ମଝି ସମୁଦ୍ରରେ ବୁଡ଼ିଗଲା ଟ୍ରଲର, ରାତି ସାରା ଫସି ରହିଲେ ୧୩ ମତ୍ସ୍ୟଜୀବୀ

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ହୋଇଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦିଆଯାଇଛି। ହେଲେ ସେମାନଙ୍କୁ ନେଇ ଯାଇଥିବା ଟ୍ରଲରଟି ସମୁଦ୍ର ମଝିରେ ବୁଡ଼ି ଯାଇଛି। ଏପରି ଅଘଟଣ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି। ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର […]

boat

boat

Niharika Rout
  • Published: Friday, 17 June 2022
  • Updated: 17 June 2022, 02:09 PM IST

Sports

Latest News

ପଟ୍ଟାମୁଣ୍ଡାଇ(ପ୍ରବୀର ନାୟକ): ସମୁଦ୍ରକୁ ମାଛ ଧରିବାକୁ ଯାଇ ଗତକାଲିଠୁ ନିଖୋଜ ହୋଇଯାଇଥିବା ୧୩ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଦିଆଯାଇଛି। ହେଲେ ସେମାନଙ୍କୁ ନେଇ ଯାଇଥିବା ଟ୍ରଲରଟି ସମୁଦ୍ର ମଝିରେ ବୁଡ଼ି ଯାଇଛି। ଏପରି ଅଘଟଣ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି।

ଗତକାଲି ସକାଳେ ‘ଉପାସନା-୧’ ନାମକ ଟ୍ରଲର ଧରି ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିକୁ ଯାଇଥିଲେ। ସନ୍ଧ୍ୟା ୫ଟା ବେଳକୁ ସେମାନଙ୍କ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ପାଇ କୋଷ୍ଟଗାର୍ଡ ଓ ସାମୁଦ୍ରିକ ଥାନା ପୁଲିସ୍‌ ଖୋଜାଖୋଜି ଆରମ୍ଭ କରିଥିଲେ।

ସନ୍ଧାନ ବେଳେ ଆଜି ସକାଳୁ ଟ୍ରଲରଟି ସମୁଦ୍ରରେ ବୁଡ଼ି ଯାଇଥିବା ଜଣାପଡ଼ିଥିଲା। ମାତ୍ର ୧୩ ମତ୍ସ୍ୟଜୀବୀ ସମୁଦ୍ର ମଝିରେ ଫସି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। କୋଷ୍ଟଗାର୍ଡ ତଥା ସାମୁଦ୍ରିକ ଥାନା କର୍ମଚାରୀ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାରିଥିବା ସୂଚନା ମିଳିଛି।

ଏନେଇ ତାଳଚୁଆ ସାମୁଦ୍ରିକ ଥାନା ଅଧିକାରୀ ଶ୍ରୀକାନ୍ତ ବାରିକ କହିଛନ୍ତି, ଖବର ପାଇ ଆମେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲୁ। ଟ୍ରଳରଟି ସମୁଦ୍ରରେ ଗତକାଲି ଅଧା ବୁଡ଼ିଥିବା ବେଳେ ଆଜି ସମ୍ପୂର୍ଣ୍ଣ ବୁଡ଼ି ଯାଇଛି। ନିଖୋଜ ହୋଇଯାଇଥିବା ସମସ୍ତ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି।

ସୂଚନାଯୋଗ୍ୟ, ତାଳଚୁଆ ଅଞ୍ଚଳରେ ଶତାଧିକ ମତ୍ସ୍ୟଜୀବୀ ପରିବାର ରହୁଥିବା ବେଳେ ସେମାନେ ସମୁଦ୍ର ମଝିକୁ ଯାଇ ମାଛ ଧରି ପରିବାର ପେଟ ପୋଷିଥାନ୍ତି। ଏପରି ଘଟଣା ପୂର୍ବରୁ ବହୁଥର ଘଟୁଥିଲେ ମଧ୍ୟ ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଅକାତକାତ ପାଣି ଥିବା ସମୁଦ୍ର ଭିତରକୁ ଯାଉଛନ୍ତି। ଏଥିଯୋଗୁ ବହୁ ମତ୍ସ୍ୟଜୀବୀ ଅକାଳରେ ସମୁଦ୍ର ଗର୍ଭରେ ହଜି ଯାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos