ପଞ୍ଚାୟତ ବ୍ୟବସ୍ଥାକୁ ପଙ୍ଗୁ କରିଛନ୍ତି ରାଜ୍ୟ ସରକାର : ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପଞ୍ଚାୟତିରାଜ ଦିବସ ପୂର୍ବରୁ ପଞ୍ଚାୟତଗୁଡ଼ିକର କ୍ଷମତାକୁ ସଙ୍କୁଚିତ କରାଯାଇଥିବା ଅଭିଯୋଗ ଆଣି ବିଜେପି ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରି ପଞ୍ଚାୟତକୁ ରାଜ୍ୟ ସରକାର ପଙ୍ଗୁ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଗତ ଦୁଇଦିନ ପୂର୍ବରୁ କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲା। ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, […]

samir

samir

Manoranjan Sial
  • Published: Wednesday, 04 March 2020
  • Updated: 04 March 2020, 06:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ପଞ୍ଚାୟତିରାଜ ଦିବସ ପୂର୍ବରୁ ପଞ୍ଚାୟତଗୁଡ଼ିକର କ୍ଷମତାକୁ ସଙ୍କୁଚିତ କରାଯାଇଥିବା ଅଭିଯୋଗ ଆଣି ବିଜେପି ଆଜି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛି। ପଞ୍ଚାୟତର କ୍ଷମତାକୁ ସଙ୍କୁଚିତ କରି ପଞ୍ଚାୟତକୁ ରାଜ୍ୟ ସରକାର ପଙ୍ଗୁ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଗତ ଦୁଇଦିନ ପୂର୍ବରୁ କଂଗ୍ରେସ ମଧ୍ୟ ଅନୁରୂପ ଅଭିଯୋଗ ଆଣିଥିଲା।

ଦଳର ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଦଳୀୟ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପଂଚାୟତରାଜ ବ୍ୟବସ୍ଥାର ଅସଲ ଉଦ୍ଦେଶ୍ୟ ହେଉଛି ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ। ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ ହେଲେ ସାଧାରଣ ଜନତା ପାଖରେ ଯୋଜନା ପହଂଚିବା ସହଜ ହେବ। କିନ୍ତୁ ଓଡ଼ିଶାରେ ଦିନକୁ ଦିନ ପଂଚାୟତର କ୍ଷମତାକୁ ରାଜ୍ୟ ସରକାର ସଙ୍କୁଚିତ କରିବାରେ ଲାଗିଛନ୍ତି। ଶାସନ ବ୍ୟବସ୍ଥାର ବିକେନ୍ଦ୍ରିକରଣ କରିବା ବଦଳରେ ରାଜ୍ୟ ସରକାର ସଚିବାଳୟରେ କେନ୍ଦ୍ରୀକରଣ କରିବାରେ ଲାଗିଛନ୍ତି। ଗାଁର କଥା ଗାଁ’ରେ ନୁହେଁ ସଚିବାଳୟରୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ପଂଚାୟତର କ୍ଷମତାକୁ ସଙ୍କୁଚିତ କରି ରାଜ୍ୟସରକାର ପଂଚାୟତକୁ ପଙ୍ଗୁ କରୁଛନ୍ତି। ପଂଚାୟତିରାଜ ବ୍ୟବସ୍ଥାକୁ ଦଳର ସ୍ୱାର୍ଥ ରକ୍ଷା ଓ ଭୋଟ ବ୍ୟାଙ୍କ ରାଜନୀତି ପାଇଁ ବ୍ୟବହାର କରି ପଂଚାୟତର କ୍ଷମତାକୁ ବିକେନ୍ଦ୍ରୀକରଣ ପରିବର୍ତ୍ତେ ବିଜେଡି ସରକାର ରାଜ୍ୟ ସଚିବାଳୟରେ କେନ୍ଦ୍ରୀଭୂତ କରିଛି। ଅଫିସର ରାଜ ଚଳାଇବା ପାଇଁ ପଂଚାୟତ ରାଜ ପ୍ରତିନିଧିଙ୍କୁ ଅଣଦେଖା କରାଯାଉଛି। ପଂଚାୟତ ମାନଙ୍କୁ ମୋଦି ସରକାର ସିଧାସଳଖ ଭାବେ ୪୦ ଲକ୍ଷରୁ ୧ କୋଟି ଟଙ୍କାର ଅନୁଦାନ ଦେଉଛନ୍ତି। ଏହାକୁ ଖର୍ଚ୍ଚ କରିବାର କ୍ଷମତା ପଂଚାୟତକୁ ଦିଆଯାଇଛି। ହେଲେ ରାଜ୍ୟ ସରକାର ପର୍ଯାୟକ୍ରମେ ପଂଚାୟତକୁ ତାର ଅଧିକାରରୁ ବଂଚିତ କରି ସେହି ଅର୍ଥକୁ ରାଜ୍ୟ ସରକାର ପଂଚାୟତ ମାଧ୍ୟମରେ ଖର୍ଚ୍ଚ ନକରି ଅନ୍ୟବାଟରେ କରୁଛନ୍ତି ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି।

ଫେବୃୟାରୀ ୧୯ ତାରିଖରେ ବିଡିଓମାନଙ୍କୁ ଚିଠି ଲେଖି ପ୍ରତି ପଂଚାୟତକୁ ଅର୍ଥ କମିଶନ ସୁପାରିଶ ଆଧାରରେ ମିଳୁଥିବା ଅର୍ଥରୁ ୧୦ ଲକ୍ଷ ଟଙ୍କା ଗ୍ରାମୀଣ ପାନୀୟ ଜଳ ଯୋଗାଣ ବିଭାଗକୁ ଦେବା ପାଇଁ ରାଜ୍ୟ ସରକାର ବାଧ୍ୟ କରିଛନ୍ତି। ପଂଚାୟତକୁ ମିଳୁଥିବା ସିଧାସଳଖ ଅନୁଦାନରେ ପଂଚାୟତ ନିଜେ ପିଇବା ପାଣି ପ୍ରକଳ୍ପ ନିର୍ମାଣ କରିଲେ ଅସୁବିଧା କେଉଁଠି ଅଛି ? ରାଜ୍ୟ ସରକାର ପ୍ରତି ପଂଚାୟତରୁ ୧୦ ଲକ୍ଷ ଟଙ୍କା ଲେଖାଏ ହିସାବରେ ୬୮୦ କୋଟି ନେବାର ଯୋଜନା କରିଛନ୍ତି । ରାଜ୍ୟରେ କୌଣସି ପଂଚାୟତରେ ପଲ୍ଲିସଭା ବସୁନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ୨୦ ବର୍ଷ ହେଲାଣି ବିଜୁ ଜନତା ଦଳର ସରକାର ଥିବା ସତ୍ତ୍ୱେ୍ୱ କାହିଁକି ପଂଚାୟତକୁ ସକ୍ଷମ କରାଗଲା ନାହିଁ ଏବଂ ପଂଚାୟତଗୁଡ଼ିକରେ ମାନବ ସମ୍ବଳ ବୃଦ୍ଧି କରିବାରେ କିଏ ବାଧକ ସାଜିଛି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ଏବଂ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story