‘କରୋନା’ ଭୟ: ଟିକଟ କ୍ୟାନସଲ ନିୟମକୁ କୋହଳ କଲା ରେଲୱେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭୂତାଣୁ ଯେଭଳି କାୟା ବିସ୍ତାର ନକରିବ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିଆଯାଉଛି ପଦକ୍ଷେପ। ଅଟୋ ଓ ଟ୍ୟାକ୍ସି ଚଳାଚଳ କ୍ଷେତ୍ରରେ କଟକଣା ଲଗାଯାଇଛି। କେବଳ ସରକାରୀ କଟକଣା ନୁହେଁ, ସାଧାରଣ ଲୋକେ ମଧ୍ୟ ଘରୁ ବାହାରିବାକୁ ଉଚିତ ମଣୁନାହାଁନ୍ତି। ସେପଟେ ବହୁ ସଂଖ୍ୟାରେ ଯାତ୍ରୀ ଏବେ ଯାତ୍ରା କରୁନଥିବାରୁ ଟିକଟ କ୍ୟାନସଲ ନିୟମକୁ କୋହଳ କରିଛି ରେଳ ବିଭାଗ। ମାର୍ଚ୍ଚ ୨୧ରୁ ଏପ୍ରିଲ୍‌ ୧୫ ଯାଏଁ ଯେଉଁ ସବୁ ଟ୍ରେନ ବାତିଲ୍ […]

train-1

Manoranjan Sial
  • Published: Saturday, 21 March 2020
  • , Updated: 21 March 2020, 08:14 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାରାତ୍ମକ କରୋନା ଭୂତାଣୁ ଯେଭଳି କାୟା ବିସ୍ତାର ନକରିବ, ସେଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ନିଆଯାଉଛି ପଦକ୍ଷେପ। ଅଟୋ ଓ ଟ୍ୟାକ୍ସି ଚଳାଚଳ କ୍ଷେତ୍ରରେ କଟକଣା ଲଗାଯାଇଛି। କେବଳ ସରକାରୀ କଟକଣା ନୁହେଁ, ସାଧାରଣ ଲୋକେ ମଧ୍ୟ ଘରୁ ବାହାରିବାକୁ ଉଚିତ ମଣୁନାହାଁନ୍ତି। ସେପଟେ ବହୁ ସଂଖ୍ୟାରେ ଯାତ୍ରୀ ଏବେ ଯାତ୍ରା କରୁନଥିବାରୁ ଟିକଟ କ୍ୟାନସଲ ନିୟମକୁ କୋହଳ କରିଛି ରେଳ ବିଭାଗ।

ମାର୍ଚ୍ଚ ୨୧ରୁ ଏପ୍ରିଲ୍‌ ୧୫ ଯାଏଁ ଯେଉଁ ସବୁ ଟ୍ରେନ ବାତିଲ୍ ହୋଇଛି, ସେହି ଟ୍ରେନର ଯାତ୍ରୀ ଯାତ୍ରା ତାରିଖଠାରୁ ୪୫ ଦିନ ମଧ୍ୟରେ ଟିକେଟ ଦାଖଲ କରି କାଉଣ୍ଟରରୁ ଟଙ୍କା ନେଇପାରିବେ। ସେହିପରି ମାର୍ଚ୍ଚ ୨୧ରୁ ଏପ୍ରିଲ ୧୫ ଭିତରେ ଯେଉଁ ଟ୍ରେନ୍‌ ବାତିଲ ହୋଇନାହିଁ, ସେହି ଟ୍ରେନରେ ଯାତ୍ରୀମାନେ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ ଟିକେଟ ଡିପୋଜିଟ୍ ରିସିପ୍‌ଟ ବା ଟିଡିଆର୍‌ ଦାଖଲ କରିପାରିବେ। ଯେଉଁ ଯାତ୍ରୀମାନେ ୧୩୯ ରେଲ ସମ୍ପର୍କ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଟିକେଟ ବାତିଲ କରିବାକୁ ଚାହୁଛନ୍ତି, ସେମାନେ ଯାତ୍ରା ତାରିଖଠାରୁ ୩୦ ଦିନ ମଧ୍ୟରେ କାଉଣ୍ଟରରେ ଟିକେଟ ଦେଇ ଟଙ୍କା ଫେରିପାଇବେ ବୋଲି ଭାରତୀୟ ରେଳ ବିଭାଗ ସୂଚନା ଦେଇଛି।

ରାଜ୍ୟ ସରକାରଙ୍କ କଟକଣା ପରେ ଖାଁ ଖାଁ ଲାଗୁଛି ରାଜଧାନୀ। ନା ଯାତ୍ରୀ ନା ଯାନବାହନ। ଯୁଆଡ଼େ ଚାହିଁବେ ଖାଲି ଜନଶୂନ୍ୟ ଲାଗୁଛି। ରାଜଧାନୀର ରାଜରାସ୍ତାରେ କିଏ କେମିତି କେତେବେଳେ ଜରୁରୀ ଅଛି ବୋଲି ଯାଆସ କରୁଛନ୍ତି। ନଚେତ ଅଘୋଷିତ କର୍ଫ୍ୟୁ କବଳରେ ସ୍ମାର୍ଟସିଟି ରହିଛି।

ଗତକାଲି ଯୁଗ୍ମ-ଅଯୁଗ୍ମ ଫର୍ମୁଲା ଘୋଷଣା ପରେ ଆଜି ପ୍ରଥମ ଦିନରେ ଅଟୋ ଓ ଟ୍ୟାକ୍ସି ସହ ଘରୋଇ ବସ୍‌ ସଂଖ୍ୟା କମିଯାଇଛି। ଭୁବନେଶ୍ୱର ସମେତ କଟକ, ଭଦ୍ରକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପବ୍ଲିକ ଟ୍ରାନ୍ସପୋର୍ଟରେ ଅଡ୍‌-ଇଭେନ କଟକଣା ଲଗାଯାଇଛି। ତେବେ ଟ୍ୱିନ୍‌ସିଟି ସହ ରାଜ୍ୟର ୪୦ ପ୍ରତିଶତ ସ୍ଥାନରେ ସପ୍ତାହେ ପାଇଁ ଲକ୍‌ଡାଉନ ଘୋଷଣା ହୋଇଥିବା ବେଳେ ସେସବୁ ଅଞ୍ଚଳରେ ବସ୍ ଚଳାଚଳ କରିବ। ତା’ସହିତ ହସ୍ପିଟାଲ, ରେଲେଓ୍ୱ ଷ୍ଟେସନ, ଏୟାରପୋର୍ଟ ଓ ବସ୍‌ଷ୍ଟାଣ୍ଡକୁ ଯିବା ଆସିବାକୁ ଗାଡ଼ି ମୋଟରରେ ଯାଆସିବା କରିବ।

Related story