ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ୟୁଜି କ୍ଲାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା। ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଆରମ୍ଭ ହେବ। କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ନିଷ୍ପତ୍ତି ହୋଇଛି। ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି। କ୍ଲାସରୁମ୍ […]

college

Tapas Behera
  • Published: Saturday, 18 September 2021
  • , Updated: 18 September 2021, 05:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ପ୍ରକୋପ ଧୀରେଧୀରେ ନିୟନ୍ତ୍ରଣକୁ ଆସୁଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଶିକ୍ଷାନୁଷ୍ଠାନ ଖୋଲିବା ଦିଗରେ ପଦକ୍ଷେପ ନିଆଯାଉଛି। ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ ୟୁଜି ପ୍ରଥମ ବର୍ଷ ପିଲାଙ୍କ କ୍ଲାସରୁମ୍ ପାଠପଢ଼ା। ଉଭୟ ୟୁଜି ୩ ବର୍ଷ ଓ ୪ ବର୍ଷ ପାଠ୍ୟକ୍ରମ ଆରମ୍ଭ ହେବ। କରୋନା ସ୍ଥିତିରେ ଉନ୍ନତି ଆସିଥିବାରୁ କ୍ଲାସରୁମ୍ ପାଠପଢ଼ା ନିଷ୍ପତ୍ତି ହୋଇଛି। ଏନେଇ ସବୁ ଭିସି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଚିଠି କରିଛନ୍ତି। କ୍ଲାସରୁମ୍ ପାଠପଢ଼ା ନେଇ ଗାଇଡ୍‌ଲାଇନ ଜାରି କରିଛି ବିଭାଗ। କଣ୍ଟେନମେଣ୍ଟ ଜୋନ୍‌ର ପିଲା ଓ ଶିକ୍ଷକ କଲେଜ ଆସିବା ମନା ହୋଇଛି। ଗତ ଜୁଲାଇ  ମାସରେ ଦଶମ, ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୯ ତାରିଖରୁ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲିଛି।

ଏଥିରେ ରାଜ୍ୟର ସମସ୍ତ ବୈଷୟିକ ବିଶ୍ବବିଦ୍ୟାଳୟ, ଇଞ୍ଜିନିୟରିଂ, ଡିପ୍ଲୋମା, ଆଇଟିଆଇ, ପଲିଟେକ୍‌ନିକ କଲେଜ ଖୋଲିଛି। କ୍ଲାସ୍‌ରୁମ୍‌ରେ ଭଲ ଭାବେ ବିଶୋଧନ,  ମାସ୍କ ପରିଧାନକୁ ଗୁରୁତ୍ୱ ଦିଆଯାଇଛି । ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ କ୍ୟାମ୍ପସରେ କୋଭିଡ଼ ନିୟମର କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି।

Related story