିଲା। ଆଜି ଭୋର ସମୟରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ପୁଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି କରିଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗଞ୍ଜାମ ଏସ୍‌ପି ବ୍ରିଜେଶ୍‌ ରାୟ ଏନେଇ ସୂଚନା ଦେଇଛନ୍ତି। ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ? ତାହା ଉପରେ ତଦନ୍ତ ଚାଲିଥିବା ଏସ୍‌ପି କହିଛନ୍ତି।

ସେପଟେ ସି.ଏଚ. ତ୍ରିଲୋଚନ ରେଡ୍ଡୀଙ୍କ ମୃତ୍ୟୁକୁ ନେଇ ପରିବାର କିମ୍ବା ସମ୍ପର୍କୀୟଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos