ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବିଜେଡି ବ୍ଲକ ଅଧ୍ୟକ୍ଷାଙ୍କୁ ସମର୍ଥନ ନ କରିବାରୁ ଏହାର ପରିଣାମ ଭୋଗିବାକୁ ପଡ଼ୁଛି ସମିତି ସଭ୍ୟଙ୍କୁ । ଏପରିକି ଏଥିନିମନ୍ତେ ତାଙ୍କୁ ଗାଁରୁ ବାସନ୍ଦ କରାଯାଇଥିବା ବେଳେ ସାଢ଼େ ୪ ଲକ୍ଷ ଟଙ୍କା ଜରିମାନା ମଧ୍ୟ କରାଯାଇଛି । ଏପରି ଘଟଣା ଗଞ୍ଜାମ ଜିଲ୍ଲା ସୁବଳୟା ପଞ୍ଚାୟତରେ ଘଟିଛି। ସୁବଳୟା ପଞ୍ଚାୟତ ସମିତି ସଭ୍ୟ ମାମି ଦାସ ଏନେଇ ଏସ୍ପିଙ୍କ ନିକଟରେ ଅଭିଯୋଗ କରିବା ପରେ ପୂରା ଘଟଣା ସାମନାକୁ ଆସିଛି।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତ ନିର୍ବାଚନରେ ନିର୍ଦ୍ୱନ୍ଦ୍ୱରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ମାମି ଦାସ । ଏହାପରେ ବ୍ଲକ ଅଧ୍ୟକ୍ଷ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ତାଙ୍କ ଉପରେ ଚାପ ପଡ଼ିଥିଲା । କିନ୍ତୁ ସେ ଭୋଟ ଦେଇ ନ ଥିଲେ। ଫଳରେ ପ୍ରତିଶୋଧ ନିଆଁରେ ଜଳୁଥିବା ବ୍ଲକ ଅଧ୍ୟକ୍ଷାଙ୍କ ଗୋଷ୍ଠୀ ଏବେ ତାଙ୍କୁ ଗାଁରୁ ବାସନ୍ଦ କରିବା ସହ ତାଙ୍କ ଉପରେ ଜରିମାନା ପକାଇଛନ୍ତି।
ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଏହି ଅଭିଯୋଗକୁ ମିଛ ବୋଲି କହିଛନ୍ତି ଗ୍ରାମ କମିଟି ସଦସ୍ୟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।