ଢେଙ୍କାନାଳ ଜିଲ୍ଲାରେ କୋଭିଡ୍ ହସ୍ପିଟାଲର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦ ଠାରେ ଟାଟା ଷ୍ଟିଲ ଓ  ବିଏସଏଲ ସହଯୋଗରେ ପ୍ରତିଷ୍ଠା ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ  ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଗାମୀ ଦିନର ସମ୍ଭାବ୍ୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜଭୁତ୍ କରାଯାଉଛି।  ପାଲଲହଡ଼ାରେ ବିଭିନ୍ନ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ବେଡ୍ […]

dharmendra-pradhan

dharmendra-pradhan

Tapas Behera
  • Published: Monday, 07 June 2021
  • Updated: 07 June 2021, 08:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଢ଼େଙ୍କାନାଳ ଜିଲ୍ଲା ଖଡ଼ଗପ୍ରସାଦ ଠାରେ ଟାଟା ଷ୍ଟିଲ ଓ  ବିଏସଏଲ ସହଯୋଗରେ ପ୍ରତିଷ୍ଠା ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲକୁ  ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଆଗାମୀ ଦିନର ସମ୍ଭାବ୍ୟ ଲହର ପାଇଁ ପ୍ରସ୍ତୁତ ରହିବାକୁ ହେବ । ଅନୁଗୁଳ ଏବଂ ଢ଼େଙ୍କାନାଳ ଜିଲ୍ଲାରେ ସାମୂହିକ ପ୍ରୟାସରେ ସ୍ୱାସ୍ଥ୍ୟ ଭିତିଭୂମିକୁ ମଜଭୁତ୍ କରାଯାଉଛି।  ପାଲଲହଡ଼ାରେ ବିଭିନ୍ନ ଆନୁଷଙ୍ଗିକ ଭିତିଭୂମି ସହ ୫୦ଟି ବେଡ୍ ସହ କୋଭିଡ୍ କେୟାର ସେଂଟର ପ୍ରତିଷ୍ଠା ପାଇଁ ଏଚପିସିଏଲକୁ ଦାୟିତ୍ୱ ଦିଆଯାଇଛି । ତେବେ ଢ଼େଙ୍କାନାଳ ସମେତ ଓଡ଼ିଶାରେ ଡ଼ାକ୍ତର ଅଭାବ ଏବଂ ଭେଂଟିଲେଟର ଚଲାଇବା ପାଇଁ ଟେକ୍ନିସିଆନଙ୍କ ଅଭାବ ରହିଛି ।

ତେଣୁ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ଢ଼େଙ୍କାନାଳ କଲେଜରେ ମେଡ଼ିକାଲ କଲେଜ୍‌ ଖୋଲାଯିବାର ଆବଶ୍ୟକତା ରହିଛି ।ଲୋକାର୍ପିତ କୋଭିଡ୍ ହସ୍ପିଟାଲ ଉପରେ ମତବ୍ୟକ୍ତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ବିଗତ ୧୫ ଦିନ ମଧ୍ୟରେ ଜିଲ୍ଲା ପ୍ରଶାସନ ଓ ଟାଟା ଷ୍ଟିଲ୍ ଭୂଷଣ ଷ୍ଟିଲ୍ ଲିମିଟେଡ୍ ସହଯୋଗରେ ଅକ୍ସିଜେନ୍ ସୁବିଧା ସହ ଏହି କୋଭିଡ୍‌ ହସ୍ପିଟାଲକୁ ବିକଶିତ କରାଯାଇଛି । ଏଠାରେ ଅକ୍ସିଜେନ୍ ସୁବିଧା ସହ ୯୦ଟି ସାଧାରଣ ଶଯ୍ୟା ଏବଂ ଭେଂଟିଲେଟର ସହ ୧୦ଟି ଆଇସିୟୁ ବେଡ୍ ରହିଛି । ଏହି କୋଭିଡ୍ ହସ୍ପିଟାଲ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ରୋଗୀଙ୍କୁ ସୁବିଧା ପ୍ରଦାନ କରିବ । ଲୋକାର୍ପିତ ଏହି ହସ୍ପିଟାଲକୁ ଅନ୍ତତଃ ୩ ମାସ ମାଇଁ କାର୍ଯ୍ୟକ୍ଷମ କରିବା ନିମନ୍ତେ ଟାଟା ଷ୍ଟିଲ ବିଏସଏଲର ଅଧ୍ୟକ୍ଷ ଟିଭି ନରେନ୍ଦ୍ରନଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତବର୍ଷର ସମସ୍ତ ଷ୍ଟିଲ୍ କାରଖାନା ନିକଟବର୍ତୀ ଅଂଚଳରେ ଅକ୍ସିଜେନ୍ ଆଧାରିତ କୋଭିଡ୍ ହସ୍ପିଟାଲ କରିବା ପାଇଁ ଆହ୍ୱାନ କରିଛନ୍ତି । ‘ଯେଉଁଠି ସମସ୍ୟା, ସେଇଠି ଚିକିତ୍ସା’, ଏଭଳି ପରିକଳ୍ପନା ପ୍ରଧାନମନ୍ତ୍ରୀ କରିଛନ୍ତି । ଏହି ଆହ୍ୱାନକୁ ସ୍ୱୀକାର କରି ଢ଼େଙ୍କାନାଳ ସମେତ ବିଭିନ୍ନ ସ୍ଥାନରେ କୋଭିଡ୍ ହସ୍ପିଟାଲ୍ ପ୍ରତିଷ୍ଠା କରିବା ପାଇଁ ଟାଟା ଷ୍ଟିଲ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଭାରତବର୍ଷରେ ଇସ୍ପାତ୍ ଉତ୍ପାଦନକାରୀ କମ୍ପାନୀମାନେ ଇସ୍ପାତ୍ ଉତ୍ପାଦନ କମ୍ କରି ଅକ୍ସିଜେନ୍ ଉତ୍ପାଦନକୁ ବଢ଼ାଇ ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି ।

ସମଗ୍ର ଭାରତବର୍ଷରେ ମେ ଏବଂ ଏପ୍ରିଲ ମାସରେ ୩ ଲକ୍ଷ ମେଟ୍ରିକ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଥିବା ବେଳେ କେବଳ ଇସ୍ପାତ୍ ଏବଂ ପେଟ୍ରୋଲିୟମ ବିଶୋଧନାଗାରରୁ ୨ ଲକ୍ଷ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଉତ୍ପାଦନ କରାଯାଇଛି । ଓଡ଼ିଶାରେ ସେଲର ରାଉରକେଲା ଇସ୍ପାତ୍ କାରଖାନା ଏହି ସମୟ ଅବଧିରେ ୧୭ ହଜାର ମେଟ୍ରିକ୍ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କରିଥିବା ବେଳେ ଟାଟା ଷ୍ଟିଲ, ସେଲ୍‌, ଜିନ୍ଦଲ ଇତ୍ୟାଦି ପ୍ଲାଟ୍ ଗୁଡ଼ିକ ସମଗ୍ର ଓଡ଼ିଶାରେ ୩୮ ହଜାର ମେଟ୍ରିକ ଟନ୍ ଲିକୁଇଡ୍ ମେଡିକାଲ ଅକ୍ସିଜେନ୍ ଉତ୍ପାଦନ କରି ଦେଶର ଆବଶ୍ୟକତାକୁ ପୂରଣ କରିଛନ୍ତି । ଓଡ଼ିଶାର ଏହି କାର୍ଯ୍ୟକୁ ଦେଶ ସବୁଦିନ ପାଇଁ ମନେରଖିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos