ଦନ୍ତହୀନ ‘ଏସଆଇଟି’ ତଦନ୍ତ: ତଥାପି ସରକାରଙ୍କ ମୁଖପାତ୍ର ସାଜିଛି କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ କଂଗ୍ରେସ ଏବେ କ୍ଷମତାସୀନ ବିଜେଡି ସରକାରଙ୍କ ମୁଖପାତ୍ର ସାଜି ଓକିଲାତି କରୁଛି। କଂଗ୍ରେସର ଦାବି ଅନୁରୂପ ପରୀ ହତ୍ୟା ମାମଲାରେ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାର ଦେଇସାରିଛନ୍ତି ବୋଲି କହି ବାହାବା ନେବାକୁ ପ୍ରୟାସ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ପଛାଉନାହିଁ। ତେବେ ସତରେ କ’ଣ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ହେଉଛି? ଯଦି ହେଉଛି […]

pari

pari

Manoranjan Sial
  • Published: Monday, 07 December 2020
  • Updated: 07 December 2020, 07:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲାକୁ ନେଇ ରାଜନୀତି ସରଗରମ ରହିଥିବାବେଳେ କଂଗ୍ରେସ ଏବେ କ୍ଷମତାସୀନ ବିଜେଡି ସରକାରଙ୍କ ମୁଖପାତ୍ର ସାଜି ଓକିଲାତି କରୁଛି। କଂଗ୍ରେସର ଦାବି ଅନୁରୂପ ପରୀ ହତ୍ୟା ମାମଲାରେ କୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ରାଜ୍ୟ ସରକାର ଦେଇସାରିଛନ୍ତି ବୋଲି କହି ବାହାବା ନେବାକୁ ପ୍ରୟାସ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇବାକୁ ପଛାଉନାହିଁ।

ତେବେ ସତରେ କ’ଣ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ଏସଆଇଟି ତଦନ୍ତ ହେଉଛି? ଯଦି ହେଉଛି ତା’ହେଲେ ଆଡଭୋକେଟ୍ ଜେନେରାଲ କାହିଁକି ଡିସେମ୍ବର ୩ତାରିଖରେ ଏନେଇ ହାଇକୋର୍ଟଙ୍କୁ ଅବଗତ କଲେନି? ଏହି ଏସଆଇଟି ନେତୃତ୍ୱ ନେବାକୁ ହାଇକୋର୍ଟ ସମ୍ମତି ଦେଇଛନ୍ତି କି, ଏଥିପାଇଁ ରାଜ୍ୟ ସରକାର ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛନ୍ତି କି? ଏଭଳି ଅନେକ ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ କଂଗ୍ରେସ ଏକତରଫା ଭାବେ ରାଜନୀତିକ ମାଇଲେଜ୍ ପାଇଁ ସତକୁ ଆଖିବୁଜି ଦେଇନି ତ? ଅବଶ୍ୟ ପୂର୍ବତନ ପୁଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ଏସଆଇଟି ତଦନ୍ତର ମୁଖ୍ୟଙ୍କ କ୍ଷମତା ଉପରେ ପ୍ରଶ୍ନ ଉଠାଇବା ପରେ ପରୀ ହତ୍ୟା ମାମଲାକୁ ନେଇ ବିଜେଡି ସରକାର ଓ କଂଗ୍ରେସର ଅସଲ ମୁଖା ପଦାରେ ପଡ଼ିଛି।

ପୂର୍ବତନ ଡିଜି ପ୍ରକାଶ ମିଶ୍ର ସିଧାସଳଖ ରାଜ୍ୟ ସରକାରଙ୍କ ଏସଆଇଟି ଉପରେ ପ୍ରଶ୍ନ ଉଠାଇଛନ୍ତି। ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ କି ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ପୁଲିସ ଓ ଥାନା କରିପାରିବ। ଆଇପିଏସ୍ ଅରୁଣ ବୋଥ୍ରା ଏବେ ଓଏସଆରଟିସି ପରିଚାଳନା ନିର୍ଦ୍ଦେଶକ ଅଛନ୍ତି। ତାଙ୍କର କୌଣସି ପୁଲିସ କ୍ଷମତା ନାହିଁ। ସେ ତଦନ୍ତ କରିବେ କେମିତି? ତେଣୁ ଏହି ଏଆଇଟି ଯାହା ତଦନ୍ତ କରିବେ ତାକୁ କୋର୍ଟ ଗ୍ରହଣ କରିବେ ନାହିଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଗୃହ ବିଭାଗର ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଖବର ଲେଖାହେବା ପର୍ଯ୍ୟନ୍ତ ଏସଆଇଟି ତଦନ୍ତ ନେଇ କୌଣସି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇନାହିଁ। କିମ୍ବା ଏସଆଇଟିର ଟର୍ମ ଆଣ୍ଡ କଣ୍ଡିସନ୍ କ’ଣ, କେବେସୁଦ୍ଧା ରିପୋର୍ଟ ଦେବେ ତାହା ମଧ୍ୟ ଅସ୍ପଷ୍ଟ। କେବଳ ବିଧାନସଭା ଅଧିବେଶନ ଅଚଳ ହେବାପରେ ଚାପରେ ପଡ଼ି ରାଜ୍ୟ ସରକାର ପରୀ ମାମଲାର ଏସଆଇଟି ତଦନ୍ତ କରିବାକୁ ରାଜି ହୋଇଥିଲେ। ଆଉ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ନଭେମ୍ବର ୨୮ତାରିଖରେ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ପରୀ ମାମଲାର ତଦନ୍ତ ପାଇଁ ବରିଷ୍ଠ ପୁଲିସ ଅଫିସରଙ୍କୁ ନେଇ ୫ଜଣିଆ ଏସଆଇଟି ଗଠନ କରିଥିବା ସମ୍ପର୍କରେ ଅବଗତ କରିଥିଲେ। ଏହାସହିତ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ଏହି ତଦନ୍ତକୁ ତଦାରଖ କରିବା ନିମନ୍ତେ ମୁଖ୍ୟ ବିଚାରପତିଙ୍କ ଅନୁମତି ଲୋଡ଼ିଥିଲେ।

ତେବେ ପରୀକୁ ନ୍ୟାୟ ଦେବା ପ୍ରସଙ୍ଗରେ ଡିସେମ୍ବର ୩ତାରିଖରେ ଏକ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ଆଡଭୋକେଟ୍ ଜେନେରାଲ ଅଶୋକ କୁମାର ପରିଜା ଓ ତାଙ୍କ ସହଯୋଗୀ ସରକାରୀ ଓକିଲ ଡିକେ ମହାନ୍ତି ରାଜ୍ୟ ସରକାରଙ୍କ ପକ୍ଷ ରଖି ପରୀ ହତ୍ୟା ଘଟଣାର ତଦନ୍ତ ଏସଆଇଟି କରୁଛି ବୋଲି କୋର୍ଟଙ୍କୁ ଅବଗତ କରିଥିଲେ। ଜଷ୍ଟିସ ମହମ୍ମଦ ରଫିକ ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠରେ ରାଜ୍ୟ ସରକାରଙ୍କ ପକ୍ଷ ରଖି ଆଡଭୋକେଟ୍ ଜେନେରାଲ ଶ୍ରୀ ପରିଜା କହିଥିଲେ ଯେ, ଆଇଜି ପାହ୍ୟାର ଜଣେ ଅଫିସରଙ୍କ ନେତୃତ୍ୱରେ ଏସଆଇଟି ଗଠନ ହୋଇଛି ଓ ତଦନ୍ତ ଆରମ୍ଭ ହୋଇସାରିଛି। ତଦନ୍ତର ଅଗ୍ରଗତି ସମ୍ପର୍କରେ କୋର୍ଟଙ୍କୁ ଅବଗତ କରାଯିବ।

ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୬ତାରିଖକୁ ଧାର୍ଯ୍ୟ କରି, ଘଟଣାର ୫ ମାସ ପରେ ବି ଅପରାଧୀକୁ ଧରିବାରେ ପୁଲିସ ସକ୍ଷମ ହୋଇନି ବୋଲି କହିବା ସହ ପୁଲିସର ଅପାରଗତାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ। ତଦନ୍ତକୁ ପ୍ରଭାବୀ ଢଙ୍ଗରେ ତ୍ୱରାନ୍ୱିତ କରି ଅଭିଯୁକ୍ତକୁ ଗିରଫ କରିବା ନିମନ୍ତେ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ। ନୟାଗଡ଼ ପୁଲିସ ଏସପିକୁ ମଧ୍ୟ ପରବର୍ତ୍ତୀ ଶୁଣାଣିବେଳେ ତଦନ୍ତର ଅଗ୍ରଗତି ରିପୋର୍ଟ ଦାଖଲ ଓ ପରୀର ପିତାମାତାକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପ୍ରଶ୍ନ ଉଠୁଛି, ଯଦି କୋର୍ଟଙ୍କ ତଦାରଖରେ ଏସଆଇଟି କାର୍ଯ୍ୟ କରୁଛି ତା’ହେଲେ ଖଣ୍ଡପୀଠ ପୁଣି କାହିଁକି ରାଜ୍ୟ ସରକାର ଗଢ଼ିଥିବା ଏସଆଇଟିକୁ ତଦନ୍ତକୁ ତ୍ୱରାନ୍ୱିତ କରିବାକୁ କହିଲେ। କୋର୍ଟଙ୍କ ତଦାରଖରେ ତଦନ୍ତ ଚାଲିଥିବାର କୌଣସି ସରକାରୀ ବିଜ୍ଞପ୍ତି କାହିଁକି ପ୍ରକାଶ କରାଯାଉନି ? ପୂର୍ବତନ ଡିଜି ପ୍ରକାଶ ମିଶ୍ର ଏଭଳି ପ୍ରଶ୍ନ କିଭଳି ଉଠାଇଛନ୍ତି?

ପିସିସି ସଭାପତିଙ୍କଠୁ ଆରମ୍ଭ କରି କଂଗ୍ରେସ ବିଧାୟକମାନେ ପରୀ ମାମଲାରେ ଏସଆଇଟି ତଦନ୍ତ କରୁଛି କହି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛନ୍ତି କେମିତି। ପରୀକୁ ନ୍ୟାୟ ନାଁରେ ରାଜନୀତିକ ମାଇଲେଜ ନେବାର ପ୍ରତିଯୋଗିତା ଆରମ୍ଭ ହୋଇଛି?
ସୂଚନାଯୋଗ୍ୟ, ବହୁଚର୍ଚ୍ଚିତ କୁନ୍ଦୁଲି ଦୁଷ୍କର୍ମ ମାମଲାରେ ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୮ ଫେବୃୟାରୀ ୬ତାରିଖରେ ଘଟଣାର କୋର୍ଟଙ୍କ ତଦାରଖରେ ଏସଆଇଟି ଗଠନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପ୍ରାୟ ଦେଢ଼ବର୍ଷ ପର୍ଯ୍ୟନ୍ତ ଏସଆଇଟି ତଦନ୍ତ ହେଲାନି। ଏହି ଘଟଣାକୁ ନେଇ ଜନସ୍ୱାର୍ଥ ମାମଲାର ଶୁଣାଣିବେଳେ ହାଇକୋର୍ଟ ୨୦୧୯ ନଭେମ୍ବର ୧୮ରେ ଏସଆଇଟି ତଦନ୍ତ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। ତେଣୁ ମୁଖ୍ୟମନ୍ତ୍ରୀ ବା ସରକାରଙ୍କ ଘୋଷଣା ଓ ବାସ୍ତବତା ମଧ୍ୟରେ ଅନେକ ଅସଙ୍ଗତି ରହିଥିବା ଜଳଜଳ ହୋଇ ଜଣାପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story