ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ଆନୁଷ୍ଠାନିକ ଭାବେ RTE ପାରଦର୍ଶୀ.ODISHA.GOV.IN ପୋର୍ଟାଲ୍ ଲଞ୍ଚ ହୋଇଛି । ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଆଉ ସ୍କୁଲରେ ଆବେଦନ କରିବାକୁ ପଡ଼ିବନି ।
RTE PARADARSHI.ODISHA.GOV.IN ପୋର୍ଟାଲରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲରେ ଆବେଦନ କରିବେ। ଫେବୃଆରୀ ୨୫ ଅର୍ଥାତ ଆସନ୍ତାକାଲିଠାରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ସ୍କୁଲଗୁଡିକ ପୋର୍ଟାଲରେ ପଞ୍ଜିକରଣ କରିପାରିବେ ।
ସ୍କୁଲ ରେଜିଷ୍ଟେସନ୍ ଭେରିଫିକେସନ୍ କରିବା ପାଇଁ BEO ଏବଂ DEOଙ୍କୁ ଫେବୃଆରୀ ୨୫ରୁ ମାର୍ଚ୍ଚ ୨୫ ତାରିଖ ଯାଏଁ ସମୟ ଦିଆଯାଇଛି। କେବଳ ପ୍ରଥମ ଶ୍ରେଣୀରୁ ଆଡମିଶନ ଲାଗି ୨୫ ପ୍ରତିଶତ EWS କୋଟାରେ ଆଡମିଶନ ପାଇଁ ଗାଇଡ ଲାଇନ୍ ରହିଛି । ମାତ୍ର ପୂର୍ବରୁ ସ୍କୁଲସ୍ତରରେ ଆଡମିଶନ ହେଉଥିବାରୁ ଏଥିରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିଥିଲା । ଏଥିରେ ସ୍ୱଚ୍ଛତା ଆଣିବା ପାଇଁ ଗଣଶିକ୍ଷା ବିଭାଗ ଏହି ପଦକ୍ଷେପ ନେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।