‘ଫୋନି’ ତାଣ୍ଡବରେ ଛିନ୍‌ଭିନ୍‌ ହୋଇଯାଇଛି ଶ୍ରୀକ୍ଷେତ୍ରର ପର୍ଯ୍ୟଟନ ଶିଳ୍ପ

ଭୁବନେଶ୍ୱର (ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ର ପୁରୀ ସହ ପର୍ଯ୍ୟଟନର ସମ୍ପର୍କ ବେଶ୍ ପୁରୁଣା ଓ ନିବିଡ଼। ଜଗନ୍ନାଥ ଧାମରେ ପାଦ ଦେଉଥିବା ପ୍ରତିଟି ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ ଠାକୁର ଦର୍ଶନ ସାରିବା ମାତ୍ରେ ସମୁଦ୍ର ମୁହାଁ ହୋଇଥା’ନ୍ତି। ଏଠାରେ ସ୍ୱର୍ଣ୍ଣଭା ବେଳାଭୂମିରେ ଠିଆ ହୋଇ ବିଶାଳ ସମୁଦ୍ରର ଅସରନ୍ତି ଲହଡ଼ିକୁ ଅପଲକ ନୟନରେ କିଛି କ୍ଷଣ ଚାହିଁ ଦେଲେ ମିଳିଥାଏ ଅଫୁରନ୍ତ ଆନନ୍ଦ। ଆଉ ହାଲୁକା ହୋଇଯାଏ ଭାରାକ୍ରାନ୍ତ ମନ। ସେଥିପାଇଁ ବର୍ଷ ତମାମ ପୁରୀ […]

puri

Manoranjan Sial
  • Published: Wednesday, 08 May 2019
  • , Updated: 08 May 2019, 10:11 PM IST

ଭୁବନେଶ୍ୱର (ମଧୁସୂଦନ ମିଶ୍ର): ଶ୍ରୀକ୍ଷେତ୍ର ପୁରୀ ସହ ପର୍ଯ୍ୟଟନର ସମ୍ପର୍କ ବେଶ୍ ପୁରୁଣା ଓ ନିବିଡ଼। ଜଗନ୍ନାଥ ଧାମରେ ପାଦ ଦେଉଥିବା ପ୍ରତିଟି ଭକ୍ତ ହୁଅନ୍ତୁ କି ପର୍ଯ୍ୟଟକ ଠାକୁର ଦର୍ଶନ ସାରିବା ମାତ୍ରେ ସମୁଦ୍ର ମୁହାଁ ହୋଇଥା’ନ୍ତି। ଏଠାରେ ସ୍ୱର୍ଣ୍ଣଭା ବେଳାଭୂମିରେ ଠିଆ ହୋଇ ବିଶାଳ ସମୁଦ୍ରର ଅସରନ୍ତି ଲହଡ଼ିକୁ ଅପଲକ ନୟନରେ କିଛି କ୍ଷଣ ଚାହିଁ ଦେଲେ ମିଳିଥାଏ ଅଫୁରନ୍ତ ଆନନ୍ଦ। ଆଉ ହାଲୁକା ହୋଇଯାଏ ଭାରାକ୍ରାନ୍ତ ମନ। ସେଥିପାଇଁ ବର୍ଷ ତମାମ ପୁରୀ ସହରକୁ ଛୁଟିଥାନ୍ତି ଦେଶ ଓ ବିଦେଶର ପର୍ଯ୍ୟଟକ। ଆଉ ସେମାନଙ୍କୁ ପାଥେୟ କରି ଏଠାରେ ଗଢ଼ି ଉଠିଛି ବହୁ ହୋଟେଲ୍‌।

[caption id="attachment_378203" align="aligncenter" width="721"] ଏକ ହୋଟେଲ୍‌ରେ ଥିବା ବେଡ୍‌ର ଅବସ୍ଥା ଏମିତି ହୋଇଛି।[/caption]

ହେଲେ ଗତ ଶୁକ୍ରବାର ଆସିଥିବା ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫୋନି’ ଏଠାକାର ହୋଟେଲ୍‌ ଶିଳ୍ପକୁ ଛାରଖାର କରି ଦେଇଛି। ବାଲି ମାଡ଼ରେ ବଦଳିଯାଇଛି ଅନେକ ହୋଟେଲର ଚେହେରା। ହଜିଯାଇଛି ସେଗୁଡ଼ିକର ସୌନ୍ଦର୍ଯ୍ୟ।

[caption id="attachment_378205" align="aligncenter" width="750"] ଭାଙ୍ଗିରୁଜି ଯାଇଛି ହୋଟେଲ୍‌[/caption]

ଏଭଳି ଦୟନୀୟ ଅବସ୍ଥା ପରେ ଅନେକ ଛୋଟ ବଡ଼ ହୋଟେଲ ଏବେ ଆଗାମୀ ୩ ମାସ ପାଇଁ ସବୁ ବୁକିଂ ବାତିଲ୍ କରିଦେଇଛନ୍ତି। ଏବେ ଖରାଛୁଟି ସାଙ୍ଗକୁ ଆଗକୁ ଆସୁଛି ରଥଯାତ୍ରା। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବେଳରେ ବାତ୍ୟା ଯେମିତି ସେମାନଙ୍କ ବେପାର ବୁଡ଼ାଇ ଦେଲାଭଳି ସ୍ଥିତି ସୃଷ୍ଟି କରିଛି।

ଖାଲି ଯେ ହୋଟେଲ୍‌ ଶିଳ୍ପ କ୍ଷତିଗ୍ରସ୍ତ ହୋଇଛି, ତା’ ନୁହେଁ, ପର୍ଯ୍ୟଟକଙ୍କୁ ଆଶ୍ରା କରି ବଞ୍ଚୁଥିବା ଟୁର୍ ଅପରେଟର୍‌, ଟ୍ରାଭେଲ୍ ଏଜେନ୍ସୀ ଓ ଅନ୍ୟ ଛୋଟବଡ଼ ବ୍ୟବସାୟୀଙ୍କୁ ଏବେ ଗୁଜରାଣ ଚିନ୍ତା ଘାରିଛି। ‘ଫୋନି’ର ଉଗ୍ର ରୂପରେ ଆଧାତ୍ମିକତାର କ୍ଷେତ୍ର ପୁରୀର ଚେହେରା ବଦଳି ଯାଇଥିବା ବେଳେ ଏହା ଏଠାରେ ପର୍ଯ୍ୟଟନ ଶିଳ୍ପକୁ ମଧ୍ୟ ନଷ୍ଟ କରି ଦେଇଛି। ଯେଉଁ ବେଳାଭୂମିରେ ସୂର୍ଯ୍ୟୋଦୟଠୁ ବିଳମ୍ବିତ ରାତି ଯାଏ ପର୍ଯ୍ୟଟକଙ୍କ ଗହଳି ଚହଳିରେ ଫାଟି ପଡୁଥିଲା, ଏବେ ତାହା ଖାଁ ଖାଁ ଲାଗୁଛି। ଚାରିଆଡ଼େ ଚଢ଼ି ଯାଇଛି ବାଲିର ବିସ୍ତୀର୍ଣ୍ଣ ଚାଦର।

Related story