ରାଜ୍ୟବ୍ୟାପୀ ଅସହାୟ ଓ ଗରିବଙ୍କୁ ସହଯୋଗର ହାତ ବଢ଼ାଇଲା ରାଜ୍ୟ ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବିଜେପି ହଜାର ହଜାର ଅସହାୟ ଓ ଗରିବଙ୍କୁ ସହଯୋଗର ହାତ ବଢ଼ାଇଛି। ‘ଫିଡ୍ ଦ ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଅଭାବୀ ଲୋକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ବିଜେପି କର୍ମକର୍ତ୍ତମାନେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ […]

bjp00

bjp00

Manoranjan Sial
  • Published: Tuesday, 31 March 2020
  • Updated: 31 March 2020, 09:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବାକୁ ଲକଡାଉନ୍ ଲାଗୁ ହୋଇଥିବାବେଳେ ରାଜ୍ୟ ବିଜେପି ହଜାର ହଜାର ଅସହାୟ ଓ ଗରିବଙ୍କୁ ସହଯୋଗର ହାତ ବଢ଼ାଇଛି। ‘ଫିଡ୍ ଦ ନିଡି- ପ୍ରଧାନମନ୍ତ୍ରୀ ଅନ୍ନ ଯୋଜନା’ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଗରିବ, ଦିନମଜୁରିଆ, ଅଭାବୀ ଲୋକମାନଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖି ବିଜେପି କର୍ମକର୍ତ୍ତମାନେ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ଔଷଧ, ସାନିଟାଇଜର, ମାସ୍କ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଦଳ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁସାରେ ଦଳର କର୍ମକର୍ତ୍ତାମାନେ ସାମାଜିକ ଦୂରତ୍ୱ ବଜାୟ ରଖି ରାସନ ସାମଗ୍ରୀ, ରନ୍ଧା ଖାଦ୍ୟ, ଔଷଧ, ମାସ୍କ,ସାମିଟାଇଜର, ପଶୁ ଖାଦ୍ୟ ଆଦି ବଂଟନ କରୁଛନ୍ତି। ଏହି କାର୍ଯ୍ୟରେ ବିଜେପି ବିଧାୟକ, ଜନ ପ୍ରତିନିଧି, ସମସ୍ତ ମୋର୍ଚ୍ଚାର କାର୍ଯ୍ୟକର୍ତା, ରାଜ୍ୟ ଓ ଜିଲ୍ଲା ପଦାଧିକାରୀମାନେ ସାମିଲ ହୋଇଛନ୍ତି।

ରାଉରକେଲା, ଭୁବନେଶ୍ୱରର ବିଭିନ୍ନ ସାହି ବସ୍ତି, ପୁରୁଣା ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲାର ଗୋପାଳପୁର, କବିସୂର୍ଯ୍ୟନଗର, ଦିଗପହଣ୍ଡି,ବାଲେଶ୍ୱର ସହର ସମେତ ଜିଲ୍ଲାର ରେମୁଣା, ଜଳେଶ୍ୱର ସମେତ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ଆଳି, ରାଜନଗର ଆଦି ବିଭିନ୍ନ ଅଂଚଳରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ ବଂଟନ କରିଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲା ସଭାପତି ରଶ୍ମୀରଂଜନ ମହାପାତ୍ରଙ୍କ ନେତୃତ୍ୱରେ ଜୟଦେବ ଓ ବୋଲଗଡ଼ ନିର୍ବାଚନମଣ୍ଡଳୀରେ, ଜଗତସିଂହପୁର ଜିଲ୍ଲାର ଏରସମା-ବାଲିକୁଦା ଅଂଚଳରେ ଶିବବ୍ରତ ଦାସ ଓ ପାରାଦୀପରେ ସଂପଦ ସ୍ୱାଇଁଙ୍କ ତତ୍ୱାବଧାନରେ ଖାଦ୍ୟ ସାମଗ୍ରୀ ବଂଟନ କରାଯାଇଛି।

ସେହିପରି ମୟୁରଭଞ୍ଜ, କେନ୍ଦୁଝର , ନୟାଗଡ଼, ରାୟଗଡ଼ା , ଢେଙ୍କାନାଳ , କୋରାପୁଟ ଜିଲ୍ଲାର ଜୟପୁର, ଯାଜପୁର, ଝାରସୁଗୁଡ଼ା ଓ ବ୍ରଜରାଜନଗର, କଟକ ଓ ଭଦ୍ରକ ଜିଲ୍ଲାରେ ରନ୍ଧାଖାଦ୍ୟ, ଶୁଖିଲା ଖାଦ୍ୟ, ପଶୁ ଖାଦ୍ୟ, ମାସ୍କ, ସାନିଟାଇଜର ଆଦି ବଣ୍ଟନ କରାଯାଇଥିଲ। ଆଗାମୀ ଦିନରେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ବିଜେପି ରାଜ୍ୟ ମୁଖପାତ୍ର ତଥା ଏହି କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ଗୋଲକ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story