ନାବାଳିକା ଦୁଷ୍କର୍ମୀକୁ ୨୫ ବର୍ଷ ଜେଲ୍‌, ଜରିମାନା

ଫୁଲବାଣୀ (ତ୍ରିନାଥ ସାହୁ): ଦୋଷୀ ସାବ୍ୟସ୍ତ ହେଲା ନାବାଳିକା ଦୁଷ୍କର୍ମୀ। ଫୁଲବାଣୀର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି। ୨୦୧୯ ଅଗଷ୍ଟ ୨୦ ତାରିଖ ସନ୍ଧ୍ୟା ବେଳେ ୩ ବର୍ଷର କୁନି ଝିଅଟି ନିଜ ଘର ବାହାରେ ଖେଳୁଥିଲା। ଠିକ୍‌ ଏହି ସମୟରେ ସେଠାରେ […]

Phulbani

Phulbani

Manoranjan Sial
  • Published: Friday, 23 September 2022
  • Updated: 23 September 2022, 07:12 PM IST

Sports

Latest News

ଫୁଲବାଣୀ (ତ୍ରିନାଥ ସାହୁ): ଦୋଷୀ ସାବ୍ୟସ୍ତ ହେଲା ନାବାଳିକା ଦୁଷ୍କର୍ମୀ। ଫୁଲବାଣୀର ପୋକ୍ସ କୋର୍ଟ ମାମଲାକୁ ବିଚାର କରି ଅଭିଯୁକ୍ତକୁ ୨୫ ବର୍ଷ ଜେଲ୍‌ ଦଣ୍ଡାଦେଶ ସହିତ ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ବର୍ଷେ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟରେ ଶୁଣାଇଛନ୍ତି।

୨୦୧୯ ଅଗଷ୍ଟ ୨୦ ତାରିଖ ସନ୍ଧ୍ୟା ବେଳେ ୩ ବର୍ଷର କୁନି ଝିଅଟି ନିଜ ଘର ବାହାରେ ଖେଳୁଥିଲା। ଠିକ୍‌ ଏହି ସମୟରେ ସେଠାରେ ପହଞ୍ଚିଥିଲା ପ୍ରସନ୍ନ କୁମାର ଦିଗାଲ୍‌। ସେ ତାକୁ ଗୋଟିଏ ଚକଲେଟ ଦେଇଥିଲେ। ପରେ ତାକୁ କାଖେଇ ନେଇ ଯାଇ ଏକ ଧର୍ମାନୁଷ୍ଠାନ ଘର ପିଣ୍ଡାରେ ଦୁଷ୍କର୍ମ କରୁଥିଲା। ସେପଟେ କୁନି ଝିଅକୁ ଖୋଜାଖୋଜି ସେଠାରେ ପହଞ୍ଚିଥିଲେ କୁନି ଝିଅଙ୍କ ମାଆ। ପ୍ରସନ୍ନ କୁମାର ଦିଗାଲ୍‌ ଦୁଷ୍କର୍ମ କରୁଥିବା କୁନି ଝିଅଙ୍କ ମାଆ ଦେଖିବାକୁ ପାଇଥିଲେ। ପରେ ଝିଅକୁ ଉଦ୍ଧାର କରି ଘରକୁ ଫେଥିଲେ। ତା’ପର ଦିନ ଏନେଇ ଜି.ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପୀଡ଼ିତାଙ୍କ ମାଆ।

ପୁଲିସ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ପ୍ରସନ୍ନ କୁମାର ଦିଗାଲ୍‌କୁ ଗିରଫ କରି ଜେଲ୍‌ ପଠାଇଥିଲା। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୧୨ ଜଣ ସାକ୍ଷୀଙ୍କ ବୟାନ, ମେଡ଼ିକାଲ୍‌ ରିପୋର୍ଟ ଓ ଅନ୍ୟାନ୍ୟ ତଥ୍ୟ ଆଧାରରେ ଫୁଲବାଣୀର ପୋକ୍ସ କୋର୍ଟ ମାମଲାର ବିଚାର କରି ଅଭିଯୁକ୍ତ ପ୍ରସନ୍ନ କୁମାର ଦିଗାଲ୍‌କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ପୀଡ଼ିତାଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ଅର୍ଥରାଶି ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍‌ ସେବା ପ୍ରାଧିକରଣ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos