ଡାକ୍ତରଙ୍କ ସୂଚି ଜାରି କଲା ରାଉରକେଲା ମହାନଗର ନିଗମ

ରାଉରକେଲା(ପବନ ତିୱାରୀ): ‘କରୋନା’ ମୁକାବିଲା ପାଇଁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ସାଧାରଣ ଲୋକମାନେ ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପଡୁଥିବାରୁ ଟେଲିଫୋନ ଯୋଗେ ବିଭିନ୍ନ ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସଂପର୍କରେ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଲାଗି ୧୪ ଜଣ ଡାକ୍ତରଙ୍କ ସୂଚୀ ଜାରି କରିଛି ରାଉରକେଲା ମହାନଗର ନିଗମ। ସହରର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସ୍ମାଇଲ୍‌ ଫର୍‌ ଏଭର୍‌ ସହଯୋଗରେ ମହାନଗର ନିଗମ ଏହି ପ୍ରୟାସ ଆରମ୍ଭ କରିଛି। ‘କରୋନା’ […]

corona-1

Manoranjan Sial
  • Published: Thursday, 02 April 2020
  • , Updated: 03 April 2020, 03:58 PM IST

ରାଉରକେଲା(ପବନ ତିୱାରୀ): ‘କରୋନା’ ମୁକାବିଲା ପାଇଁ ଘୋଷଣା ହୋଇଥିବା ଲକ୍‌ଡାଉନ୍‌ ପରିପ୍ରେକ୍ଷୀରେ ସାଧାରଣ ଲୋକମାନେ ନିଜ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଚିନ୍ତିତ ହୋଇପଡୁଥିବାରୁ ଟେଲିଫୋନ ଯୋଗେ ବିଭିନ୍ନ ଛୋଟ ଛୋଟ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ସଂପର୍କରେ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଲାଗି ୧୪ ଜଣ ଡାକ୍ତରଙ୍କ ସୂଚୀ ଜାରି କରିଛି ରାଉରକେଲା ମହାନଗର ନିଗମ।

ସହରର ଏକ ସ୍ୱେଚ୍ଛାସେବୀ ସଂସ୍ଥା ସ୍ମାଇଲ୍‌ ଫର୍‌ ଏଭର୍‌ ସହଯୋଗରେ ମହାନଗର ନିଗମ ଏହି ପ୍ରୟାସ ଆରମ୍ଭ କରିଛି। ‘କରୋନା’ ସଂପର୍କିତ କିମ୍ବା ଅନ୍ୟ କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲେ, ଲକ୍‌ଡାଉନ୍‌ ଅବଧି ମଧ୍ୟରେ ଡାକ୍ତରଖାନା ଯାଇ ଭିଡ଼ ନକରିବା ପାଇଁ ମହାନଗର ନିଗମ କମିଶନର ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଏଥିସହିତ ସ୍ମାଇଲ ଫର୍ ଏଭର ଫାଉଣ୍ଡେସନର ଏଭଳି ପ୍ରସ୍ତାବ ଲାଗି ଉକ୍ତ ସଂସ୍ଥାକୁ କମିଶନର ସାଧୁବାଦ ଜଣାଇଛନ୍ତି।

Related story