ବାହାରେ ଖେଳ କରି ଓଡ଼ିଶାରେ ଲୁଚିଛନ୍ତି ଏହି ସାର୍, ପୁରସ୍କାର ଘୋଷଣା କଲା ସିବିଆଇ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଏକାଧିକ ରାଜ୍ୟରେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣେ ଶିକ୍ଷକ ଓଡ଼ିଶାରେ ଲୁଚିଛନ୍ତି। ଏ ନେଇ ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି। ସିବିଆଇ ପକ୍ଷରୁ କୁହାଯାଇଛି, ଗୁଜୁରାଟର ଜଣେ ଶିକ୍ଷକ ବିଭିନ୍ନ ରାଜ୍ୟରେ ନାବାଳିକା ଅପହରଣ ଘଟଣାରେ ସଂପୃକ୍ତ ଅଛନ୍ତି। ତାଙ୍କ ନାଁ ଧବଲ ହରିଶ୍ଚନ୍ଦ୍ର ତ୍ରିବେଦୀ। ସେ ଭଲ ଇଂଲିଶ ପଢାନ୍ତି। ସେ ଘରୋଇ ଟ୍ୟୁସନ କରନ୍ତି। ସ୍କୁଲରେ ଚାକିରି ମଧ୍ୟ କରନ୍ତି। କୋଚିଂ […]

v-908

Tapas Behera
  • Published: Tuesday, 17 December 2019
  • , Updated: 17 December 2019, 03:54 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଏକାଧିକ ରାଜ୍ୟରେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାରେ ସଂପୃକ୍ତ ଥିବା ଜଣେ ଶିକ୍ଷକ ଓଡ଼ିଶାରେ ଲୁଚିଛନ୍ତି। ଏ ନେଇ ସିବିଆଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଚିଠି ଲେଖି ସତର୍କ କରାଇଛନ୍ତି।

ସିବିଆଇ ପକ୍ଷରୁ କୁହାଯାଇଛି, ଗୁଜୁରାଟର ଜଣେ ଶିକ୍ଷକ ବିଭିନ୍ନ ରାଜ୍ୟରେ ନାବାଳିକା ଅପହରଣ ଘଟଣାରେ ସଂପୃକ୍ତ ଅଛନ୍ତି। ତାଙ୍କ ନାଁ ଧବଲ ହରିଶ୍ଚନ୍ଦ୍ର ତ୍ରିବେଦୀ। ସେ ଭଲ ଇଂଲିଶ ପଢାନ୍ତି। ସେ ଘରୋଇ ଟ୍ୟୁସନ କରନ୍ତି। ସ୍କୁଲରେ ଚାକିରି ମଧ୍ୟ କରନ୍ତି। କୋଚିଂ ସେଣ୍ଟର ମଧ୍ୟ କରନ୍ତି।  ସେ ଓଡ଼ିଶା ଗ୍ରାମାଞ୍ଚଳରେ କୌଣସି ସ୍ଥାନରେ ଲୁଚି ଚାକିରି କରୁଛନ୍ତି କିମ୍ବା ପାଠ ପଢାଉଥିବା ଆଶଙ୍କା କରୁଛି ସିବିଆଇ। ଏହି ଅପହରଣକାରୀ ଶିକ୍ଷକଙ୍କୁ ଦେଖିଲେ ତୁରନ୍ତ ତାଙ୍କ ଜିମା ଦେବା ପାଇଁ କହିଛି ସିବିଆଇ।

ଯିଏ ଅଭିଯୁକ୍ତ ସମ୍ବନ୍ଧରେ ସୂଚନା ଦେବ ତାଙ୍କ ପରିଚୟ ଗୋପନ ରଖାଯିବ। ଏଥିସହିତ ତାଙ୍କୁ ପୁରସ୍କୃତ ମଧ୍ୟ କରାଯିବ ବୋଲି ସିବିଆଇ ମୁମ୍ବାଇର ସ୍ୱତନ୍ତ୍ର ଅପରାଧ ଶାଖା ଘୋଷଣା କରିଛି।

ସେ ଓଡ଼ିଶାରେ ମଧ୍ୟ ଏପରି ଅପରାଧିକ କାମ କରିପାରନ୍ତି। ସେଥିପ୍ରତି ସତର୍କ ରହିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି  ଶକ୍ଷକ ଯଦି ରାଜ୍ୟରେ ଥାଆନ୍ତି ତେବେ  ତାଙ୍କ ବିରୋଧରେ ତୁରନ୍ତ କାଯର୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

Related story