ଶ୍ରୀମନ୍ଦିର ପରିଚାଳନା: ୩ ବର୍ଷ ହେଲାଣି, ସୁପ୍ରିମକୋର୍ଟଙ୍କ ଗୋଟିଏ ବି ନିର୍ଦ୍ଦେଶ ମାନିନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହଜାରେ ବର୍ଷ ପୁରୁଣା ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧାଂଚଳରେ ନିର୍ମାଣ ଓ ଖନନକୁ ନେଇ ବିବାଦରେ ଥିବା ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ନାଁରେ ମନଇଚ୍ଛା କାର୍ଯ୍ୟ କରିଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ୨୦୧୯ ନଭେମ୍ବର ୪ ତାରିଖ ନିର୍ଦ୍ଦେଶକୁ ରାଜ୍ୟ ସରକାର ଖୋଲାଖୋଲି ଉଲ୍ଲଘଂନ କରିଥିବାବେଳେ ଶ୍ରୀମନ୍ଦିରର ନିଷେଧାଂଚଳ ପରିସରରେ ନିର୍ମାଣ କାର୍ଯ୍ୟ କରାଇ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୯ ଏପ୍ରିଲ ୨୪ରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ଉଲ୍ଲଘଂନ […]

Puri temple

Puri temple

Ordigital Desk
  • Published: Tuesday, 17 May 2022
  • Updated: 17 May 2022, 09:52 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହଜାରେ ବର୍ଷ ପୁରୁଣା ବିଶ୍ୱପ୍ରସିଦ୍ଧ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୧୦୦ମିଟର ନିଷେଧାଂଚଳରେ ନିର୍ମାଣ ଓ ଖନନକୁ ନେଇ ବିବାଦରେ ଥିବା ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ନାଁରେ ମନଇଚ୍ଛା କାର୍ଯ୍ୟ କରିଛନ୍ତି । ଏପରିକି ସୁପ୍ରିମକୋର୍ଟଙ୍କ ୨୦୧୯ ନଭେମ୍ବର ୪ ତାରିଖ ନିର୍ଦ୍ଦେଶକୁ ରାଜ୍ୟ ସରକାର ଖୋଲାଖୋଲି ଉଲ୍ଲଘଂନ କରିଥିବାବେଳେ ଶ୍ରୀମନ୍ଦିରର ନିଷେଧାଂଚଳ ପରିସରରେ ନିର୍ମାଣ କାର୍ଯ୍ୟ କରାଇ ଶ୍ରୀମନ୍ଦିର ପରିଚାଳନା କମିଟି ୨୦୧୯ ଏପ୍ରିଲ ୨୪ରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠକୁ ଉଲ୍ଲଘଂନ କରିବାକୁ ପଛାଇ ନାହିଁ । ମୃଣାଳିନୀ ପାଢ଼ୀ ବନାମ ଅନ୍ୟମାନଙ୍କ ମାମଲାରେ ସୁପ୍ରିମକୋର୍ଟ ୨୦୧୯ ନଭେମ୍ବର ୪ରେ ଦେଇଥିବା ନିର୍ଦ୍ଦେଶ ମଧ୍ୟରୁ କୌଣସି ଗୋଟିଏକୁ ପାଳନ ଦିଗରେ ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପରିଚାଳନା କମିଟି ଆଗ୍ରହ ଦେଖାଇ ନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଶ୍ରୀମନ୍ଦିରର ନିଷେଧାଂଚଳ ପରିସରରେ ଖନନ ଓ ନିର୍ମାଣକୁ ନେଇ ବିବାଦ ଲାଗି ରହିଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପଦବୀରେ ଜଣେ ଫୁଲଟାଇମ୍ ଅଧିକାରୀଙ୍କୁ ନିଯୁକ୍ତି ନଦେବା ତଥା ପୂର୍ତ୍ତ ସଚିବ ଓ ଓବିସିସି ଅଧ୍ୟକ୍ଷ ଭଳି ଦୁଇଟି ଦାୟିତ୍ୱ ସମ୍ଭାଳିଥିବା ଅଫିସର ଏବେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଥିବାକୁ ନେଇ ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରଶ୍ନ ଉଠାଇବା ପରେ ଆଜି ବରିଷ୍ଠ ନେତା ବିଜୟ ମହାପାତ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଆପତ୍ତି ଉଠାଇ ରାଜ୍ୟ ସରକାରଙ୍କ ମାନସିକତାକୁ ସମାଲୋଚନା କରିଛନ୍ତି । ମୃଣାଳିନୀ ପାଢ଼ୀ ମାମଲାରେ ସୁପ୍ରିମକୋର୍ଟଙ୍କ ଗତ ୩ବର୍ଷ ପୂର୍ବେ ଦେଇଥିବା ରାୟକୁ କାହିଁକି ରାଜ୍ୟ ସରକାର ପାଳନ କରୁନାହାନ୍ତି ତାକୁ ନେଇ ପ୍ରଶ୍ନ ଉଠିଛି ।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୃଣାଳିନୀ ପାଢ଼ୀ ମାମଲାରେ ଶ୍ରୀମନ୍ଦିରରେ ଜଣେ ଫୁଲଟାଇମ୍ ମୁଖ୍ୟ ପ୍ରଶାସକ(ଅତିରିକ୍ତ ଦାୟିତ୍ୱ ମାଧ୍ୟମରେ ନୁହେଁ) ନିଯୁକ୍ତି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏପରିକିି ଏହି ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍ କ୍ୟୁରି ମଧ୍ୟ ତାଙ୍କ ରିପୋର୍ଟରେ କିଏ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ହେବେ ଓ ତାଙ୍କର ଯୋଗ୍ୟତା କ’ଣ ରହିବା ଦରକାର ତାହା ସ୍ପଷ୍ଟ ଭାବେ ଉଲ୍ଲେଖ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ଏହି ରାୟକୁ ୩ବର୍ଷ ପୁରିବାକୁ ବସିଥିବାବେଳେ ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବା ଦିଗରେ ଏପର୍ଯ୍ୟନ୍ତ ପଦକ୍ଷେପ ନେଇନାହାନ୍ତି । ଓଡ଼ିଶା ସରକାର ଏଭଳି ଜଣେ ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଉଚିତ୍ ଯିଏକି ପ୍ରଥମେ ଅତିକମରେ ଏକ ମାସ ପାଇଁ ଧାର୍ମିକ ଓ ଆଧ୍ୟାତ୍ମିକ ପ୍ରଶିକ୍ଷଣ ନେବେ । ଯାହାଫଳରେ ଶ୍ରୀମନ୍ଦିରର ପବିତ୍ରତା ଅକ୍ଷୂଣ୍ଣ ରହିବ ଓ ବ୍ୟବସାୟିକ ଗତିବିଧିଠୁ ଦୂରେଇ ରଖାଯାଇପାରିବ ।

କେବଳ ସେତିକି ନୁହେଁ, ଓଡ଼ିଶା ସରକାର ଶ୍ରୀମନ୍ଦିର ପାଇଁ ଜଣେ ମୁଖ୍ୟ ମ୍ୟାନେଜର ନିଯୁକ୍ତି ଦେବେ । ଯିଏ ଶ୍ରୀମନ୍ଦିର ପରିସରରେ ଧାର୍ମିକ ଓ ଆଧ୍ୟାତ୍ମିକ ଗତିବିଧିକୁ ପାଳନ କରିବେ ଓ ଅନ୍ୟମାନଙ୍କୁ ପାଳନ କରାଇବାରେ ସକ୍ଷମ ହେବେ । କିନ୍ତୁ ସମ୍ପୃକ୍ତ ବ୍ୟକ୍ତି ଧାର୍ମିକ ଓ ଆଧ୍ୟାତ୍ମିକ କ୍ଷେତ୍ରର ପ୍ରଶାସକ ହୋଇନଥିବା ଉଚିତ୍ ।

ସେହିପରି ଶ୍ରୀମନ୍ଦିରର ୧୧୯ ପ୍ରକାରର ସେବା, ନିତି ଓ ପୂଜାକୁ ପାଳନ ଠିକ୍ ସମୟରେ ଶାସ୍ତ୍ର ଅନୁସାରେ ହେବା ଉଚିତ୍ । ଶ୍ରୀମନ୍ଦିରର ମୋଟର ୬୦୪୧୮ଏକର ଜମି ମଧ୍ୟରୁ ମାତ୍ର ୩୪୨୦୦ଏକର ଜମିର ରେକର୍ଡ ଅଫ ରାଇଟର୍ସ ପ୍ରସ୍ତୁତ ହୋଇଥିବାରୁ ସୁପ୍ରିମକୋର୍ଟ ବାକି ଜମିର ରେକର୍ଡସ ଅଫ ରାଇଟସକୁ ୬ ମାସ ସୁଦ୍ଧା ପ୍ରସ୍ତୁତ କରି ଦାଖଲ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଏପର୍ଯ୍ୟନ୍ତ ତାହା ସମ୍ଭବପର ହୋଇନି ।

ଶ୍ରୀମନ୍ଦିରର ସେବାୟତଙ୍କ ପିଲାମାନଙ୍କ ପାଠ ପଢ଼ିବା ପାଇଁ ଏକ ସ୍କୁଲ ଖୋଲିବା ଓ ଆବଶ୍ୟକ ଉପଯୁକ୍ତ ଜମି ଯୋଗାଇ ଦେବାକୁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ନିର୍ଦ୍ଦେଶ ଦେଇଥିଲେ । ଏପରିକି ସୁପ୍ରିମକୋର୍ଟ ଏହି ସ୍କୁଲ ପାଇଁ ଆବଶ୍ୟକ ଟଙ୍କାର ବ୍ୟବସ୍ଥା ମଧ୍ୟ କରିଥିଲେ । ଏହି ସ୍କୁଲରେ କେବଳ ସେବାୟତ ନୁହଁନ୍ତି ସର୍ବସାଧାରଣଙ୍କ ପିଲା ପଢ଼ିବା ପାଇଁ ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କହିଥିଲେ । ବିଜେଡି ସାଂସଦ ଅଚ୍ୟୁତ ସାମନ୍ତଙ୍କ ମାଲିକାନାରେ ଥିବା କିମସ୍ ମେଡିକାଲ କଲେଜ ବେଆଇନ ଭାବେ ୫୦ଜଣ ପିଲାଙ୍କୁ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବାରୁ ସୁପ୍ରିମକୋର୍ଟ ୫କୋଟି ଟଙ୍କା ଜୋରିମାନା ରୁଜୁ କରିଥିଲେ । କିମସ ଉକ୍ତ ଜୋରିମାନା ୨୦୧୬ରୁ ସୁପ୍ରିମକୋର୍ଟରେ ଦାଖଲ କରିଛି । ଏହି ଅର୍ଥର ସୁଧମୂଳକୁ ସେବାୟତଙ୍କ ପିଲାଙ୍କ ନିମନ୍ତେ ସ୍କୁଲ ପାଇଁ ଖର୍ଚ୍ଚ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସୁପ୍ରିମକୋର୍ଟଙ୍କ ପାଖରେ ଥିବା ଏହି ଜୋରିମାନା ଅର୍ଥକୁ ଆଣିବାରେ ଶ୍ରୀମନ୍ଦିର ପରିଚାଳନା କମିଟି କିମ୍ବା ରାଜ୍ୟ ସରକାର ଉଦ୍ୟମ କରିନଥିବା ଜଣାପଡ଼ିଛି । ଅବଶ୍ୟ ସେବାୟତଙ୍କ ପିଲାଙ୍କ ନିମନ୍ତେ ସ୍କୁଲ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୫ ମସିହାରୁ ଘୋଷଣା କରିଥିଲେ । ଏପରିକି ଏନେଇ ଅଭଡ଼ା ଯୋଜନାରୁ ପ୍ରାୟ ୨୫କୋଟି ଟଙ୍କାର ବନ୍ଦୋବସ୍ତ ମଧ୍ୟ ହୋଇଛି, ଜମି ମଧ୍ୟ ଆବଣ୍ଟନ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ସ୍କୁଲ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନି ।

କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ଚାରିପଟେ ଅଧିକ ସଂଖ୍ୟକ ଶୌଚାଳୟ ଓ ଯାତ୍ରୀଙ୍କ ବ୍ୟାଗ ଆଦି ରଖିବା ନିମନ୍ତେ ଆବଶ୍ୟକ ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ୨୦୧୯ ଏପ୍ରିଲ ୨୪ରେ ଶ୍ରୀମନ୍ଦିର ପରିଚାଳନା କମିଟି ଏକ ସତ୍ୟପାଠ ଦାଖଲ କରି ଏଏସଆଇର ବିନା ଅନୁମତିରେ କୌଣସି ନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟ ସମ୍ଭବପର ନୁହେଁ ବୋଲି କହିଥିଲା । ମାତ୍ର ଏବେ ସେହି ଏଏସଆଇର ବିନା ଅନୁମତିରେ ଶ୍ରୀମନ୍ଦିର ଚାରିପଟେ ଖନନ ଓ ନିର୍ମାଣ କାର୍ଯ୍ୟ ଶ୍ରୀମନ୍ଦିର ପ୍ରଶାସନ କରାଉଛି ।

ଏସବୁ ତଥ୍ୟରୁ ସ୍ପଷ୍ଟ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା ଉପରେ ରାଜ୍ୟ ସରକାର ମାତ୍ରାଧିକ ହସ୍ତକ୍ଷେପ କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବି ଅଣଦେଖା କରିବାକୁ ପଛାଉ ନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story